Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ପାନୀୟ ଜଳ ପ୍ରକଳ୍ପ ଅଚଳ

ଖତ ଖାଉଛି ଯନ୍ତ୍ରାଂଶ ,ଚୁପ୍ ବସିଛି ପ୍ରଶାସନ

0

ନିରପେକ୍ଷ ଖବର(ନିଆଳି):ତା ୨୯/୦୯ ଗ୍ରାମାଞ୍ଚଳ ଗୁଡିକରେ ଲୋକ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ତୃଣମୂଳ ସ୍ତରରେ ଯୋଜନା ଗୁଡିକର ସଠିକ ଭାବରେ କାର୍ଯ୍ୟକାରୀ ହେଉ ନଥିବା ଦେଖିବାକୁ ମିଳିଛି ଫଳରେ ପାନୀୟ ଜଳ ପ୍ରକଳ୍ପ ପାଇଁ ବ୍ୟୟ ହେଉଥିବା କୋଟିକୋଟି ଟଙ୍କା କେବଳ ଅପବ୍ୟୟ ହେବାରେ ଲାଗିଛି ।କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ତିହୁଡ଼ି ଗ୍ରାମରେ ଲକ୍ଷ୍ୟାଧିକ ଟଙ୍କା ବ୍ୟୟ ରେ ପ୍ରତିଷ୍ଠିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବିଭାଗୀୟ ଅପରିଣାମ ଦର୍ଶିତାର ଏକ ନମୁନା ମାତ୍ର ।ନିଆଳି ର ତିହୁଡ଼ି ଗ୍ରାମରେ ପ୍ରାୟ ପାଞ୍ଚହଜାର ଗ୍ରାମବାସୀଙ୍କୁ ବିଶୋଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୨୦୦୯ ମସିହା ରେ ୫୦ ଲକ୍ଷ ଟଙ୍କା ର ବ୍ୟୟ ଅଟକଳ ରେ ଟେଣ୍ଡର କରାଯାଇଥିଲା ।ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପୁରୁଣା ପାଇପି ଓ ଖରାପ ଟ୍ରାନ୍ସଫରମର ବସା ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଥିବା ସହିତ ପରୀକ୍ଷା ମୂଳକ ଭାବେ ମଧ୍ୟ ଥରେ ବି ଜଳ ଯୋଗାଣ ହୋଇ ନାହିଁ କିମ୍ବା ଜଳ ଯୋଗାଣ ପାଇଁ ପଏଣ୍ଟ ହୋଇ ନାହିଁ ବୋଲି କହିଛନ୍ତି ।ଜଣେ ଠିକାଦାର ଏହାର ମରାମତି କାମ କରିବା ପାଇଁ କାର୍ଯ୍ୟାଦେଶ ପାଇଥିଲେ କିନ୍ତୁ ସେ ଆଦୌ କିଛି କାମ ନକରି ୩ ଲକ୍ଷ ଟଙ୍କାର ମିଛ ବିଲ ପାଇଛନ୍ତି ବୋଲି ସାଧାରଣରେ ଚର୍ଚା ଜୋର ଧରିଛି ।ପ୍ରକଳ୍ପ ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡିଥିବା ବେଳେ ବିଭାଗ ପକ୍ଷରୁ ଏହାର ଆବଶ୍ୟକ ମରାମତି କରାଯାଉ ନାହିଁ।ଏପରିକି ପ୍ରକଳ୍ପ ର ଚତୁଃପାର୍ଶ୍ଵ ଏବେ ଅନାବନା ଘାସ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି।ଅଚଳ ହୋଇ ପଡ଼ିଥିବା ବେଳେ ବିଭାଗୀୟ ଅଧିକାରୀ ଏବଂ ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ତେବେ ପ୍ରଶାସନ ଏହି ଠକେଇର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହିତ ଗ୍ରାମବାସୀ ମାନଙ୍କୁ ପାଇପି ଯୋଗେ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରିବାକୁ ଗ୍ରାମବାସୀମାନେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି।ରାଜ୍ୟ ତଥା କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଉଥିବା ବେଳେ କଟକ ଜିଲ୍ଲା ର ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ଖାମଖିଆଲି ନୀତି ଆପଣାଇବା ଘଟଣା କ୍ଷୋଭର ବିଷୟ ହୋଇଛି।ତେବେ ଏ ଦିଗରେ ସରକାର କିମ୍ବା ଜିଲ୍ଲା ପ୍ରଶାସନ ର କେବେ ଦୃଷ୍ଟି ପଡୁଛି ତାହା ଦେଖିବା ବାକି ରହିଲା।

Mo sapath

Leave A Reply

Your email address will not be published.