Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

କରୋନା ଯୋଧ୍ୟାଙ୍କୁ ସମ୍ବର୍ଦ୍ଧିତ କଲା ‘ଉତ୍କଳୀୟମ୍‍ ଫାଉଣ୍ଡେସନ୍‍’

ଗଣମାଧ୍ୟମ ପ୍ରତିନିଧିଙ୍କୁ ‘କରୋନା ମହାଯୋଦ୍ଧା’ ସମ୍ମାନ

0

* ସମ୍ବର୍ଦ୍ଧିତ ହେଲେ ନିରପେକ୍ଷ ଖବରର ଯୁବ ସମ୍ବାଦିକା ଦେବସ୍ମିତା ବେହେରା…

ଭୁବନେଶ୍ୱର, ୧୩/୯(ନିରପେକ୍ଷ ଖବର): ଉତ୍କଳୀୟ ଫାଉଣ୍ଡେସନ୍‍, ଭାରତ ପକ୍ଷରୁ ନିଜ ଜୀବନକୁ ବାଜି ଲଗାଇ ଅସହାୟମାନଙ୍କୁ ସହାୟ ହୋଇ ଏହି ମହାବିପତ୍ତି ସମୟରେ ଜନସାଧାରଣଙ୍କୁ ସମସ୍ତ ଘଟଣାର ତଥ୍ୟ ସଠିକ୍‍ ଭାବରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ‘କରୋନା ମହାଯୋଦ୍ଧା’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।ଉତ୍କଳ ସାମ୍ବାଦିକ ସଂଘସ୍ଥିତ ସଭାଗୃହରେ ରବିବାର ଫାଉଣ୍ଡେସନ୍‍ର ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରସନ୍ନ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ‘କରୋନା ମହାଯୋଦ୍ଧା’ ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ନିରପେକ୍ଷ ଖବରର ଯୁବ ସମ୍ବାଦିକା ଦେବସ୍ମିତା ବେହେରାଙ୍କ ସମେତ ଜିତେନ୍ଦ୍ର ସାହୁ(ସୂର୍ଯ୍ୟପ୍ରଭା) ସତ୍ୟଜିତ୍‍ ସେଣ(କନକ ଟିଭି), ପ୍ରତାପଚନ୍ଦ୍ର ପ୍ରଧାନ(ସମାଜ), ତ୍ରିନାଥ ମହାନ୍ତି(ଧରିତ୍ରୀ), ଗଗନ ସ୍ୱାଇଁ(ସମୟ), ସମ୍ବିତ୍‍ କୁମାର ବେହେରା(ପ୍ରମେୟ), ଏସ୍‍.ରାଜୀବ ଗୌରବ(ଓଡ଼ିଶା ଭାସ୍କର), ସଞ୍ଜୟ କୁମାର ଜେନା(ନିର୍ଭୟ), ରମାକାନ୍ତ ମହାନନ୍ଦ(ସମାଜ ଲାଇଭ୍‍), ମମତା ବେବର୍ତ୍ତା(ଦିନଲିପି), ରାଜୀବ ନୟନ ରଥ(ଓଡ଼ିଶା ନ୍ୟୁଜ୍‍ ଟୁଡେ), ବିମଳଚନ୍ଦ୍ର ପ୍ରଧାନ(କରେଣ୍ଟ ନ୍ୟୁଜ୍‍), ଗୌରବ ଦାସ(ଓଡ଼ିଶା ନ୍ୟୁଜ୍‍), ରାଜେନ୍ଦ୍ର ଚୌଧୁରୀ(ମିରର)ଙ୍କୁ ‘କରୋନା ମହାଯୋଦ୍ଧା’ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ। ସମଗ୍ର ବିଶ୍ୱ ଯେତେବେଳେ କରୋନା ମହାମାରୀ ସହ ଲଢେ଼ଇ କରୁଛି, ଠିକ ସେହି ସମୟରେ ଡାକ୍ତର, ନର୍ସ, ମେଡ଼ିକାଲ୍‍ କର୍ମଚାରୀ, ପୁଲିସ, ସଫେଇ କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ, ଜରୁରୀ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀ, ସାମାଜିକ ସଂଗଠନ କର୍ମକର୍ତ୍ତା ସଂକ୍ରମଣ ରୋକିବା ଅହରହ ଉଦ୍ୟମ ଜାରି ରଖିଛନ୍ତି। ଏହି ଲଢେଇରେ ମଧ୍ୟ ସବୁଠାରୁ ଗୁରୁ ଦାୟିତ୍ୱ ନିର୍ବାହ କରିଛନ୍ତି ଗଣମାଧ୍ୟମ ପ୍ରତିନିଧିମାନେ।ଭୁବନେଶ୍ୱର ଉତ୍କଳ ସାମ୍ବାଦିକ ସଂଘର ମୁଖ୍ୟ କାର୍ଯ୍ୟାଳୟସ୍ଥିତ ସଭାଗୃହରେ ଫାଉଣ୍ଡେସନ୍‍ର ରାଜ୍ୟ ସଂଯୋଜିକା ସାଗରକା ମହାନ୍ତି ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏଥିରେ ଫାଉଣ୍ଡେସନ୍‍ର ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମରେ ରାଜ୍ୟ ଉପାଧ୍ୟକ୍ଷା ସବିତା ପୃଷ୍ଟି, ରାଜ୍ୟ ସମ୍ପାଦିକା ସୁଚିତ୍ରା ବେହେରା, ରାଜ୍ୟ ସଂଗଠନ ସମ୍ପାଦକ ସୁନୀଲ ମହାପାତ୍ର, ପରମ୍‍ବ୍ରହ୍ମ ରାଉତ, ଜଗତସିଂହପୁର ଜିଲା ସଭାପତି ଗୋଲକଚନ୍ଦ୍ର ସାହୁ, ପୁରୀ ଜିଲା ସଭାପତି ଉମାଶଙ୍କର ଶତପଥୀ, ଭଦ୍ରକ ଜିଲା ସଭାପତି ବିବେକାନନ୍ଦ ସେଠୀ, ଭୁବନେଶ୍ୱର ସମ୍ପାଦକ ବିଦ୍ୟୁତ୍‍ଲତା ମହାନ୍ତି, ନିରଞ୍ଜନ ସାହୁ ପ୍ରମୁଖ ଯୋଗଦେଇଥିଲେ । ଫାଉଣ୍ଡେସନ୍‍ର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Mo sapath

Leave A Reply

Your email address will not be published.