Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଦୀପାବଳିରେ ବାସ୍ତୁ ଅନୁସାରେ ପକାନ୍ତୁ ରଙ୍ଗୋଲି….

ମନସ୍କାମନା ପୂର୍ଣ୍ଣ କରିବେ ମା...

0

ଭୁବନେଶ୍ୱର,ନିରପେକ୍ଷ ଖବର:୨୨/୧୦/୧୯ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ଘରର ମୁଖ୍ୟ ଦ୍ୱାର ମୁହଁରେ ରଙ୍ଗୀନ ଝୋଟି ଓ ରଙ୍ଗୋଲି ପକାଇ ସଜାଯାଏ। ରଙ୍ଗୋଲିରେ ଅଟା, ଚାଉଳ ଚୂନା, ହଳଦୀ, କୁଙ୍କୁମ, ଫୁଲ, ପତ୍ର ଓ ଅନେକ ପ୍ରକାରର ରଙ୍ଗ ବ୍ୟବହାର କରାଯାଇଥାଏ। ଯଦି ବାସ୍ତୁ ଶାସ୍ତ୍ରର ପରାମର୍ଶ ଅନୁଯାୟୀ, ରଙ୍ଗ ଓ ଦିଗକୁ ଧ୍ୟାନରେ ରଖି ଏହି ରଙ୍ଗୋଲିର ଝୋଟି ପକାଯାଏ, ତେବେ ଏହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ। ଏହାଦ୍ୱାରା ଘର ଆଖପାଖର ନାକାରାତ୍ମକ ଶକ୍ତି ଦୂର ହେବା ସହ ସକାରାତ୍ମକ ଶକ୍ତିର ସୃଷ୍ଟି ହୋଇଥାଏ। ଘର ଉପରେ ମାଙ୍କ କୃପା ଦୃଷ୍ଟି ବି ପଡ଼ିଥାଏ। ଏବେ ଆସନ୍ତୁ ଜାଣିବା ବାସ୍ତୁର ନିୟମ ଅନୁଯାୟୀ କେମିତି ରଙ୍ଗୋଲି ପକାଇବେ। ଯଦି ଆପଣଙ୍କ ଘର ପୂର୍ବମୁହାଁ ଓ ଆପଣ ମୁଖ୍ୟଦ୍ୱାରରେ ରଙ୍ଗୋଲି ପକାଇବାକୁ ଚାହୁଁଛନ୍ତି, ତା’ହେଲେ ଅଣ୍ଡାକୃତିର ରଙ୍ଗୋଲି ପକାନ୍ତୁ। ଏହା ଆପଣଙ୍କ ଜୀବନରେ ସଫଳତାର ନୂଆ ମାର୍ଗ ଆଣିବାରେ ସାହାଯ୍ୟ କରିବ। ଏଥିସହ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିବ। ପୂର୍ବ ଦଗରେ ରଙ୍ଗୋଲି ତିଆରି କରିବା ପାଇଁ ଲାଲ୍‌, ନାରଙ୍ଗୀ, ଗୋଲାପି ଓ ହଳଦିଆ ଆଦି ରଙ୍ଗ ବ୍ୟବହାର କରନ୍ତୁ। ଉତ୍ତରମୁହାଁ ହୋଇ ରହିଥିବା ଘର ପାଇଁ ଲହରୀଯୁକ୍ତ କିମ୍ବା ପାଣିର ଗୁଣ ସହ ମିଶୁଥିବା ଡିଜାଇନ୍ ବନାଇ ରଙ୍ଗୋଲି ସଜାଇଲେ ଭଲ। ଏହାଦ୍ୱାରା  ଜୀବନରେ ଉନ୍ନତି ହେବ। ଏହି ଦିଗ ପାଇଁ ହଳଦିଆ, ସବୁଜ ଓ ଆକାଶୀ ରଙ୍ଗର ପ୍ରୟୋଗ କରି ରଙ୍ଗୋଲି ପକାନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଶୁଭ ଫଳ ମିଳିବ।ଦକ୍ଷିଣ-ପୂର୍ବକୁ ମୁହଁ କରିଥିବା ଘର ସମ୍ମୁଖରେ ତ୍ରିକୋଣ ଏବଂ ଦକ୍ଷିଣମୁଖୀ ଘରରେ ଆୟତାକାର ରଙ୍ଗୋଲି ତିଆରି କରିବା ଅତ୍ୟନ୍ତ ଶୁଭଦାୟକ। ଏହିଦିଗରେ ରଙ୍ଗୋଲି ପକାଇବା ପାଇଁ ଆପଣ ଲାଲ୍‌, ନାରଙ୍ଗୀ, ଗୋଲାପି ଓ ବାଇଗଣି ରଙ୍ଗ ବ୍ୟବହାର କଲେ ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବା ସହ ଜୀବନ ହସଖୁସିରେ ଭରି ହୋଇଯିବ।
-ଯଦି ଆପଣଙ୍କ ଘର ପଶ୍ଚିମମୁଖୀ, ତା’ହେଲେ ଧଳା ଓ ସୁନେଲି ରଙ୍ଗର ଗୋଲାକୃତି ରଙ୍ଗୋଲି ତିଆରି କରନ୍ତୁ। ଏଥି ସହ ଆପଣ ଲାଲ, ହଳଦିଆ ଓ ହାଲକା ସବୁଜ ରଙ୍ଗ ମଧ୍ୟ ପ୍ରୟୋଗ କରିପାରିବେ। ଅଧିକ ଭଲ ହେବ ଯଦି ପାଞ୍ଚୋଟି କୋଣ ଥିବା ରଙ୍ଗୋଲି ତିଆରି କରିବେ।ମୁଖ୍ୟ ଦ୍ୱାରରେ ରଙ୍ଗୋଲି ତିଆରି କରିସାରିବା ପରେ ଏହାକୁ ଦୀପରେ ସଜାଇବାକୁ ଭୁଲନ୍ତୁ ନାହିଁ। ଘରର ମୁଖ୍ୟ ଦ୍ୱାରକୁ ରଙ୍ଗୀନ ଓ ଉଜ୍ଜ୍ୱଳିତ କଲେ, ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି।

Mo sapath

Leave A Reply

Your email address will not be published.