Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବଲିଉଡ୍ ତାରକା ସଲ୍‌ମାନ ଖାନ୍‌ଙ୍କ ଷ୍ଟାଇଲିଷ୍ଟ୍ ତଥା ଚର୍ଚ୍ଚିତ ଫେସନ୍ ଡିଜାଇନର ଆସ୍‌ଲେ ରେବେଲୋଙ୍କ ଆଇଏନ୍‌ଆଇଏଫ୍‌ଡି ପରିଦର୍ଶନ

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୨/୧୧ ଚର୍ଚ୍ଚିତ ଫେସନ୍ ଡିଜାଇନ୍ ଏବଂ ବଲିଉଡ୍ ତାରକା ସଲମାନ ଖାନ୍‌ଙ୍କ ଷ୍ଟାଇଲିଷ୍ଟ୍ ଆସ୍‌ଲେ ରେବେଲୋ ଆଇ.ଏନ୍‌.ଆଇ.ଏଫ୍‌.ଡି ଭୁବନେଶ୍ୱର ପରିଦର୍ଶନ କରି ଏକ ସ୍ୱତନ୍ତ୍ର ଡିଜାଇନ୍ କର୍ମଶାଳାରେ ଅଂଶଗ୍ରହଣ କରିବା ସହ ଆଇଏନ୍‌ଆଇଏଫ୍‌ଡିର ଡିଜାଇନ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଛନ୍ତି । ଆଇଏନ୍‌ଆଇଏଫ୍‌ଡିର ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ଦେଖି ଅତ୍ୟନ୍ତ ପ୍ରଭାବିତ ହୋଇଥିବା ରେବେଲୋ କହିଛନ୍ତି ଯେ ବିଶ୍ୱ ସ୍ତରୀୟ ମଂଚରେ ଆଇଏନଆଇଏଫ୍‌ଡି ଛାତ୍ରଛାତ୍ରୀମାନଙ୍କ ପ୍ରତିନିଧିତ୍ୱ ଦେଖି ମୁଁ ଅତ୍ୟନ୍ତ ଉଲ୍ଲସିତ । ନ୍ୟୁୟର୍କ
ଫେସନ ୱିନ୍‌ଠାରୁ ଆରମ୍ଭ କରି ଲଣ୍ଡନ ଫେସନ ୱିକ ଏବଂ ଲାକମେ ଫେସନ ୱିକ୍‌ରେ ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ଡିଜାଇନ ଦୁନିଆକୁ ନିଜର ପ୍ରତିଭା ଦେଖାଇଛନ୍ତି ।ମୁଁ ନିଶ୍ଚିତ ଯେ ଆଜିର ଏହି ଅଧିବେଶନ ଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କ ଜାତୀୟ ଓ ଆନ୍ତର୍ଜାତିକ ଫେସନ ୱିକ ଲାଗି କରୁଥିବା ପ୍ରସ୍ତୁତି ପାଇଁ ବିଶେଷ ଭାବେ ଉପକୃତ ହେବେ ।’’
ଆଇଏନ୍‌ଆଇଫ୍‌ଡିର ମୁଖ୍ୟ ମେଂଟର ଶ୍ରୀ ରେବେଲୋ ନିଜର ବିଭିନ୍ନ ପ୍ରକଳ୍ପର ଡିଜାଇନ ସମ୍ପର୍କରେ ଏହି ଅବସରରେ ଆଲୋଚନା କରିଥିଲେ । ଏହି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସଫଳତା ପଛରେ ତାଙ୍କର ବଡ଼ ଯୋଗଦାନ ରହିଛି । ଶ୍ରେଷ୍ଠ ସେଲିବ୍ରିଟି ଡିଜାଇନର ହେବା ଲାଗି ସେ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରୁଛନ୍ତି । ସେ ଫେସନ ଡିଜାଇନିଂର କଳା ଏବଂ ବିବିଧତା ବିଷୟରେ ବର୍ଣ୍ଣନା କରିଛନ୍ତି । ବର୍ଜ୍ୟ ବସ୍ତୁ ଏବଂ ଅବ୍ୟବହୃତ ପୋଷାକରୁ ପ୍ରସ୍ତୁତ ଉତ୍ପାଦକୁ ନେଇ
ଆଇଏନଆଇଏଫ୍‌ଡିର ଛାତ୍ରଛାତ୍ରୀମାନେ ଏକ ଫେସନ ସୋ’ ଆୟୋଜନ କରିଥିଲେ । ଶ୍ରୀଯୁକ୍ତ ରେବେଲୋ ସଲମାନ ଖାନଙ୍କ ପାଇଁ ଟାଇଗର ଜିନ୍ଦା ହୈ ୩ ଏବଂ ତାଙ୍କ ଆଗାମୀ ଫିଲ୍ମ କିସି କା ଭାଇ କିସି କି ଜାନ୍ ଏବଂ କିକ୍ ୨ ଭଳି ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି । ବିଗ୍‌ବସ୍ ୧୬ରେ ସଲମାନ୍ ଖାନଙ୍କ ପାଇଁ ମଧ୍ୟ ସେ ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ଆଇଏନଆଇଏଫ୍‌ଡିର ଛାତ୍ର ଛାତ୍ରୀମାନେ ପ୍ରତିଟି କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି । ଇଟେଂରିୟର ଡିଜାଇନର ଛାତ୍ରୀ ସୌଭାଗ୍ୟଲକ୍ଷ୍ମୀ ରାଉତ ଲାକ୍‌ମେ ଫେସନ୍ ୱିକ୍‌ର ସିଜନ ୩ ଡିଜାଇନ ଫେଷ୍ଟିଭାଲର ବିଜେତା ହୋଇଥିଲେ ।
ସେହିପରି ତୁଳସୀ ହେମ୍ବ୍ରମ୍ ଲାକ୍‌ମେ ଫେସନ ୱିକ୍‌ର ଲାକ୍‌ମେ ଲଂଚପ୍ୟାଡ୍‌ରେ ସିଧାସଳଖ ପ୍ରବେଶ କରିବାର
ସୁଯୋଗ ପାଇଥିଲେ । କାଜଲ ସାହୁ ଏବଂ ସାଇ ଅର୍ପିତା ଦାସ ଡିଜାଇନ ଫେଷ୍ଟିଭାଲର ସିଜନ ୭ ପାଇଁ ମନୋନୀତ
ହୋଇଛନ୍ତି ।

Mo sapath

Leave A Reply

Your email address will not be published.