Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଆଖିରେ ଜଟିଳ ଅସ୍ତ୍ରୋପଚାର ପରେ ଦୁନିଆ ଦେଖିଲା ତିନି ମାସର ଶିଶୁକନ୍ୟା

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଲେ ପରିବାର ଲୋକ

0

ସୁନ୍ଦରଗଡ଼,ନିରପେକ୍ଷ ଖବର:୨୮/୦୯/ ୨୦୨୦: ‘‘ଜନ୍ମ ହେଲା ବେଳେ ମୋ’ ଝିଅର ଓଜନ ମାତ୍ର ୭୦୦ ଗ୍ରାମ ଥିଲା। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଝିଅ ଅଢ଼େଇ ମାସ ରହିଲା। ପରୀକ୍ଷା ହେଲାରୁ ଜଣାପଡ଼ିଲା ଯେ ତା’ ଆଖିରେ କିଛି ଅସୁବିଧା ଅଛି। ଅପରେସନ କରିବାକୁ ପଡ଼ିବ। ଝିଅକୁ କେମିତି ଭଲ କରିବୁ ଆମେ ଚିନ୍ତାରେ ପଡ଼ିଯାଇଥିଲୁ’’, କିଛିଦିନ ତଳର କଥା ମନେପକାଇ କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ଏକମା ଗ୍ରାମର ରିଙ୍କି ବାରିକ। କିନ୍ତୁ ରିଙ୍କି ଓ ତାଙ୍କ ସ୍ୱାମୀ ସଚୀନ୍ଦ୍ରଙ୍କ ସେହି ଚିନ୍ତା ଦୂର ହୋଇପାରିଛି। ଠିକ୍ ସମୟରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ସହଯୋଗରେ ଭୁବନେଶ୍ୱରଠାରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଶିଶୁକନ୍ୟାଟିର ଆଖିରେ ବିରଳ ଅସ୍ତ୍ରୋପଚାର ହୋଇଛି। କୁନି ଝିଅଟି ତା’ ଆଖିରେ ବାପା ମା’ ଓ ଦୁନିଆକୁ ଦେଖିପାରିଛି। ଗତ ତିନି ମାସ ତଳେ ରିଙ୍କି ବାରିକ ନିର୍ଦ୍ଧାରିତ ପ୍ରସବ ତାରିଖର ଯଥେଷ୍ଟ ପୂର୍ବରୁ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ପରେ ଶିଶୁଟିର ଦୃଷ୍ଟି ପଟଳରେ ସମସ୍ୟା ରହିଥିବା ଜଣାପଡ଼ିଥିଲା। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ) ଅଧୀନରେ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଝିଅଟିର ପରୀକ୍ଷା କରାଯାଇଥିଲା। ଭୁବନେଶ୍ୱରସ୍ଥିତ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ତାପସ ରଞ୍ଜନ ପାଢ଼ୀ ସୁନ୍ଦରଗଡ଼ ଆସି ୩୮ ଜଣ ଶିଶୁଙ୍କର ଆଖି ପରୀକ୍ଷା କରିଥିଲେ। ତା’ ଭିତରେ ଏଇ ୩ ମାସର ଝିଅଟିର ଆଖି ଅପରେସନ କରିବା ଜରୁରୀ ବୋଲି ଡାକ୍ତର ମତ ଦେଇଥିଲେ। କଅଁଳା ଶିଶୁର ଅପରେସନ କଥା ଶୁଣି ପ୍ରଥମେ ଡରି ଯାଇଥିଲେ ସଚୀନ୍ଦ୍ର ଏବଂ ରିଙ୍କି। ତା’ ସାଙ୍ଗକୁ ଅପରେସନ ପାଇଁ ଟଙ୍କା କୁଆଡୁ ଆସିବ, ତାକୁ ନେଇ ଉଭୟ ଚିନ୍ତାରେ ପଡ଼ିଥିଲେ। ହେଲେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପିଲାଟିର ଚିକିତ୍ସା ପାଇଁ ଆଗେଇ ଆସିଥିଲା। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆମ୍ବୁଲାନ୍ସରେ ଶିଶୁକନ୍ୟା ସହ ତା’ର ପରିବାରକୁ ଭୁବନେଶ୍ୱର ପଠାଯାଇଥିଲା। ଚକ୍ଷୁ ବିଶେଷଜ୍ଞ ଡାକ୍ତର ତାପସ ରଞ୍ଜନ ପାଢ଼ୀ କ୍ୟାପିଟାଲ ହସ୍ପିଟାଲରେ ତା’ର ଲେଜର ଅପରେସନ କରିଥିଲେ। ଫଳରେ ଝିଅଟି ସୁସ୍ଥ ହୋଇ ଘରକୁ ଫେରିଛି।  ‘‘କିଛିଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୮ ଜଣ ଶିଶୁଙ୍କର ଆଖି ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୪ ଜଣ ଶିଶୁଙ୍କ ଦୃଷ୍ଟି ପଟଳରେ ସମସ୍ୟା ଥିବା ଜଣାପଡ଼ିଥିଲା। ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ଭୁବନେଶ୍ୱର ପଠାଯାଇଥିଲା। ୩ ଜଣଙ୍କ ଆଖି ଔଷଧ ଦ୍ୱାରା ଭଲ ହେବ ବୋଲି ଜଣାପଡ଼ିଲା। ତେବେ ସେ ଛୋଟ ଝିଅର ଆଖିରେ ଲେଜର ଅପରେସନ କରାଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି’’, ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର। ଶିଶୁକନ୍ୟାକୁ ଠିକଣା ସମୟରେ ଚିକିତ୍ସା ମିଳିପାରିଲା। ତାକୁ ଭୁବନେଶ୍ୱର ଅଣାଯାଇ ଅତ୍ୟାଧୁନିକ ସର୍ଜରି କରାଯିବାରୁ ତା’ର ଆଖି ଠିକ ହୋଇପାରିଲା ବୋଲି କହିଛନ୍ତି ଡାକ୍ତର ତାପସ ରଞ୍ଜନ ପାଢ଼ୀ। ଝିଅଟି ଏକପ୍ରକାର ନୂଆ ଜୀବନ ପାଇଥିବାରୁ ତା’ର ମା’ ରିଙ୍କି ଏବଂ ବାପା ସଚୀନ୍ଦ୍ର ବେଶ୍ ଖୁସି। ଏଥିପାଇଁ ସେମାନେ ଜିଲ୍ଲା ପ୍ରଶାସନ ସହ ଆରବିଏସକେ ଏବଂ ଡାକ୍ତରୀ ଟିମକୁ ଧନ୍ୟବାଦ ଦେଇଛନ୍ତି।

Mo sapath

Leave A Reply

Your email address will not be published.