Blank space
Blank space
Breaking News/ମୁଖ୍ୟ ଖବର:
ନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” LaunchedIIMT Conducts international conference on Disruptive Human Resource Managementଛାତ୍ରଛାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇଲେ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଓ ଓମ୍ କ୍ରିଏସନ୍ଆଦିବାସୀ ମହାସଂଘ ପକ୍ଷରୁ ୯ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନSeminar at U.N Autonomous college Adaspur in collaboration with IIMT.ରାଜସ୍ଥାନର ଖାଟୁ ଶ୍ୟାମଜୀଙ୍କ ଭବ୍ୟ ଜାଗରଣ ଆୟୋଜିତବିଶ୍ଵାସରେ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ଵେଷଣ ପରୀକ୍ଷାୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି. ମିଳିତ ସହଯୋଗରେ ଆଲୋଚନା ଚକ୍ର୨୫ ରେ ବିଧାନସଭା ଘେରିବ ୬୬୨ ବର୍ଗ କଲେଜ ସଂଘ
Blank space

ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ଶୋଭା ଯାତ୍ରା

0

ଝାରସୁଗୁଡ଼ା, ଭୁବନେଶ୍ଵର, ନିରପେକ୍ଷ ଖବର: ତା. ୦୮/୦୫: ଆଜି ଝାରସୁଗୁଡ଼ାର ଉପନିର୍ବାଚନର ପ୍ରଚାରର ଶେଷ ଦିନ ଥିବାବେଳେ କଂଗ୍ରେସ ଜୋରଦାର ପ୍ରଚାର କରିଛି । ଏହି ଅବସରରେ ଏକ ବିରାଟ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାକୁ ଓପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ । ମନମୋହନ ସ୍କୁଲ ଛକ ଠାରୁ ପଦଯାତ୍ରା ବାହାରି ଝାରସୁଗୁଡ଼ାର ପୌରାଞ୍ଚଳର ବିଭିନ୍ନ ଅଞ୍ଚଳ ଓ ସହର ପରିକ୍ରମା କରି ଗାନ୍ଧୀ ଗୋଲେଇ ଠାରେ ସମାପ୍ତ ହୋଇଥିଲା । ଏହି ପଦଯାତ୍ରାରେ ଓପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହି, ସି.ଏସ୍‌. ରାଜ୍ଜନ ଏକ୍କା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଭୁଜବଳ ମାଝୀ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ରାଜ୍ୟ ମିହଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ୱାସିର ନୱାଜ, ବାଙ୍କନିଧି ବେହେରା, ସେନ୍ ହେମ୍ବ୍ରମ୍‌, ହରଦିପ୍ ସିଂ, ବୀରେନ୍ ସେନାପତି, ନିରୁପମା ପାତ୍ର, ସ୍ନେହଲତା ଚୌଧୁରୀ ଓ ଶ୍ରୀୟାସ୍ମିତା ପଣ୍ଡା ପ୍ରମୁଖ ରାଜ୍ୟ ନେତୃମଣ୍ଡଳିଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର, ସଂଜୟ ମହାପାତ୍ର, ମନିଶ୍ ବାଜପେୟୀ, ସନ୍ୟାସିସ୍ ପଟେଲ, ଅଜିତ୍ ପାଣ୍ଡେ, ତନ୍ମୟ ପାଣ୍ଡେ, ସାରୁ ଖାଁନ୍‌, ଜିଲ୍ଲା କଂଗ୍ରେସ ସଭାପତି ରାହୁଲ ଠାକୁର୍‌, ଦଲି କାଙ୍ଗୁଲାଲ୍‌, ଆଦର୍ଶ ଗାନ୍ଧୀ, ପୁରୁଷୋତ୍ତମ ପାଣ୍ଡେ, ବେଲ୍‌ପାହାଡ଼ ମ୍ୟୁନିସ୍‌ପାଲଟି ଅଧ୍ୟକ୍ଷ ନିମାଇ ଚରଣ ପଣ୍ଡା ଏବଂ ଝାରସୁଗୁଡ଼ାର ବହୁ ଛାତ୍ର, ଯୁବ ମହିଳା, କଂଗ୍ରେସ ନେତୃବୃନ୍ଦ, କର୍ମୀ, କଗ୍ରେସ ଶୁଭେଚ୍ଛୁ ସାମଲି ହୋଇ ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ତରୁଣ ପାଣ୍ଡେଙ୍କୁ ବିପୁଳ ସଂଖ୍ୟାରେ ହାତ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ ।

Mo sapath

Leave A Reply

Your email address will not be published.