Blank space
Blank space
Breaking News/ମୁଖ୍ୟ ଖବର:
ବଲିଉଡ୍ ତାରକା ଜାହ୍ମବୀ କପୁରଙ୍କ ଦ୍ୱାରା କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନ୍‌ରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭମହାଦେବ ଗୃହ ନିର୍ମାଣ ଉପସ୍ଥାପନ କରୁଛି ମହାଦେବ ଗ୍ରୀନ୍‌ସ୨୫ ରେ ବିଧାନସଭା ଘେରିବ ୬୬୨ ବର୍ଗ କଲେଜ ସଂଘରାଜୀବ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ଓ ମହାଦୁର୍ନୀତି ବିରୁଦ୍ଧରେ ବିଜେପି ର ବିଡିଏ ଅଫିସ ସମ୍ମୁଖରେ ଧାରଣା।ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡ୍‌ରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖାରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ…୦୭ ଅଗଷ୍ଟ ୨୦୨୩ – ଭାରତ ବନ୍ଦବିଜନେସ କ୍ଲବ ଅଫ୍ ଏଣ୍ଟରପ୍ରେନରସ (ବିସିଇ)ଉତ୍କଳ କ୍ଲବ୍ ର ଉଦ୍ଘାଟନୀ…ରାଜ୍ୟ ଆର୍‌ବିଏସ୍‌ ଆୟୁଷ ଡାକ୍ତର ସଂଘ, ଓଡ଼ିଶାର ସମୀକ୍ଷା ବୈଠକରାଜ୍ୟ ମିଶନ ଶକ୍ତି ଏସ୍ଏଚ୍‌ଜି କାହାର ଅଧ୍ଵସ୍ତ ନୁହଁନ୍ତି କି ଦୟାର ପାତ୍ର ନୁହଁନ୍ତିଉପକୃତ ବିଜେଡ଼ି ଉପେକ୍ଷିତ ଓଡ଼ିଶାଜୁନ ୭ରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ସଂଘଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ଶୋଭା ଯାତ୍ରାମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀଅଖିଳ ଭାରତ କଂଗ୍ରେସ କମିଟିର ସଭାପତିଙ୍କୁ ହତ୍ୟା ଧମକ ବିରୋଧରେ ଝାରସୁଗୁଡ଼ା ଥାନାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏତଲା ଦେଲେଝାରସୁଗୁଡା ଉପନିର୍ବାଚନ….ରାଜ୍ୟରେ ୫ଟି ଶାସନ ପ୍ରତି କଂଗ୍ରେସର କଟାକ୍ଷନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତେ ଆୟ ବହୁପରିମାଣରେ କମି କମି ଯାଉଛି : କଂଗ୍ରେସଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତମେ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ
Blank space

ଝାରସୁଗୁଡା ଉପନିର୍ବାଚନ….

କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାରରେ ବିଜେଡି ଭୟଭୀତ ହୋଇ ହୀନ କାର୍ଯ୍ୟ କରିଛି: ମନୋଜ ମହାପାତ୍ର

0

ଭୁବନେଶ୍ୱର,ନିରପେକ୍ଷ ଖବର/ଝାରସୁଗୁଡା:ତା.୦୭/୦୫: ଝାରସୁଗୁଡା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ତାରକା ପ୍ରଚାରକ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୁଟ୍ ଚାର୍ଟ ବା ପଥନକ୍ସା ପ୍ରଶାସନକୁ ଜଣାଇ ଦିଆଯାଇଥିଲା । ତଦନୁଯାୟୀ ନିର୍ବାଚନ ପ୍ରଚାର ପାଇଁ ପ୍ରଶାସନ ବୈଧାନିକ ଅନୁମତି ଦେଇଥିଲେ । କିନ୍ତୁ ଭାରତୀୟ ଜନତା ପାର୍ଟିର ତାରକା ପ୍ରଚାରକ ପ୍ରଚାର କାର୍ଯ୍ୟରେ ଯାଉଥିବା ରାସ୍ତାକୁ ଦଳୀୟ ପତାକା, ପୋଷ୍ଟର, ବ୍ୟାନର ଓ ଅନ୍ୟାନ୍ୟ ପ୍ରଚାର ସାମଗ୍ରୀରେ ସଜାଇବା ଏକ ସ୍ୱଭାବିକ ରାଜନୈତିକ ଶୈଳୀ । କିନ୍ତୁ ଦୁର୍ଭାଗ୍ୟର କଥା କିଛି ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ସହାୟତାରେ ବିଜୁ ଜନତା ଦଳର କାର୍ଯ୍ୟକର୍ତା ଏହି ଅନୁମତି ପ୍ରାପ୍ତ ରାସ୍ତାରୁ ତାରକା ପ୍ରଚାରକ ଶ୍ରୀ ପ୍ରଧାନଙ୍କ ପ୍ରଚାର ସାମଗ୍ରୀଗୁଡିକୁ ହଟାଇ ଦେଇଛନ୍ତି ଏବଂ ସେହି ସ୍ଥାନମାନଙ୍କରେ ବିଜୁ ଜନତା ଦଳର ହୋଡିଂ ପୋଷ୍ଟର ଲଗାଇଛନ୍ତି । ଏହା ସ୍ଥାନୀୟ ପ୍ରଶାସନ ଓ ପୋଲିସ କଳର ନିରପେକ୍ଷ ଆଚରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସଂପୃକ୍ତ ଅଧିକାରୀମାନଙ୍କର ଇତାଦୃଶ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନକୁ କଡା ଭାଷାରେ ନିନ୍ଦା କରି ସେମାନଙ୍କ ଉପରେ ଆଇନାନୁମୋଦିତ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ରଙ୍କ ନେତୃତ୍ୱରେ ଝାରସୁଗୁଡା ଜିଲ୍ଲା ବିଜେପିର ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସହ ଜିଲ୍ଲା ନିର୍ବାଚନ ଅଧିକାରୀ ଜିଲ୍ଲାପାଳଙ୍କୁ ଭେଟି ତଥ୍ୟ, ପ୍ରମାଣ ସହ ଦାବି ଉପସ୍ଥାପନ କରିଛି ।
ଏହି ଅଧିକାରୀମାନଙ୍କୁ ବର୍ତମାନ ଓ ଭବିଷ୍ୟତର ସମସ୍ତ ନିର୍ବାଚନ ପରିଚାଳନା ଦାୟିତ୍ୱରୁ ଅବ୍ୟାହତି ଦେବା ସହ ଯେଉଁମାନେ ପୋଷ୍ଟର ଖୋଲିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଭାରତୀୟ ଜନତା ପାର୍ଟି ଦାବି କରିଛି । କେନ୍ଦ୍ରମନ୍ତ୍ରୀଙ୍କ ଝାରସୁଗୁଡା ଉପନିର୍ବାଚନ ଶେଷପର୍ଯ୍ୟାୟ ନିର୍ବାଚନ ପ୍ରଚାରର ସମ୍ଭାବ୍ୟ ପ୍ରଭାବରେ ଆତଙ୍କିତ ହୋଇ ବିଜୁ ଜନତା ଦଳ ଏପରି ହୀନ ଉଦ୍ୟମ କରିଥିବା ଶ୍ରୀ ମହାପାତ୍ର କହିଛନ୍ତି ।

Mo sapath

Leave A Reply

Your email address will not be published.