Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…
Blank space

‘ ବିଉଟି କେଫ୍ ଏବଂ ଭ୍ରାମ୍ୟମାଣ ବିଉଟି’ ଉଦ୍ଘାଟିତ

0
Advertising:

ଭୁବନେଶ୍ୱର, ନିରପେକ୍ଷ ଖବର:ତା.୦୧/୧୨  ଭାରତର ପ୍ରଥମ ସାଲୁନ ଏବଂ କେଫ୍ , ଓଡିଶାର ପ୍ରଥମ ଭ୍ରାମ୍ୟମାଣ ମୋବାଇଲ ବିଉଟି ଭୁବନେଶ୍ୱର ଇମ୍ଫୋସିଟ ଛକ ନିକଟରେ ପ୍ଲାଜା ଇମ୍ଫସିଟି ଠାରେ ବିଶେଷ ଆଡମ୍ବର ସହକାରେ ଉଦ୍ଘାଟିତ ହୋଇଯାଇଛି । ଏହାକୁ ଓଡିଆ ଅଭିନେତ୍ରୀ ଭୂମିକା ଦାଶ ଏବଂ ଭୁବନେଶ୍ୱର ସର୍କଲ ଏସ୍ .ବି.ଆଇ. ଚିଫ୍ ଜେନେରାଲ ମ୍ୟାନେଜର ଶ୍ରୀମତୀ ପ୍ରଭିନା କଳା ନିମନ୍ତ୍ରିତ ଅତିଥି ମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ରିବନ କାଟି ଉଦ୍ଘାଟନ କରିଥିଲେ ।
ନିଜର ଆଭିମୁଖ୍ୟ ପ୍ରକାଶ କରିବାକୁ ଯାଇ ନାନ୍ସି ମେକଅପ୍ ଷ୍ଟୁଡିଓ ଏବଂ ଏକାଡେମୀର ମାଲିକାଣୀ ମିସ୍ ନାନ୍ସି କହନ୍ତି , ଆଜିର ପ୍ରତିଯୋଗିତାପୂର୍ଣ୍ଣ ପ୍ରସାଧନ ଶିଳ୍ପ କ୍ଷେତ୍ରରେ ଗ୍ରାହକ ମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ନିଜେ ବ୍ୟବହାର କରୁଥିବା ପ୍ରସାଧନ ସାମଗ୍ରୀ ଏବଂ ଏଗୁଡିକର ଗୁଣାତ୍ମକ ମାନ ସଂପର୍କରେ ସେମାନେ ବିଶେଷ ଭାବେ ସଚେତନ ।ପ୍ରତ୍ୟେକ ଗ୍ରାହକ ନିଜ ଅର୍ଥବିନିଯୋଗର ଉପଯୁକ୍ତ ମୂଲ୍ୟ ଚାହିଁଥାନ୍ତି । କିଛିଟା ସ୍ୱତନ୍ତ୍ର କାର୍ଯ୍ୟପାଇଁ ସେମାନେ ଅଧିକ ଖର୍ଚ୍ଚକରିବାକୁ ମଧ୍ୟ ପଛାଇ ନଥାନ୍ତି ।
ଏହି ଭ୍ରାମ୍ୟମାଣ ବିଉଟି ସଂସ୍ଥା ଗ୍ରାହକମାନଙ୍କୁ ସେମାନଙ୍କର ଘର ପାଖରେ ଶୀତତାପ ନିୟନ୍ତ୍ରିତ ଭ୍ୟାନ୍ ଭିତରେ ସେମାନଙ୍କର ନିରାପତା ଏବଂ ବ୍ୟକ୍ତିଗତ ଗୋପନୀୟତା ରକ୍ଷାକରି ଗୁଣାତ୍ମକ ସେବା ଯୋଗାଇ ପାରିବ ।
ଆଉ ମଧ୍ୟ ନାନ୍ସି କହିଥିଲେ , ଏହି ମୋବାଇଲ ବିଉଟି ଭ୍ୟାନରେ ଦମ୍ପତି ଏବଂ ଅନ୍ତରଙ୍ଗ ବନ୍ଧୁମାନେ ଅନ୍ତତଃ କିଛି ସମୟ ଏକାଠି ବିତାଇ ପାରିବେ । ଏଠାରେ ନିଶୁଳ୍କ ଓାଇଫାଇର ସୁବିଧା ମଧ୍ୟ ଉପଲବ୍ଧ ।
ନାନ୍ସି କୌଣସି ଖ୍ୟାତନାମା ସଂସ୍ଥାର ବ୍ରାଣ୍ଡକୁ ନଆପଣେଇ , ନିଜ ନାମରେ ସଂସ୍ଥାକୁ କାହିଁକି ନାମିତ କରିଛନ୍ତି , ବୋଲି କେତୋଟି ପ୍ରଶ୍ନର ଉତର ଦେବାକୁ ଯାଇ ସେ କହନ୍ତି – କୌଣସି ବ୍ରାଣ୍ଡ ଅଧୀନରେ କାମକଲେ ନିଜର ଉଦ୍ଦିଷ୍ଟ ଗୁଣାତ୍ମକ ମାନ ରକ୍ଷାକରିବାରେ ଅସୁବିଧା ହୋଇପାରେ ।ତେଣୁ ସେ ଏହାକୁ ନିଜ ନାମରେ ନାମିତ କରିଛନ୍ତି ।
ନିଜ ସ୍ୱାମୀ ଉଇଙ୍ଗ୍ କମାଣ୍ଡର ଅମିତାଭ ରଂଜନ,ଦୁଇ ସନ୍ତାନ ଅଂଶ୍ ଏବଂ ଅନୁଶ୍ରୀ ,ଶଶୁର ଶ୍ରୀ ଏମ୍.ଆର.ଶ୍ରୀବାସ୍ତବଙ୍କ ଉପସ୍ଥିତିରେ ସେ ଏସ୍.ବି.ଆଇ ଏବଂ ବିଶେଷତଃ ଭୁବନେଶ୍ୱରର ବାସିନ୍ଦା ମାନଙ୍କୁ ସେମାନଙ୍କର ସହଯୋଗପାଇଁ ଧନ୍ୟବାଦ ଜଣାଇ ଥିଲେ ।
ଶ୍ରୀମତୀ ପ୍ରଭିନା କଳା , ନାନ୍ସିଙ୍କର ଆତ୍ମନିଯୁକ୍ତି ଉଦ୍ୟମକୁ ପ୍ରଶଂସା କରିବା ସହିତ ତାଙ୍କ ସଂସ୍ଥାର ଉତରୋତର ଉନ୍ନତି କାମନା କରିଥିଲେ ।
ମୁଖ୍ୟ ଅତିଥି ମିସ୍ ଭୂମିକା ଦାଶ ନାନ୍ସିଙ୍କର ଉଦ୍ୟମକୁକୁ ପ୍ରଶଂସା କରି ଏହା ଓଲିଉଡ୍ କଳାକାର ମାନଙ୍କ ପାଇଁ ବିଶେଷ ସହାୟକ ହେବବୋଲି ମତ ପ୍ରକାଶ କରିଥିଲେ ।

Mo sapath

Leave A Reply

Your email address will not be published.