Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ରାଶି ଫଳ

0

 

ଆଜି ମେ ମାସ ତା ୧୨ ରବିବାର, ମେଷ ୨୯ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଅଶ୍ଳଷା ନକ୍ଷତ୍ର କର୍କଟ ଚନ୍ଦ୍ର ଦିନ ୧୨ଟା ପର‌୍ୟ୍ୟନ୍ତ ତାପରେ ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଭୋଗ ହେବ
*ମେଷ ରାଶିର ଘାତ ବାର
*ଆଜି: ନଡିଆ ଖାଇବା ନିଷେଧ

Blank space

ମେଷ:ଆଜି ଆପଣଙ୍କର ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ ହେବ। ବିବାଦର ସମାଧାନ ହୋଇଯିବ । ମନ ଚାହୁଁଥିବା ଜିନିଷ ଲାଭ କରିବା ଦିଗରେ ଚେଷ୍ଟା ଅବ୍ୟାହତ ରଖନ୍ତୁ ।ଆଶା ଅପୂରଣୀୟ
ରହିବ । ବାଣିଜ୍ୟ,ବ୍ୟବସାୟ, ସଭାସମିତି, ଯାତ୍ରା ଓ ବନ୍ଧୁମିଳର ଯୋଗ ରହିଛି ।

ବୃଷ:ଅଟକି ରହିଥିବା କାମଗୁଡିକୁ ତ୍ୱରାନ୍ବିତ କରି ଶେଷ କରିବେ । ଆଶା କରୁଥିବା ଦିଗରୁ ଧନପ୍ରାପ୍ତି ହେବ । ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି । ଜମିଜମା,କଚେରି ମାମଲାରୁ ଉପକୃତ ହେବେ।

ମିଥୁନ:କର୍ମକ୍ଷେତ୍ରରେ ସାହାଯ୍ୟ ମିଳିବ । ଚେଷ୍ଟା କରୁଥିବା ଦିଗରୁ ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ। ସୌଖୀନ ଦ୍ରବ୍ୟ କ୍ରୟକରିପାରନ୍ତି।ଅଫିସ୍‌ କାମରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ।

କର୍କଟ:ଭାବପ୍ରବଣତାବଶତଃ କଥା କହି ଅପଦସ୍ଥ ହୋଇପାରନ୍ତି। ପରକଥାରେ ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି । ଆକସ୍ମିକ ଆଗନ୍ତୁକ ନୂତନ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।
ସିଂହ:ଆଜି ଆପଣ ଅନ୍ୟମାନଙ୍କ ସକାଶେ ପ୍ରେରଣାର ପାତ୍ର ହେବେ । ପାରିବାରିକ ଆବଶ୍ୟକତାକୁ ନେଇ ବ୍ୟୟର ମାତ୍ରା କ୍ରମଶଃ ବୃଦ୍ଧି ଘଟିବ । ଅତି ନିକଟତମ ମିତ୍ର କେହି ଛଳନା କରି ଦୂରେଇ ଯାଇପାରନ୍ତି।

କନ୍ୟା:ଆଜି ଆପଣ ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇ ସମସ୍ୟାକୁ ନିମନ୍ତ୍ରଣ କରିବେ। ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।

ତୁଳା: ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ । ଆଧ୍ୟାତ୍ମିକ ପ୍ରବଚନ, ସାହିତ୍ୟ ଚର୍ଚ୍ଚା ସାଙ୍ଗକୁ ଧର୍ମକାର‌୍ୟ୍ୟରେ ନିଜକୁ ନିୟୋଜିତ କରିବେ । ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ।

ତୁୁୁଳା:ପରିବେଶ ଓ ପରିସ୍ଥିତିକୁ ନେଇ ଅସ୍ଥିରତା ସୃଷ୍ଟି ହୋଇପାରେ । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ରାଜନୈତିକ ସ୍ଥିତି, ଅର୍ଥନୈତିକ ପ୍ରଗତି ସାଙ୍ଗକୁ ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ ।

ଧନୁ:ଅପ୍ରିୟ ସତ୍ୟ କହି ନିଜ ଲୋକମାନଙ୍କ ଚକ୍ଷୁଶିଳ ହେବେ । ପରିବାରରୁ ସ୍ନେହ ଶ୍ରଦ୍ଧା,ସମ୍ମାନ ଓ ଆଦର ମିଳିବ । କର୍ମକ୍ଷେତ୍ରରେ ଅସହଯୋଗ କାରଣଜନିତ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ।

ମକର:ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିପାରନ୍ତି। ଶିଳ୍ପ, ବାଣିଜ୍ୟ,ବ୍ୟବସାୟ, ପରିବହନ ଓ ଏଜେନ୍‌ଶିପ୍‌ରୁ ଲାଭବାନ ହେବେ ।

କୁମ୍ଭ:ପ୍ରତ୍ୟେକ କ୍ଷେତ୍ରରେ ଧୈର‌୍ୟ୍ୟ ଓ ସାହସିକତାର
ସହ ସମସ୍ୟାକୁ ସୁଧାରି ନେବେ। ଘର ସାଜସଜ୍ଜା ନିର୍ମାଣରେ, ଆନୁଷ୍ଠାନିକ କାମରେ ଯୋଗ ଦେବେ । ଆର୍ଥିକ ପରିସ୍ଥିତି ଭଲ ରହିବ। କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।

ମୀନ:ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରତ୍ୟେକ କ୍ଷେତ୍ରରେ ଯେତେ ଭଲ କାମ କଲେ ସୁଦ୍ଧା କର୍ମକ୍ଷେତ୍ରରେ ସମାଲୋଚିତ ହେବେ । ଶିଳ୍ପ ,ବାଣିଜ୍ୟ, ରାଜନୀତି କ୍ଷେତ୍ରରେ ସଫଳତା ହାସଲ କରିବେ।

Mo sapath

Leave A Reply

Your email address will not be published.