Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଜଣାନ୍ତୁ ଆଜି ଅପଣଙ୍କ ଦିନଟି କିପରି କଟିବ

0

ଭୁବନେଶ୍ୱର,ନିରପେକ୍ଷ ଖବର:ରବିବାର ୧୭/୦୫/୨୦
*ଜାଣନ୍ତୁ ଅପଣଙ୍କ ରାଶି ଫଳ…..

ମେଷ : ଆଜି କିଛି ଭୁଲବୁଝାବଣା ହୋଇ ପାରେ ଏଥି ପାଇଁ ସାବଧାନ ରହିବେ । ନିଜ ବିଚ଼ାରକୁ ସ୍ପଷ୍ଟଭାବରେ ଅଭିବ୍ୟକ୍ତ କରନ୍ତୁ ଏବଂ ତା ସହିତ ଅନ୍ୟ ବ୍ୟକ୍ତିର କଥାବାର୍ତ୍ତାକୁ ମଧ୍ୟ ମନଦେଇ ଶୁଣି ବୁଝିବାକୁ ଚ଼େଷ୍ଟା କରନ୍ତୁ । ଚିନ୍ତାର ବାଦଲ ହଟିଲା ପରେ ଆପଣ ମାନସିକ ହାଲୁକାପଣ ଅନୁଭବ କରିବେ । ମନରେ ଉତ୍ସାହର ସଂଚାର ହେବ ।
ବୃଷ : ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ । ଆଜିର ଦିନ କୌଣସି ନୂଆ କାର୍ଯ୍ୟ କରିବା ପାଇଁ ଯୋଗ ଅଛି । ସ୍ଵାସ୍ଥ୍ୟର ଧ୍ୟାନ ରଖିବେ ।
ମିଥୁନ :ଆଜି ଆପଣଙ୍କ ଦିନ ଆମୋଦ ପ୍ରମୋଦରେ ବିତିବ । ପ୍ରଣୟ ପାଇଁ ଆଜିର ଦିନ ଭଲ ଅଟେ । ମିତ୍ର ଏବଂ ପ୍ରିୟଜନ ଆପଣଙ୍କ ଯାତ୍ରାକୁ ଆନନ୍ଦରେ ଭରି ଦେବେ । ନୂଆ ବସ୍ତ୍ର କ୍ରୟ କରିବାର ଯୋଗ ଅଛି । ମନ ପ୍ରଫୁଲ୍ଲିତ ରହିବ । ମାନ-ସମ୍ମାନ ମିଳିବ । ଭଲ ଭୋଜନ ଏବଂ ବୈବାହିକ ସୁଖର ଅନୁଭୂତି ହେବ ।
କର୍କଟ : ଆଜିର ଦିନ ନୂଆ ବନ୍ଧୁଟିଏ କରିବାର ଦିନ ଅଟେ । ଆଜିର ଦିନଟି ବ୍ୟବସାୟିକ ଦୃଷ୍ଟିରୁ ଏବଂ ସାମାଜିକ ଦୃଷ୍ଟିରୁ ସମ୍ପର୍କ ତିଆରି କରିବା ଦିନ ଅଟେ । କୌଣସି ସାମାଜିକ ଅନୁଷ୍ଠାନରେ ଆପଣ କିଛି ନୂଆ ଲୋକଙ୍କକ ସହିତ ସମ୍ପର୍କ ସ୍ଥାପନ ମଧ୍ୟ କରି ପାରନ୍ତି । ଆଜି ଆପଣ ଅନିଶ୍ଚିତତା ଏବଂ ସୁଖ-ଶାନ୍ତି ସହିତ ଘରେ ସମୟ ବିତାଇବେ ।
ସିଂହ : ଆଜି ଆପଣଙ୍କର ବହୁତ ଦିନ ଧରି ଅଟକି ଥିବା କାମ ପୂରାହେବ । କେହି ଜଣେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଯିଏକି ଏପର୍ଯ୍ୟନ୍ତ ଆପଣଙ୍କ ପାଇଁ ବାଧା ହୋଇ ରହିଥିଲା ସେ ଏବେ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ । ଆଜି କାର୍ଯ୍ୟ ସିଦ୍ଧି ବା ସଫଳତା ନ ମିଳିଲେ ହତାଶ ହୁଅନ୍ତୁ ନାହିଁ, କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ।
କନ୍ୟା : ଆଜି ଆପଣଙ୍କ ଘରେ ସୁଖ ଶାନ୍ତିର ବାତାବରଣ ହୋଇପାରେ । ନିଜ ପରିବାର ସାଙ୍ଗରେ କଟାଉଥିବା ସମୟର ପରିପୂର୍ଣ୍ଣ ଆନନ୍ଦ ନିଅ ।  ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ସାହ ରହିବ, କିନ୍ତୁ ଅତି ଉତ୍ସାହରେ କ୍ଷତି ନ ହେଉ ଏହାର ଧ୍ୟାନ ରଖିବେ । ଶାରୀରିକ ତଥା ମାନସିକ ସୁସ୍ଥତାର ଧ୍ୟାନ ରଖିବେ ।
ତୁଳା : ଆଜିର ଦିନ ବିଶ୍ରାମ କରନ୍ତୁ ଏବଂ ମିତ୍ର ମାନଙ୍କ ଗହଣରେ କଟାନ୍ତୁ । କିଛି ଦିନ ପୂର୍ବରୁ ମାନସିକ ଚ଼ିନ୍ତା ଯୋଗୁଁ ଆପଣ କିଛି ଭଲ ଅନୁଭବ କରୁନଥିଲେ କିନ୍ତୁ ଆଜି ଆପଣଙ୍କର ସବୁ ଚ଼ିନ୍ତା ଦୁର ହୋଇଯାଇଛି । ଶାରୀରିକ ତଥା ମାନସିକ ରୂପରେ ଆଜି ଆପଣ ବ୍ୟଗ୍ର ରହିପାରନ୍ତି ।
ବିଚ୍ଛା : ଆଜି ଅବିବାହିତମାନଙ୍କୁ ଯୋଗ୍ୟ ଜୀବନସାଥୀ ମିଳିବାର ଯୋଗ ଅଛି । ଧନପ୍ରାପ୍ତି ପାଇଁ ଦିନ ଶୁଭ ଅଟେ । ମିତ୍ରମାନଙ୍କ ଅଚାନକ ସାକ୍ଷାତ ଆନନ୍ଦଦାୟୀ ରହିବ । ମିତ୍ରମାନଙ୍କଠାରୁ ଲାଭ ହେବ । ଆଜି ଆପଣଙ୍କୁ ଭଲ ଖାଦ୍ୟ ମିଳିବ । ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ସନ୍ତାନ ପକ୍ଷରୁ ଭଲ ସମାଚାର ମିଳିବ । ବ୍ୟାପାର କିମ୍ବା ଚାକିରିରେ ଲାଭ ହେବ ।
ଧନୁ :ଆଜିର ଦିନ ଆପଣଙ୍କପାଇଁ ଭଲ ରହିବ । ଆପଣ ଆଜି ପ୍ରତ୍ୟେକ କାମ ସରଳତାରେ ସଂପନ୍ନ କରି ପାରିବେ । ଚାକିରିରେ ଆପଣଙ୍କ ଉଚ୍ଚ ପଦାଧିକାରୀ ଖୁସି ରହିବେ । ଆପଣଙ୍କ ପ୍ରମୋଶନ ଯୋଗ ଅଛି । ଉଚ୍ଚ ଅଧିକାରୀମାନଙ୍କ ସହିତ ମହତ୍ଵ କଥାଗୁଡ଼ିକ ଉପରେ ଚର୍ଚ୍ଚା ହେବ । ପରିଜନମାନଙ୍କ ସହିତ ମୁକ୍ତ ମନରେ କଥାବାର୍ତ୍ତା ହେବ । ମାତାଙ୍କ ସହିତ ସମ୍ବନ୍ଧ ଭଲ ରହିବ, ସରକାରୀ ଲାଭ ହେବ ଏବଂ ସ୍ଵାସ୍ଥ୍ୟ ଭଲ ରହିବ ।
ମକର : ଆଜି ଆପଣ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା ଲଢ଼ାଇ ଓ ଝଗଡ଼ାର ଆଶଂକା ଅଛି । ଖର୍ଚ୍ଚ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବା ଅତି ଆବଶ୍ୟକ ଅଟେ । ଧନ ସମ୍ବନ୍ଧିତ ଦେବା-ନେବାରେ ସାବଧାନ ରୁହନ୍ତୁ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଖରାପ ହୋଇପାରେ । ପରିଜନମାନଙ୍କ ସହିତ ମନ ମାଳିନ୍ୟର ପ୍ରସଙ୍ଗ ଆସିପାରେ ।
କୁମ୍ଭ :ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ । ପୂର୍ବ ନିର୍ଦ୍ଧାରିତ କାମ ଆଡ଼କୁ ଆପଣଙ୍କ ପ୍ରୟାସ ରହିବ । ଆପଣଙ୍କ ବ୍ୟବହାର ନ୍ୟାୟପୂର୍ଣ୍ଣ ରହିବ । ଆଜି ଆପଣ ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବାର ସଂଭାବନା ଅଛି । ଆଜି କ୍ରୋଧର ମାତ୍ରା ଅଧିକ ରହିବ, ଏଥିପାଇଁ ସାବଧାନ ରୁହନ୍ତୁ, ବାଣୀ ଉପରେ ନିୟନ୍ତ୍ରଣ ରଖିବେ ।
ମୀନ :ଆଜି ଆପଣ ବୌଦ୍ଧିକ ତଥା ଲେଖନ କାର୍ଯ୍ୟଗୁଡ଼ିକରେ ସକ୍ରିୟ ରହିବେ । ନୂଆ କାର୍ଯ୍ୟ ପ୍ରାରମ୍ଭ ପାଇଁ ଦିନ ଭଲ ଅଟେ । ଲମ୍ବା ଯାତ୍ରା କିମ୍ବା ଧାର୍ମିକ ସ୍ଥଳର ଯାତ୍ରା କରିପାରନ୍ତି । ବ୍ୟବସାୟରେ ଲାଭର ସୁଯୋଗ ମିଳିବ । ବିଦେଶରେ ରହୁଥିବା ମିତ୍ର କିମ୍ବା ସ୍ନେହୀଜନମାନଙ୍କର ଭଲ ସମାଚାର ମିଳିବ । ବ୍ୟବସାୟ ଏବଂ ଚାକିରି ସହକର୍ମିମାନଙ୍କ ତରଫରୁ ସହଯୋଗ  ମିଳିବ ।

Mo sapath

Leave A Reply

Your email address will not be published.