Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ସୁନ୍ଦରଗଡ଼ ଜିଲ୍ଲାରେ ମା’ ଓ ଶିଶୁ ସୁରକ୍ଷା ପାଇଁ ଆଉ ୯ଟି ‘ମା’ ଗୃହ’ ପ୍ରତିଷ୍ଠା କରାଯିବ

0

ସୁନ୍ଦରଗଡ଼,ନିରପେକ୍ଷ ଖବର:ତା. ୨୫.୦୯.୨୦୨୦: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରୀ ଓ ଘରୋଇ ସହଭାଗିତା (ପିପିପି) ଉପରେ ଗୁରୁତ୍ୱ ଆରୋପ କରାଯାଉଛି। ନିକଟରେ ଏ ସମ୍ପର୍କରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷକରି, ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମା’ ଓ ଶିଶୁ ମୃତ୍ୟୁହାରକୁ ନିୟନ୍ତ୍ରଣ କରିବାକୁ ଅଧିକ ସଂଖ୍ୟାରେ ‘ମା’ ଗୃହ’ ପ୍ରତିଷ୍ଠା କରାଯିବ। ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ସରକାରୀ ଓ ଘରୋଇ ସହଭାଗିତାରେ ଚାଲିଥିବା ବିଭିନ୍ନ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର (ୟୁପିଏଚସି), ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର (ପିଏଚସି) ଏବଂ ମା’ ଗୃହ ପରିଚାଳନା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଗରୁ ରାଉରକେଲାର ତିଲ୍‌କାନଗର ଏବଂ ସେକ୍ଟର ୨୨ରେ ଥିବା ୟୁପିଏଚସିଗୁଡ଼ିକ ପିପିପି ଧାରାରେ ଚାଲିଛି। ବର୍ତ୍ତମାନ ରାଉରକେଲାର ହମିରପୁର ଏବଂ ମହତାବ ରୋଡ୍ ୟୁପିଏଚସିକୁ ସରକାରୀ ଓ ଘରୋଇ ସହଭାଗିତାରେ ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଫଳରେ ଜିଲ୍ଲାରେ ଥିବା ମୋଟ ୧୦ଟି ସହରାଞ୍ଚଳ ପିଏଚସି ଭିତରୁ ସ୍ୱାସ୍ଥ୍ୟ ବିଭାଗ ସିଧାସଳଖ ଭାବେ ୬ଟିର ପରିଚାଳନା କରୁଥିବା ବେଳେ ୪ଟି କେନ୍ଦ୍ରର ପରିଚାଳନା ଯୋଗ୍ୟ ଘରୋଇ ବା ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା କରାଯିବ। ସେହିପରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ୯ଟି ନୂଆ ମା’ ଗୃହ ପ୍ରତିଷ୍ଠା କରାଯିବା ସହ ଜିଲ୍ଲାରେ ଥିବା ମୋଟ ୭୫ଟି ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ମଧ୍ୟରୁ ୫ଟିକୁ ସରକାରୀ ଓ ଘରୋଇ ସହଭାଗିତା ମାଧ୍ୟମରେ ପରିଚାଳନା କରିବାକୁ ବୈଠକରେ ସ୍ଥିର କରାଯାଇଛି। ‘‘ସୁନ୍ଦରଗଡ଼ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରେ ମା’ ଓ ନବଜାତଙ୍କ ସୁରକ୍ଷା ପାଇଁ ‘ମା’ ଗୃହ’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦୁର୍ଗମ ଅଞ୍ଚଳ ସହିତ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବିଭିନ୍ନ ଜଟିଳତାର ଲକ୍ଷଣ ଥିବା ଗର୍ଭବତୀ ମହିଳାମାନଙ୍କୁ ପ୍ରସବର କିଛିଦିନ ଆଗରୁ ଏହି ମା’ ଗୃହରେ ରଖାଯାଉଛି। ସେଠାରେ ମା’ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ପୁଷ୍ଟିକର ଆହାର, ଗର୍ଭାବସ୍ଥାଜନିତ ପରାମର୍ଶ ଦିଆଯିବା ସହିତ ଠିକଣା ସମୟରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇ ସୁରକ୍ଷିତ ପ୍ରସବକୁ ସୁନିଶ୍ଚିତ କରାଯାଇପାରୁଛି। ପ୍ରସବ ପରେ ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଘରକୁ ପଠାଯାଉଛି,’’ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି ୨୦୧୨ ମସିହାରୁ ଜିଲ୍ଲାର ଲେଫ୍ରିପଡ଼ା, ଲହୁଣିପଡ଼ା, ଗୁରୁଣ୍ଡିଆ, କୋଇଡ଼ା ଏବଂ ରାଜଗାଙ୍ଗପୁର ଆଦି ବ୍ଲକର ଦୁର୍ଗମ ଅଞ୍ଚଳରେ ପାଞ୍ଚଟି ମାଆ ଘର ଚାଲିଛି। ସେହିପରି ପରବର୍ତ୍ତୀ ସମୟରେ ଲେଫ୍ରିପଡ଼ା, ଗୁରୁଣ୍ଡିଆ, ଲହୁଣିପଡ଼ା ଓ କୋଇଡାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଆଉ ୪ଟି ଆଠ ଶଯ୍ୟାବିଶିଷ୍ଟ ମା’ ଗୃହ ପ୍ରତିଷ୍ଠା କରାଯାଇଛି। ଚଳିତବର୍ଷଠାରୁ ଏଗୁଡ଼ିକ କାର୍ଯ୍ୟକ୍ଷମ ହୋଇଛି। ତେବେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ଏସବୁର ବିଧିବଦ୍ଧ ଉଦ୍‌ଘାଟନ ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହେଉଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମା’ ଗୃହଗୁଡ଼ିକରୁ ୨୦୧୯-୨୦ ବର୍ଷରେ ୧୪୭୭ ଜଣ ମା’ ଉପକୃତ ହୋଇଛନ୍ତି। ସେହିପରି ୨୦୨୦ ଏପ୍ରିଲ୍ ୧ରୁ ଅଗଷ୍ଟ ୩୧ ସୁଦ୍ଧା ୭୦୭ ଜଣ ମା’ ସେବା ପାଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ହେମଗିରି ବ୍ଲକର ଡୁଡୁକା, ଟାଙ୍ଗରପାଲିର ତଲସାଡିହି, ସବଡେଗାର ଟାଙ୍ଗର ଗାଁ, ବଡ଼ଗାଁର ଏକମା, କୁତ୍ରାର ଖତକୁରବାହାଲ, ଲାଠିକଟାର ରାମଯୋଡ଼ି, ବଣାଇଗଡ଼ର ଟିକାୟତପଲ୍ଲୀ ଏବଂ ବିଶ୍ରାଠାରେ ଆଉ ନଅଟି ମା’ ଗୃହ ପ୍ରତିଷ୍ଠା କରାଯିବ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏଥିପାଇଁ ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି କରାଯାଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ, ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଏବଂ ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ। ସୁନ୍ଦରଗଡ଼ ଜିଲ୍ଲାର ୧୮୦ଟି ଗାଁକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁର୍ଗମ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏହିସବୁ ଅଞ୍ଚଳରେ ମା’ ଗୃହ ପ୍ରତିଷ୍ଠା କରି ମାତୃ ଓ ଶିଶୁ ମୃତ୍ୟୁହାରକୁ ନିୟନ୍ତ୍ରଣ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି।

Mo sapath

Leave A Reply

Your email address will not be published.