Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ରାଶି ଫଳ ତା ୧୬-୦୫-୨୦୧୯ ଗୁରୁବାର

0

ନିରପେକ୍ଷ ଖବର :ତା ୧୬/୦୫/୨୦୧୯  ଗୁରୁବାର ବୃଷ ୨ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର…

*ତୁଳା କୁମ୍ଭ ରାଶିର ଘାତ ବାର ।
*ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କ ଘାତ ଚନ୍ଦ୍ର ।
*ଆଜି: ପୋଇ ଓ ବାଇଗଣ ଖାଇବା ନିଷେଧ ।

Blank space

ମେଷ :ମାନସିକ ଅସ୍ଥିରତା ଲାଗି ରହିବ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟ ଅବସ୍ଥାନ କରିବା ଆପଣଙ୍କ ସକାଶେ କଷ୍ଟକର ହୋଇପାରେ । ଆଜି ଯାତ୍ରା, ବିବାଦ, ଗୃହାରମ୍ଭ କ୍ଷେତ୍ରରେ ସତର୍କତା ରକ୍ଷା ନ କଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କର୍ମକ୍ଷେତ୍ରରେ ଥିବା ସମସ୍ୟା ସମ୍ପର୍କରେ ଚିନ୍ତାକରି ମନକୁ ବିଷାକ୍ତ କରିପାରନ୍ତି।

ବୃଷ :କୌଣସି କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇ ନ ପାରେ । ସକାଳୁ ସକାଳୁ କିଛି ଘରର କଥା, ପୂର୍ବରୁ ପରିଶୋଧ କରିବାକୁ ଥିବା ଋଣ, ଦୂରଯାତ୍ରା ଓ ବନ୍ଧୁଙ୍କ ସମ୍ପର୍କୀୟ ଦୁଶ୍ଚିନ୍ତାରେ ସମୟ ଅତିବାହିତ ହେବ । କର୍ମକ୍ଷେତ୍ରରେ ସ୍ନେହ, ସହାନୁଭୂତି ଯୋଗୁ ସମସ୍ୟା ଓ ଦୁଃଖକୁ କିୟତ୍‌କ୍ଷଣ ପାଇଁ ଭୁଲି ଯିବେ ।

ମିଥୁନ :ଆର୍ଥିକ ଉନ୍ନତି ହେବା ସହ ସମସ୍ୟା ସମାଧାନ ଓ ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟିରେ ସହାୟକ ହୋଇପାରିବ। ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟରେ ନିଜର ସହନଶୀଳତା ଗୁଣରୁ ପାରିବାରିକ ଜୀବନ ସୁଖପ୍ରଦ ରହିପାରେ। ସମ୍ପର୍କୀୟଙ୍କ ସହଯୋଗ ନେଇ ବନ୍ଧୁଙ୍କୁ ସାହାଯ୍ୟ କରିବାରେ ସମର୍ଥ ହେବେ। ବାଣିଜ୍ୟ, ପରିବହନରେ ସାଧାରଣ ସମସ୍ୟା ଦେଖାଦେଇପାରେ।

କର୍କଟ :ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚ ସମ୍ମାନର ଅଧିକାରୀ କରାଇବେ । କିନ୍ତୁ ବିଭିନ୍ନ ପ୍ରକାରର ଘାତ ଓ ପ୍ରତିଘାତ ମଧ୍ୟରେ ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ଅସୁବିଧା ହେବନାହିଁ ।

ସିଂହ :
ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ ଏବଂ ପଦସ୍ଥବ୍ୟକ୍ତି ମାନଙ୍କ ସୌହାର୍ଦ୍ଦ୍ୟ ଲାଭ କରିପାରିବେ। କର୍ମକ୍ଷେତ୍ରରେ ସାମୟିକ ବାଧା ଓ ପ୍ରତିବନ୍ଧକର ସୂଚନା ଦେଖାଦେଇପାରେ । ସାଙ୍ଗଠନିକ କାର‌୍ୟ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପରିବାରର କୌଣସି ବ୍ୟତିକ୍ରମ ବିଷୟରେ ଚିନ୍ତାକରି ବ୍ୟସ୍ତତା ଅନୁଭବ କରିପାରନ୍ତି।

କନ୍ୟା :ଦ୍ୱନ୍ଦ୍ୱରେ ପଡି ବନ୍ଧୁଙ୍କ କଥା ଠିକ୍‌ ଭାବେ ବୁଝି ପାରିବେନି । ସହକର୍ମୀମାନଙ୍କ ଖାମଖିଆଲ କାର‌୍ୟ୍ୟପଦ୍ଧତି ଫଳରେ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ଆଜି କିଛି ନୂତନ ଖବର ପାଇବାର ସୁଯୋଗ ଜୁଟଯିବ । ଆଇନ ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଗୃହ, ଭୂମି, ଯାନ ବାହନ ସମ୍ପର୍କୀୟ କାମକୁ ପ୍ରାଧାନ୍ୟ ଦେଇପାରନ୍ତି।

ତୁଳା :କୌଣସି ବ୍ୟକ୍ତିଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ଯେତେ ଭଲ କାମ କଲେ କ’ଣ ହେବ, ଟିକିଏ ଟିକିଏ କଥାରେ ଚିହ୍ନା ପଡି ସମାଲୋଚିତ ହେବେ । ଆଜିର ଯାତ୍ରା, ବ୍ୟବସାୟ, ବିବାଦୀୟ ପରିସ୍ଥିତିରେ ଅସୁବିଧା ରହିବନାହିଁ ।

ବିଛା :ଆଶା କରିଥିବା ଅର୍ଥ ସାମାନ୍ୟ ବିଳମ୍ବରେ ପାଇବେ । ପରୋକ୍ଷ ଶତ୍ରୁତା କାରଣରୁ ଯୋଜନା ଗୁଡିକ ଠିକ୍‌ ଭାବେ କାର‌୍ୟ୍ୟକାରୀ ହେବ ନାହିଁ । ଘରେ ବନ୍ଧୁ ମିଳନ ଓ ଖୁସୀର ଆସର ଜମିପାରେ । ବିଗତଦିନର ଘଟଣାକୁ କେନ୍ଦ୍ରକରି କର୍ମକ୍ଷେତ୍ରରେ କିଛି ଅଘଟଣ ଆଶଙ୍କା କରି ମନ ବିବ୍ରତ ରହିପାରେ । ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ ।

ଧନୁ :ଅନ୍ୟମନସ୍କ କାରଣରୁ କିମ୍ବା ପକେଟମାର ଜନିତ ଧନହାନିର ଆଶଙ୍କା ଦେଖାଦେବ । ପୂର୍ବାଷାଢା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବେ । କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ।

ମକର :ଚେଷ୍ଟା କରୁଥିବା କାମଗୁଡିକ ମଧ୍ୟ ଆଶାନୁରୂପ ହେବା କାରଣରୁ ମନ ଅସନ୍ତୋଷ ରହିପାରେ। ଅତିଥି କିମ୍ବା ବନ୍ଧୁଙ୍କ ମତିଗତି ଓ କାର‌୍ୟ୍ୟ କଳାପରେ ଆନନ୍ଦିତ ହେବା ବଦଳରେ ଅସନ୍ତୁଷ୍ଟ ରହିପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବାର ସୂଚନା ରହିଛି । ଶିଳ୍ପ,ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍‌ନା କରିବେ।

କୁମ୍ଭ :ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ନ ଥିବା ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ। ଅଫିସରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ସୁଫଳ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ, ଅନ୍ୟଥା ସମସ୍ୟା ଉପୁଜିବାର ସମ୍ଭାବନା ରହିଛି ।

ମୀନ :କାର‌୍ୟ୍ୟ ସାଧନ ସକାଶେ ପ୍ରତ୍ୟେକ ଦିଗରୁ ସାହାଯ୍ୟ, ସହଯୋଗର ମିଳିବ । ବ୍ୟବସାୟ,ପରିବହନ, ସଭାସମିତି, ଆନୁଷ୍ଠାନିକ କାମ ଓ କଚେରି ମାମଲା କ୍ଷେତ୍ରରୁ ଶୁଭ ଫଳ ପାଇବେ । ବ୍ୟବସାୟ ପ୍ରତିଷ୍ଠାନ, ନିର୍ମାଣାଧୀନ କାର‌୍ୟ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟିହେବ। ସ୍ଥଗିତକାର‌୍ୟ୍ୟ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହୋଇପାରିବ।

 

 

Mo sapath

Leave A Reply

Your email address will not be published.