Blank space
Blank space
Breaking News/ମୁଖ୍ୟ ଖବର:
ବଲିଉଡ୍ ତାରକା ଜାହ୍ମବୀ କପୁରଙ୍କ ଦ୍ୱାରା କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନ୍‌ରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭମହାଦେବ ଗୃହ ନିର୍ମାଣ ଉପସ୍ଥାପନ କରୁଛି ମହାଦେବ ଗ୍ରୀନ୍‌ସ୨୫ ରେ ବିଧାନସଭା ଘେରିବ ୬୬୨ ବର୍ଗ କଲେଜ ସଂଘରାଜୀବ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ଓ ମହାଦୁର୍ନୀତି ବିରୁଦ୍ଧରେ ବିଜେପି ର ବିଡିଏ ଅଫିସ ସମ୍ମୁଖରେ ଧାରଣା।ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡ୍‌ରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖାରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ…୦୭ ଅଗଷ୍ଟ ୨୦୨୩ – ଭାରତ ବନ୍ଦବିଜନେସ କ୍ଲବ ଅଫ୍ ଏଣ୍ଟରପ୍ରେନରସ (ବିସିଇ)ଉତ୍କଳ କ୍ଲବ୍ ର ଉଦ୍ଘାଟନୀ…ରାଜ୍ୟ ଆର୍‌ବିଏସ୍‌ ଆୟୁଷ ଡାକ୍ତର ସଂଘ, ଓଡ଼ିଶାର ସମୀକ୍ଷା ବୈଠକରାଜ୍ୟ ମିଶନ ଶକ୍ତି ଏସ୍ଏଚ୍‌ଜି କାହାର ଅଧ୍ଵସ୍ତ ନୁହଁନ୍ତି କି ଦୟାର ପାତ୍ର ନୁହଁନ୍ତିଉପକୃତ ବିଜେଡ଼ି ଉପେକ୍ଷିତ ଓଡ଼ିଶାଜୁନ ୭ରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ସଂଘଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ଶୋଭା ଯାତ୍ରାମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀଅଖିଳ ଭାରତ କଂଗ୍ରେସ କମିଟିର ସଭାପତିଙ୍କୁ ହତ୍ୟା ଧମକ ବିରୋଧରେ ଝାରସୁଗୁଡ଼ା ଥାନାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏତଲା ଦେଲେଝାରସୁଗୁଡା ଉପନିର୍ବାଚନ….ରାଜ୍ୟରେ ୫ଟି ଶାସନ ପ୍ରତି କଂଗ୍ରେସର କଟାକ୍ଷନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତେ ଆୟ ବହୁପରିମାଣରେ କମି କମି ଯାଉଛି : କଂଗ୍ରେସଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତମେ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ
Blank space

ରାଜ୍ୟରେ ୫ଟି ଶାସନ ପ୍ରତି କଂଗ୍ରେସର କଟାକ୍ଷ

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୭/୦୪ ରାଜ୍ୟ ସମସ୍ୟା ସମାଧାନ କ୍ଷେତ୍ରରେ ବିଫଳ ସରକାର ୫ଟି ନାଁରେ ପ୍ରହେଳିକା ସୃଷ୍ଟି କରୁଛି ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଦୁଇ ପ୍ରମୁଖ ସମସ୍ୟା ପାନୀୟ ଜଳ ସଂକଟ ଓ ବିଦ୍ୟୁତ ଖାଉଟୀଙ୍କ ହନ୍ତସନ୍ତ ପ୍ରସଙ୍ଗରେ ସୂଚନା ଦେଇ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଦର୍ଶାଇଥିଲେ ଯେ ଓଡ଼ିଶାର ଅର୍ଦ୍ଧେକ ଅର୍ଥାତ ୧୫ ଟି ଜିଲ୍ଲାରେ ୪୦.୫% ଲୋକ ସ୍ୱଚ୍ଛ ପାନୀୟ ଜଳ ପାଇବାର ବଂଚିତ । ଆତ୍ମଶକ୍ତି ତଥା ଓଡ଼ିଶା ଶ୍ରମଜୀବି ଓ ମହିଳା ଓ ମହିଳା ଶ୍ରମଜୀବି ସଂଗଠନର ମିଳିତ ଉଦ୍ୟମରେ ପ୍ରସ୍ତୁତ ରିପୋର୍ଟରୁ ଏହା ଜଣାପଡ଼ିଛି । ଏହି ୧୫ ଟି ଜିଲ୍ଲା ମଧ୍ୟରେ ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ଗଜପତି ତଥା ଦେଓଗଡ଼ ଆଦି ଜିଲ୍ଲା ସାମିଲ ଅଛି ।
ଅନୁରୂପ ଭାବରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ୱେ ଅଘୋଷିତ ବିଦ୍ୟୁତକାଟ କରାଯାଉଛି । ଭୋଲଟେଜ ଲୋ ରହୁଛି ଓ ବିଜୁଳି ଉପଭୋକ୍ତା ଯନ୍ତ୍ରଣାରେ ଷଡ଼ୁଛନ୍ତି । ଦ୍ୱିତୀୟରେ ଓଡ଼ିଶା କୋଲ ଓ ପାୱାର କମ୍ପାନୀ (ଓସିପିଲ) ଆଇନ ତଥା କେନ୍ଦ୍ରୀୟ ନିର୍ଦ୍ଦେଶନାମା ଫାଙ୍କି ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ କୋଇଲା ଉତୋଳନ କରୁଛନ୍ତି ଓ ବିକ୍ରି କରି ୪୭୯ କୋଟି ଟଙ୍କା ଲାଭ ଉଠାଇବା ବେଳେ ଖାଉଟୀମାନେ ଅଧିକ ଦରରେ ତଣ୍ଡ ଗଣୁଛନ୍ତି । ନବୀନବାବୁ ସବୁ ଦେଖି ଆଖି ବୁଜି ଦେଇଛନ୍ତି । ଏହାଠାରୁ ବଳି ଅପରାଧ କ’ଣ ହୋଇପାରେ ବୋଲି ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ନବନଯୁକ୍ତ ପ୍ରଚାର ବିଭାଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ଉଦ୍‌ବୋଧନ ଦେଇ ୫ଟି ଶାସନ ନାଁରେ ପ୍ରହସନ ଚାଲିଛି ବୋଲି କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, କେବଳ ମିଥ୍ୟା ଆଉ ମିଥ୍ୟାକୁ ନେଇ ସରକାର ଚାଲିଛି । ମିଥ୍ୟା ବନାମ ବାସ୍ତବତା ପ୍ରସଙ୍ଗ ଉଠାଇ ୫ଟିର ବାଖ୍ୟାତ୍ମକ ବର୍ଣ୍ଣନା ସହ ୫ ଗୋଟି ଉଦାହରଣ ଦେଇଛନ୍ତି । ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ମତରେ ପ୍ରଥମ ଟି ସ୍ୱଚ୍ଛତାର ଡିଣ୍ଡିମ ପିଟୁଛି ଅର୍ଥାତ ପାନୀୟ ଜଳ ପ୍ରକଳ୍ପ ଓ ଉପଲବ୍‌ଧି ସଂକ୍ରାନ୍ତରେ ପ୍ରଶ୍ନ କଲ ‘ତଥ୍ୟ ସଂଗ୍ରହ କରାଯାଇଛି’ ବୋଲି ଉତର ମିଳୁଛି । ଦ୍ୱିତୀୟ ‘ଟି’ ସମୟ ସୀମା ମଧ୍ୟରେ ନିର୍ମାଣ ଶେଷର ନାଗରା ବଜାଉଛନ୍ତି ଅଥଚ ହକି ଷ୍ଟାଡିଅମକୁ ଛାଡ଼ି ଦେଲେ ଆଉ ସବୁ ଅତ୍ୟାବଶକୀୟ ପ୍ରକଳ୍ପ ଦୀର୍ଘ ସମୟଧରି ପଡ଼ିରହୁଛି । ତୃତୀୟ ‘ଟି’ ଜ୍ଞାନ କୌଶଳର ଉପଯୋଗିତାର ଘୋଷଣା କରୁଛି ଅଥଚ ନବରଙ୍ଗପୁରର ବୟୋବୃଦ୍ଧା ବାର୍ଦ୍ଧକ୍ୟ ଭତା ପାଇଁ ଚୌକିକୁ ଆଶାବାଡ଼ି କରି ବ୍ୟାଙ୍କ ଧାଉଁଛି । କାହିଁକି ତା ଘରେ ଭତା ମିଳୁନାହିଁ । ଚତୁର୍ଥ ‘ଟି’ ରୂପାନ୍ତରଣର କଥା କୁହେ, କିନ୍ତୁ ଏହା କେବଳ ବାହ୍ୟ ରୂପାନ୍ତରେ ସୀମିତ । ଶିକ୍ଷାନୁଷ୍ଠାନମାନଙ୍କର ଶିକ୍ଷକ ବା ଚିକିତ୍ସାଳୟରେ ଡାକ୍ତର ନଥିବାରୁ ଏହି ରୂପାନ୍ତରୀକରଣ ଅର୍ଥହୀନ ହୋଇପଡ଼ିଛି । ପଂଚମ ‘ଟି’ ଟିମ୍ ୱାର୍କର ବିଜ୍ଞାପନ ହେଉଛି କିନ୍ତୁ ଏହା ବାସ୍ତବରେ ରାଜ୍ୟବାସୀ ନୁହଁନ୍ତି ସରକାରୀ ଦଳର ସ୍ୱାର୍ଥପାଇଁ ସରକାରୀ ଦଳର ଦୁରୁପଯୋଗ କରାଯାଉଛି । ଦଳ ସମୃଦ୍ଧ ହେଉଛି ରାଜ୍ୟ ଦରିଦ୍ର ହେଉଛି । ସବୁ ନୀତି, ନିୟମକୁ ଜଳାଞ୍ଜଳି ଦିଆଯାଉଛି ।
ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ନିଯୁକ୍ତି ପାଇଁ କଂଗ୍ରେସ ସଭାପତି ମଲିକାର୍ଜ୍ଜୁନ ଖଡ଼ଗେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କୃତଜ୍ଞତା ଦେଇଥିଲେ କଂଗ୍ରେସ ରାଜ୍ୟରେ ରାଜ୍ୟବାସୀଙ୍କ ନିରନ୍ତର ପ୍ରୟାସ କରିଆସୁଛି ଓ ୨୦୨୪ ରେ ପୁନଃ କ୍ଷମତାକୁ ଆସିବା ପାଇଁ ବିଜେଡ଼ିର କୁ ଶାସନକୁ ଆୟୁଧ କରିବ ବୋଲି ଦୃଢ଼ୋକ୍ତି କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ପିସିସି ମିଡ଼ିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏହି ସାମ୍ବାଦିକ ସମ୍ମିଳନୀରେ ପୌରହିତ୍ୟ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସୁରେଶ କୁମାର ରାଉତରାୟ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.