Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଭଦ୍ରକ ବନ୍ୟା ପ୍ରପଡିତ ଅଂଚଳ ପରିଦର୍ଶନ କଲେ ପ୍ରଦେଶ କଂଗ୍ରେ କମିଟିର ପ୍ରତିନିଧି ମଣ୍ଡଳି

ଭଦ୍ରକର ବନ୍ୟା ମନୁଷ୍ୟକୃତ

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୫.୯/ ଗତ ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଶାର ପ୍ରଭାବିତ ୨୦ଟି ଜିଲ୍ଲା ମଧ୍ୟରୁ କ୍ଷୟକ୍ଷତି ହୋଇଥିବା ଭଦ୍ରକ ଜିଲ୍ଲା ଗ୍ରସ୍ତ କରିଛନ୍ତି ଏଆଇସିସି ଦ୍ୱାରା ନିଯୁକ୍ତ ପିସିସି ବନ୍ୟା କମିଟି ସଦସ୍ୟ।ଉକ୍ତ କମିଟି ରେ ସଦସ୍ୟ ଥିବା ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ଓ ଜୟପୁର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ଶ୍ରୀ ତାରାପ୍ରସାଦ ବାହିନୀପତି ଙ୍କ ନେତୃତ୍ଵରେ ଭଦ୍ରକ ଜିଲ୍ଲା ସଭାପତି ଅଶୋକ କୁମାର ଦାସ,କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି,ବିଧାୟକ ପାର୍ଥି ସୁବ୍ରତ ଦାସ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ .ପ୍ରମୁଖ ଭଦ୍ରକ ଜିଲ୍ଲାର ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀର ଆମ୍ବଗାଡ଼ିଆ ଘାଇ,ବାଲି ପୋଖରୀ ଏସକେପ ,ମାଲତ ଏବଂ ଧାମନଗର ର ଗେଙ୍ଗୁଟି ନଦୀର ଉଭୟ ପାର୍ଶ୍ଵ ପରିଦର୍ଶନ କରିବା ସହ ବିଭିନ୍ନ ବନ୍ୟାଞ୍ଚଳ ବୁଲି ଅସନ୍ତୋଷ ଜାହିର କରିଛନ୍ତି । ଆମ୍ବଗାଡ଼ିଆ ନଦୀବନ୍ଧର ସ୍ଥିତି ପରିଦର୍ଶନ ବେଳେ ସେମାନେ ଯେତିକି ପାଣି ନଈରେ ପ୍ରବାହିତ ହୋଇଛି ସେଥିରେ ଘାଇ ହେବାର ପ୍ରଶ୍ନ ଉଠୁନି ବୋଲି ପ୍ରତିନିଧି ମଣ୍ଡଳୀ ହୃଦୟଙ୍ଗମ କରିଥିଲେ ଏବଂ ନିମ୍ବ ମାନର ବନ୍ଧ କାମହେଇଥିବାରୁ ବନ୍ଧ ଫାଟି ଯାଇ ଘାଇ ସୃଷ୍ଟି ହେଇଛି ବୋଲି ପ୍ରକାଶ କରିଥିଲେ।ସେହିପରି ବାଲିପୋଖରୀ ଏସକେପ ପରିଦର୍ଶନ କରି କହିଥିଲେ ପ୍ରତିବର୍ଷ ବନ୍ୟାରେ ବନ୍ଧ ରାସ୍ତା ଧୋଇହୋଇ ଘାଇ ସୃଷ୍ଟି ହଉଛି ଏହାର ସ୍ଥାୟୀ କାର୍ଯ୍ୟ କରାଯାଉଉନାହିଁ।ଏଥିରେ ମାଲାମାଲ ହେଉଛନ୍ତି କଣ୍ଟ୍ରାକ୍ଟର ଓ ବିଜେଡି ନେତା କର୍ମୀ।ଏଥିଯୋଗୁଁ ବହୁ ଚାଷୀଙ୍କ ଜମି ସମ୍ପୂର୍ଣ୍ଣ ଉଜୁଡି ଯାଇଛି।ଭଣ୍ଡାରିପୋଖରୀର ଗେଙ୍ଗୁଟି ନଦୀର ଉଭୟ ପାର୍ଶ୍ଵ ରେ ଥିବା ବନ୍ଧ ଅତି ବିପଦ ସଂକୁଳ ଅବସ୍ଥାରେ ରହିଛି।ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଖାଲି ବନ୍ଧ ମରାମତି କରାଯାଉଛି ବିଜେଡି ନେତା ଓ କଣ୍ଟ୍ରାକ୍ଟରଙ୍କ ପକେଟ ଗରମ ପାଇଁ।କ୍ଷୟକ୍ଷତି ଅଂଚଳରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଠିକ୍ ଭାବରେ ହେଉନଥିବା କଥା କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରି ଜାଣିବାକୁ ପାଇଥିଲେ ଏବଂ ବିଶେଷକରି ଘାଇ ଅଂଚଳରେ ରହୁଥିବା ଲୋକମାନଙ୍କୁ ଏବେସୁଦ୍ଧା କିଛି ଦିଆଯାଇନାହିଁ ଖାଲି ପ୍ରଚାର ଚାଲିଛି। ଯେଉଁ କିଛି ଲୋକଙ୍କୁ ଦିଆଯାଉଛି ତାହା କେବଳ ସରକାରୀ ଦଳର କର୍ମୀଙ୍କୁ। ରିଲିଫ ଦେବାରେ ପାତ୍ର ଅନ୍ତର କରୁଥିବା ସାଧାରଣଲୋକ ଅଭିଯୋଗ କରିଥିଲେ ।ଏହି ଅବସରରେ କ୍ଷତିଗ୍ରସ୍ତ ଲୋକଙ୍କୁ ପାଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ।ସେହିପରି ଏନେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନା ଓ ବିଧାୟକ ବାହିନିପତି ଜିଲ୍ଳାପାଳଙ୍କୁ ଅବଗତ କରାଇବା ସହ ଖୁବ୍‌ଶୀଘ୍ର ଘାଇ ମରାମତି ସହ ସ୍ଥାୟୀ ପ୍ରତିକାର ପାଇଁ ପରାମର୍ଶ ଦେବା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କ କିପରି ରିଲିଫ ସାମଗ୍ରୀ ଓ ପଲିଥିନ ମିଳିବ ତାହାର ସୁ ବନ୍ଦୋବସ୍ତ କରିବା ପାଇଁ ଅନୁରୋଧ କରିଥିଲେ।ଜିଲ୍ଲାପାଳଙ୍କୁ ଭେଟିବା ପରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ଓ ଶ୍ରୀ ବାହାନିପତି ଭଦ୍ରକ ବନ୍ୟା ମନୁଷ୍ୟ କୃତ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରି ସରକାରଙ୍କ କାର୍ଯ୍ୟକାରିତା ଉପରେ ଅନେକ ପ୍ରଶ୍ନ କରିଛନ୍ତି। ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ସହିତ ସାରା ,କୀଟନାଶକ ଔଷଧ ,ବିହନ ତଳି ଯୋଗେଇବା ସହ ଆବଶ୍ୟକ ସ୍ଥଳେ ବନ୍ୟା ପ୍ରପିଡ଼ିତଙ୍କୁ ପାଲ ,ରିଲିଫ ସାମଗ୍ରୀ ଯୋଗାଇବାକୁ ଦାବି କରିଛନ୍ତି।ଯେଉଁ ଜାଗାରେ ସରକାରୀ ଅଫିସରଙ୍କ ଅବହେଳା ପାଇଁ ତାହାର ଉଚ୍ଚ ସ୍ତରୀୟ ସ୍ତରୀୟ ତଦନ୍ତ ପାଇଁ ଶ୍ରୀ ଜେନା ଓ ଶ୍ରୀ ବାହିନୀପତି ଦାବି କରିଛନ୍ତି।ଜଳବନ୍ଦୀ ଅଞ୍ଚଳରେ ୫୦ କିଲୋ ଚାଉଳ ଓ ୫୦୦ ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ତାହାଉପରେ ପ୍ରଶ୍ନ ବାଚି ସୃଷ୍ଟି କରିବା ସହିତ ଏହାକୁ ସମଗ୍ର ବନ୍ୟା ପ୍ରଭାବିତ ଅଞ୍ଚଳରେ ଦିଆଯାଉ ବୋଲି ଦାବି କରିଛନ୍ତି।

Mo sapath

Leave A Reply

Your email address will not be published.