Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତ
Blank space

କରୋନା ସମୟରେ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ୍‌ର ସହାୟତା ଚେନ୍‌

ମାଣିଆବନ୍ଧ ବୁଣାକାରଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ପରିଚୟ ଫାଉଣ୍ଡେସନ୍‌

0

ଭୁବନେଶ୍ୱର,ନିରପେକ୍ଷ ଖବର:କରୋନା ବିପତ୍ତି ସମୟରେ ଦୁର୍ଦ୍ଦଶା ଭିତରେ ଥିବା ବୁଣାକାର ପରିବାରଙ୍କୁ ସହାୟତାର ହାତ ବଢ଼ାଇଛି ପରିଚୟ ଫାଉଣ୍ଡେସନ୍ । ବୁଣାକାରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟାଯାଇଛି । ୪୭୫ ବୁଣାକାର ପରିବାରଙ୍କୁ ଏହି ସାମଗ୍ରୀ ଦିଆଯାଇଛି । ପରିଚୟ ଫାଉଣ୍ଡେସନ୍‌ର ଏହି ଅଭିଯାନରେ ସାମିଲ ହୋଇଛି ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ୍ । ଫାଉଣ୍ଡେସନ୍ ପକ୍ଷରୁ ସମସ୍ତଙ୍କୁ ଏହି ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ ଓ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ୍ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର)୍ ମୁଖ୍ୟ ଶର୍ମି ରାୟ ଚୌଧୁରୀ ଉପସ୍ଥିତ ରହି ଏହି ସାମଗ୍ରୀ ବାଣ୍ଟିଥିଲେ । ମାଣିଆବନ୍ଧ ବୁଣାକାରଙ୍କ ହାତର ଯାଦୁ ସାରା ଦେଶବିଦେଶରେ ପରିଚିତ । ମାଣିଆବନ୍ଧ ପାଟ ଶାଢି ବେଶ୍ ଆଦୃତି ପାଇଛି । କିନ୍ତୁ ଏବେ କରୋନା ବୁଣାକାରଙ୍କ ଅଣ୍ଟା ଭାଙ୍ଗିଦେଇଛି । ସେମାନଙ୍କ ପରିବାର ଦୁଃଖଦୁର୍ଦ୍ଦଶା ଭିତରେ ଅଛନ୍ତି । ଆର୍ଥିକ ଅଭାବ ଅନଟନ ଭିତରେ ଦିନ ଗଣୁଛନ୍ତି । ସେମାନଙ୍କ ଏଭଳି ଆବଶ୍ୟକତା ସମୟରେ ପରିଚୟ ଫାଉଣ୍ଡେସନ୍ ଓ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ ସେମାନଙ୍କ ସହ ଛିଡା ହୋଇଛନ୍ତି । ମାଣିଆବନ୍ଧ ବୁଣାକାରମାନେ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ । ସେମାନଙ୍କ ଅସୁବିଧା ସମୟରେ ସହାୟତା ପାଇଁ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ୍ ଆଗେଇ ଆସିଛି । ଏଥିପାଇଁ ଫାଉଣ୍ଡେସନ୍‌କୁ ଧନ୍ୟବାଦ ଜଣାଉଛୁ ବୋଲି ଶ୍ରୀମତୀ ପାଟ୍ଟଶାଣୀ କହିଛନ୍ତି । ଆଗକୁ ମଧ୍ୟ ସମାଜର ଅବହେଳିତ ବର୍ଗର ଲୋକଙ୍କ ପାଖରେ ସହାୟତା ପହଞ୍ଚାଇବାକୁ ପରିଚୟ ଫାଉଣ୍ଡେସନ୍ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

Mo sapath

Leave A Reply

Your email address will not be published.