Blank space
Blank space
Breaking News/ମୁଖ୍ୟ ଖବର:
ବଲିଉଡ୍ ତାରକା ଜାହ୍ମବୀ କପୁରଙ୍କ ଦ୍ୱାରା କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନ୍‌ରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭମହାଦେବ ଗୃହ ନିର୍ମାଣ ଉପସ୍ଥାପନ କରୁଛି ମହାଦେବ ଗ୍ରୀନ୍‌ସ୨୫ ରେ ବିଧାନସଭା ଘେରିବ ୬୬୨ ବର୍ଗ କଲେଜ ସଂଘରାଜୀବ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ଓ ମହାଦୁର୍ନୀତି ବିରୁଦ୍ଧରେ ବିଜେପି ର ବିଡିଏ ଅଫିସ ସମ୍ମୁଖରେ ଧାରଣା।ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡ୍‌ରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖାରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ…୦୭ ଅଗଷ୍ଟ ୨୦୨୩ – ଭାରତ ବନ୍ଦବିଜନେସ କ୍ଲବ ଅଫ୍ ଏଣ୍ଟରପ୍ରେନରସ (ବିସିଇ)ଉତ୍କଳ କ୍ଲବ୍ ର ଉଦ୍ଘାଟନୀ…ରାଜ୍ୟ ଆର୍‌ବିଏସ୍‌ ଆୟୁଷ ଡାକ୍ତର ସଂଘ, ଓଡ଼ିଶାର ସମୀକ୍ଷା ବୈଠକରାଜ୍ୟ ମିଶନ ଶକ୍ତି ଏସ୍ଏଚ୍‌ଜି କାହାର ଅଧ୍ଵସ୍ତ ନୁହଁନ୍ତି କି ଦୟାର ପାତ୍ର ନୁହଁନ୍ତିଉପକୃତ ବିଜେଡ଼ି ଉପେକ୍ଷିତ ଓଡ଼ିଶାଜୁନ ୭ରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ସଂଘଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ଶୋଭା ଯାତ୍ରାମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀଅଖିଳ ଭାରତ କଂଗ୍ରେସ କମିଟିର ସଭାପତିଙ୍କୁ ହତ୍ୟା ଧମକ ବିରୋଧରେ ଝାରସୁଗୁଡ଼ା ଥାନାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏତଲା ଦେଲେଝାରସୁଗୁଡା ଉପନିର୍ବାଚନ….ରାଜ୍ୟରେ ୫ଟି ଶାସନ ପ୍ରତି କଂଗ୍ରେସର କଟାକ୍ଷନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତେ ଆୟ ବହୁପରିମାଣରେ କମି କମି ଯାଉଛି : କଂଗ୍ରେସଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତମେ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ
Blank space

ଅଖିଳ ଭାରତ କଂଗ୍ରେସ କମିଟିର ସଭାପତିଙ୍କୁ ହତ୍ୟା ଧମକ ବିରୋଧରେ ଝାରସୁଗୁଡ଼ା ଥାନାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏତଲା ଦେଲେ

0

ଝାରସୁଗୁଡ଼ା,ଭୁବନେଶ୍ୱର,ନିରପେକ୍ଷ ଖବର:ତା.୦୭/୦୫: କର୍ଣ୍ଣାଟକର କାଲାବୁରାଗି ଜିଲ୍ଲା ଚିତ୍ରା ବିଧାନ ସଭାର ବିଜେପି ଦଳର ପ୍ରାର୍ଥୀ ମଣିକାନ୍ତ ରାଠୋର ଅଖିଳ ଭାରତ ଜାତୀୟ କଂଗ୍ରେସ ସଭାପତି
ଶ୍ରୀ ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ତାଙ୍କ ପରିବାରବର୍ଗଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିବାର ଏକ ଅଡ଼ିଓ ଟେପ୍‌କୁ ସର୍ବସାଧାରଣରେ ପ୍ରକାଶ କରାଯାଇଛି । ଏହି ଟେପ୍‌ରେ ଥିବା ଅଡ଼ିଓ କଥାବାର୍ତ୍ତାରୁ ହତ୍ୟା ଷଡ଼ଯନ୍ତ୍ରର ସମସ୍ତ ପ୍ରମାଣ ଥିବା ଖୁଲାସା କରୁଛି କି, ଶ୍ରୀ ମଣିକାନ୍ତ ରାଠୋର ଶ୍ରୀ ଖଡ୍‌ଗେ ଏବଂ ତାଙ୍କ ପରିବାରବର୍ଗଙ୍କୁ ଜୀବନରୁ ମାରିଦେବା ପାଇଁ ପେଶାଦାର ଗୁଣ୍ଡାଙ୍କୁ ସୁପାରି ଦେଇ ନିୟୋଜିତ କରିଛନ୍ତି । ଏହି ଘଟଣାକୁ ନେଇ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏବଂ ପ୍ରଦେଶ କଂଗ୍ରେସର କୋଷାଧ୍ୟକ୍ଷ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ବିଧାୟକ ଅଧିରାଜ ପାଣିଗ୍ରାହି ଓ
ବିଧାୟକ ଏସ୍‌. ରାଜନ ଏକ୍କା ଝାରସୁଗୁଡ଼ା ଥାନାରେ ଏକ ଏତଲା ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ଏହି ଘଟଣାର ତଦନ୍ତ କରିବା ସହିତ ଦୋଷି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲାରେ ଉଲ୍ଲେଖ କରିଛନ୍ତି । ଝାରସୁଗୁଡ଼ା ଥାନା ଅଧିକାରୀ ଏତଲାକୁ ଗ୍ରହଣ କରି ଏଫ୍‌.ଆଇ.ଆର ରୁଜୁ କରିଛନ୍ତି । ପ୍ରକାଶଥାଉକି ମଣିକାନ୍ତ ରାଠୋର ଜଣେ ପେଶାଦାର ଅପରାଧି । ତାଙ୍କ ନାମରେ ୪୦ ରୁ ଅଧିକ ଅପରାଧିକ ମାମଲା କର୍ଣ୍ଣାଟକର ୟାଦ୍‌ଗିରି, ଶିବମୋଗା ଏବଂ କାଲାବୁରାଗି ଜିଲ୍ଲାର ବିଭିନ୍ନ ଥାନା ଏବଂ କୋର୍ଟରେ ପଡ଼ିରହିଛି । ଏପରିକି ୟାଦ୍‌ଗିରି ଜିଲ୍ଲା କୋର୍ଟ ତାଙ୍କୁ ୨ ଟି ଘଟଣାରେ ଦୋଷି
ସାବ୍ୟସ୍ତ୍ୟ କରି ଦଣ୍ଡାଦେଶ ଶୁଣାଇଛନ୍ତି । ଶିବମୋଗା ଜିଲ୍ଲା ଅଧିକାରୀ ତାଙ୍କୁ ତାଙ୍କ ଜିଲ୍ଲା ଭିତରକୁ ନ ପଶିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Mo sapath

Leave A Reply

Your email address will not be published.