Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

ବୟନିକାର ସ୍ୱୟଂଚାଳିତ ପ୍ରଣାଳୀ “ବୟନସ୍ପର୍ଶ’’ଉନ୍ମୋଚିତ

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା୩୦/୧୧ ଆଜି ଅପରାହ୍ନରେ ବୟନ ଭବନଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ
ପଦ୍ମିନୀ ଦିଆନ ବୟନିକାର ଏକ ସ୍ୱୟଂଚାଳିତ ପ୍ରଣାଳୀ “ବୟନସ୍ପର୍ଶ’’କୁ ଉନ୍ମୋଚିତ କରିଥିଲେ । ଏହି ବୈଷୟିକ ପ୍ରଣାଳୀ ‘ଗଅପି-ଓଅକ୍ତଅ‘ ଉପନରେ ଆଧାରିତ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପ୍ରସ୍ତୁତ “୫ ଟି ’’ ଯୋଜନାର ଏକ ଅଂଶବିଶେଷ । ଏହି ଯୋଜନାକୁ ଇଡ଼୍‌କଲ୍‌ ସଫଫେୱର ଜରିଆରେ “ଓଏସିସ୍‌’’ ନାମକ ସଂସ୍ଥା କାର୍ଯ୍ୟାନ୍ୱୟନ କରୁଛନ୍ତି । ଏହି ପ୍ରଣାଳୀ ବୟନିକାର ମୁଖ୍ୟ କାର୍ଯ୍ୟାଳୟ ତଥା ସମସ୍ତ
ଶାଖାରେ କାର୍ଯ୍ୟକାରୀ କରାଯିବ । ଏହାଦ୍ୱାରା ବୟନିକାର ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ସମିତିମାନଙ୍କଠାରୁ କ୍ରୟ କରାଯାଇଥିବା ଲୁଗାର ହିସାବ, ପ୍ରତି ଶାଖାକୁ ଯୋଗାଯାଉଥିବା ଲୁଗାର ହିସାବ, ପ୍ରତି ଶାଖାରେ ବିକ୍ରୀ ହେଉଥିବା ଲୁଗାର ହିସାବ, ଶାଖାୱାରୀ ଦୈନନ୍ଦିନ ବିକ୍ରୀ ଓ ବିକ୍ରୀ ଓ ବିକ୍ରୀ ଅର୍ଥ ଡ଼ିପୋଜିଟ୍‌, ଶାଖାୱାରୀ ଲାଭକ୍ଷତି ଓ ସର୍ବୋପରି ବୟନିକାର ବ୍ୟବସାୟ ଅଟକଳ ଓ ଲକ୍ଷ୍ୟହାସଲର ସହଜ ଓ ସୁବିଧାରେ ସମୀକ୍ଷା କରାଯାଇପାରିବ ।
କେଉଁ ଶାଖାରେ କେଉଁ କିସମର ଲୁଗା ବିକ୍ରୀ ହେଉଛି, ତାହା ଅତି ସହଜରେ ଜାଣିହେବ ଏବଂ ତଦନୁଯାୟୀ ବୟନିକା ବିଭିନ୍ନ ପ୍ରାଥମିକ ସମିତିମାନଙ୍କଠାରୁ ଉପଯୁକ୍ତ ଲୁଗାକ୍ରୟ କରିପାରିବ । ଏହି ପ୍ରକି୍ରୟାରେ ସମସ୍ତ ଗ୍ରାହକଙ୍କ ଠିକଣା ଓ ତାଙ୍କର ଚାହିଦାକ ରେକର୍ଡ଼ କରିହେବ ।ଆଜିର ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମାନନୀୟା କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା (ଭା.ପ୍ର.ସେ), ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା,
ବୟନିକାର ସଭାପତି ଶ୍ରୀଯୁକ୍ତ ଶେଷ କୁମାର ମେହେର, ବୟନଶିଳ୍ପ ନିର୍ଦ୍ଦେଶକ, ଓଡ଼ିଶା ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ଦାସ (ଓ.ପ୍ର.ସେ) ଓ ବିଭାଗ, ନିର୍ଦ୍ଦେଶାଳୟର ତଥା ବୟନିକାର ଉଚ୍ଚପଦସ୍ଥ ଅଧିକାରୀଗଣ ଯୋଗଦାନ କରିଥିଲେ । ଏହି ଉଚ୍ଚକୋଟିର ପ୍ରକଳ୍ପ ପାଇଁ ମନ୍ତ୍ରୀ ଶ୍ରୀମତୀ ଦିଆନ ବୟନିକାକୁ ଅଭିନନ୍ଦନ ଜ୍ଞାପନ କରିଥିଲେ । କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶର୍ମା ଏହାକୁ ଏକ
ଯୁଗାନ୍ତକାରୀ ଓ ଅତ୍ୟନ୍ତ ଉପାଦେୟ ପ୍ରଣାଳୀ ଭାବେ ଅଭିହିତ କରିଥିଲେ । ବୟନିଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦାସ ଏହି ବୈଷୟିକ ପ୍ରଣାଳୀକୁ ଆଧାର କରି ବୟନିକା ଏକ ସ୍ୱଚ୍ଛ ଓ ବିଶ୍ୱାସଯୋଗ୍ୟ ବ୍ୟବସ୍ଥା ପ୍ରଣୟନ କରିବ, ଯାହା ବୁଣାକାର ସମିତି, ବୁଣାକାର ତଥା ଗ୍ରାହକଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ପ୍ରତିଷ୍ଠାରେ ଅତ୍ୟନ୍ତ ଫଳପ୍ରଦ ହେବ । ସର୍ବୋପରି ବୟନିକା ଭବିଷ୍ୟତରେ ଏହାର ବ୍ୟବସାୟିକ ଲକ୍ଷ୍ୟକୁ ପରିବର୍ଦ୍ଧିତ କରିପାରିବ ବୋଲି କହିଥିଲେ । ଶେଷରେ ବୟନିକାର ସମ୍ପାଦକ ଶ୍ରୀଯୁକ୍ତ ଦେବରାଜ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉନ୍ମୋଚନ ଅବସରରେ ବିଭାଗ ଅତିରିକ୍ତ ସଚିବ ଶ୍ରୀ ବୃନ୍ଦାବନ ବେହେରା, ଯୁଗ୍ମ ସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.