Blank space
Blank space
Breaking News/ମୁଖ୍ୟ ଖବର:
ବଲିଉଡ୍ ତାରକା ଜାହ୍ମବୀ କପୁରଙ୍କ ଦ୍ୱାରା କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନ୍‌ରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭମହାଦେବ ଗୃହ ନିର୍ମାଣ ଉପସ୍ଥାପନ କରୁଛି ମହାଦେବ ଗ୍ରୀନ୍‌ସ୨୫ ରେ ବିଧାନସଭା ଘେରିବ ୬୬୨ ବର୍ଗ କଲେଜ ସଂଘରାଜୀବ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ଓ ମହାଦୁର୍ନୀତି ବିରୁଦ୍ଧରେ ବିଜେପି ର ବିଡିଏ ଅଫିସ ସମ୍ମୁଖରେ ଧାରଣା।ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡ୍‌ରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖାରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ…୦୭ ଅଗଷ୍ଟ ୨୦୨୩ – ଭାରତ ବନ୍ଦବିଜନେସ କ୍ଲବ ଅଫ୍ ଏଣ୍ଟରପ୍ରେନରସ (ବିସିଇ)ଉତ୍କଳ କ୍ଲବ୍ ର ଉଦ୍ଘାଟନୀ…ରାଜ୍ୟ ଆର୍‌ବିଏସ୍‌ ଆୟୁଷ ଡାକ୍ତର ସଂଘ, ଓଡ଼ିଶାର ସମୀକ୍ଷା ବୈଠକରାଜ୍ୟ ମିଶନ ଶକ୍ତି ଏସ୍ଏଚ୍‌ଜି କାହାର ଅଧ୍ଵସ୍ତ ନୁହଁନ୍ତି କି ଦୟାର ପାତ୍ର ନୁହଁନ୍ତିଉପକୃତ ବିଜେଡ଼ି ଉପେକ୍ଷିତ ଓଡ଼ିଶାଜୁନ ୭ରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ସଂଘଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ଶୋଭା ଯାତ୍ରାମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀଅଖିଳ ଭାରତ କଂଗ୍ରେସ କମିଟିର ସଭାପତିଙ୍କୁ ହତ୍ୟା ଧମକ ବିରୋଧରେ ଝାରସୁଗୁଡ଼ା ଥାନାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏତଲା ଦେଲେଝାରସୁଗୁଡା ଉପନିର୍ବାଚନ….ରାଜ୍ୟରେ ୫ଟି ଶାସନ ପ୍ରତି କଂଗ୍ରେସର କଟାକ୍ଷନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତେ ଆୟ ବହୁପରିମାଣରେ କମି କମି ଯାଉଛି : କଂଗ୍ରେସଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତମେ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ
Blank space

ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡାରେ ବିଜେପି ପ୍ରତି ଜନସମର୍ଥନ ପରିବର୍ତ୍ତନର ବଡ ସଙ୍କେତ ଦେଉଛି - ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୭/୦୫ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଶାସକ ଦଳର ନେତା ମାନଙ୍କ ଦ୍ୱାରା ଅନେକ ମହିଳା ନିର୍ଯ୍ୟାତିତ । ତେଣୁ ମୁଖ୍ୟମନ୍ତ୍ରୀ କେବଳ ବୁଢା ବାଘ ଭଳିଆ କଙ୍କଣ ଧରି ବସି କାନ୍ଦିଲେ ହେବ ନାହିଁ । ୨୩ ବର୍ଷର ଦୀର୍ଘ ଶାସନ ପରେ ବି ଶାସକ ଦଳ କେବଳ ଦିନରେ ଲଣ୍ଠନ ଦେଖାଉଛି । ଝାରସୁଗୁଡାରେ ବିଜେପି ପ୍ରତି ଜନସମର୍ଥନ ଏଠାରେ ପରିବର୍ତ୍ତନର ବଡ ସଙ୍କେତ ଦେଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ପ୍ରତିକ୍ରିୟାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରରେ ବିଜେଡିର ନୂତନ କାର୍ଯ୍ୟାଳୟ ଉଦଘାଟନ ବେଳେ ବିଜେଡି ନେତ୍ରୀ ସଂଯୁକ୍ତା ମହାଲା କାନ୍ଦି କାନ୍ଦି ନିଜ ଦଳର ମନ୍ତ୍ରୀ ତାଙ୍କ ବିରୋଧରେ ଅତ୍ୟାଚାର କରିବା କଥା କହିଥିଲେ । ମମିତା ମେହେର ହତ୍ୟାର ଅଭିଯୁକ୍ତର ପୃଷ୍ଠପୋଷକ ନବୀନ ସରକାରରେ ମନ୍ତ୍ରୀ ଅଛନ୍ତି । ଧର୍ମେନ୍ଦ୍ର ସାହୁଙ୍କ ହତ୍ୟାରେ ଶାସକ ଦଳର ମନ୍ତ୍ରୀ ସମ୍ପୃକ୍ତ ଥିଲେ । ତେଣୁ ମୁଖ୍ୟମନ୍ତ୍ରୀ କେବଳ ବୁଢା ବାଘ ଭଳି କଙ୍କଣ ଧରି ବସି କାନ୍ଦିଲେ ହେବ ନାହିଁ ।

Blank space

ଆଜି ସମସ୍ତେ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟା ବିଷୟରେ ମୁହଁ ଖୋଲି ଥାନ୍ତେ । ହେଲେ ମୁଖ୍ୟମନ୍ତ୍ରୀ ଦୁଃଖ ଟିକେ ବି ପ୍ରକାଶ କରିଲେ ନାହିଁ । ଝାରସୁଗୁଡାରେ ନାବାଳକ ସମର୍ଥ ଅଗ୍ରଓ୍ୱାଲର ମୃତ୍ୟୁରେ ସମବେଦନା ଦେଲେ ନାହିଁ । ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥ ବାଟମାରଣା ହେଉଛି । କିରମିରା ଓ ଲାଇକେରା ବ୍ଲକକୁ ଆଇଟିଡିଏ(ଇଣ୍ଟିଗ୍ରେଟେଡ୍ ଟ୍ରାଇବାଲ ଡେଭଲପମେଣ୍ଟ ପ୍ରୋଜେକ୍ଟ ଏଜେନ୍ସିଂ) କରିବା ପାଇଁ ମୋଦି ସରକାର ଘୋଷଣା କରିବା ପରେ ବି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଭୟରେ ମଧ୍ୟ ମୁଖ୍ୟମନ୍ତ୍ରୀ କ୍ରିୟାନ୍ୱୟନ କରୁନାହାନ୍ତି ।

ମୁଖ୍ୟମନ୍ତ୍ରୀ ନିୟନ୍ତ୍ରଣରେ ନାହାନ୍ତି । ତାଙ୍କର ଔରଙ୍ଗଜେବୀର ଅନୁଯାୟୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଆଢୁଆଳରେ ରଖି କାମ କରୁଛନ୍ତି । ଯୁବକ ମାନେ ଦାଦନ ଖଟିବାକୁ ଯାଉଛନ୍ତି । ଯେଉଁ ଜିଲ୍ଲାର ତ୍ୟାଗ ଯୋଗୁଁ ହୀରାକୁଦ ନିର୍ମାଣ ହେଲା ସେହି ଅଞ୍ଚଳ ଆଜି ଅଧିକ କ୍ଷତିଗ୍ରସ୍ତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Mo sapath

Leave A Reply

Your email address will not be published.