Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

*ମା ପାଇଁ ଦିନଟିଏ*

ଆଜି ବିଶ୍ୱ ମାତୃତ୍ବ ଦିବସ*

0

*ବୃଦ୍ଧାଶ୍ରମରେ ବେସାହାରା ମା କାଟୁଛନ୍ତି ଜୀବନ*

ବାରିପଦା(ନିରପେକ୍ଷ ଖବର)ତା-୧୦/୦୫ ଗୋଟେ ସମୟ ଥିଲା ଯେତେବେଳେ ଆମ ସମାଜରେ ଏକାନ୍ନବର୍ତ୍ତୀ ପରିବାର ପ୍ରଥା ପ୍ରଚଳିତ ଥିଲା, ହେଲେ ଧୀରେ ଧୀରେ ମଣିଷ ଏତେ ଆତ୍ମକୌନ୍ଦ୍ରିକ ହୋଇଗଲା ଯେ ଦାଦା, ବଡବାପା ତ ଦୂରର କଥା ନିଜ ଜନ୍ମ କଲା ବାପା ମା କୁ ହତାଦର କଲା, ଏପରିକି ଏମାନଙ୍କୁ ବୃଦ୍ଧାଶ୍ରମ ରେ ଫୋପାଡ଼ି ଦେବାକୁ ମଧ୍ୟ ପଛାଇଲା ନାହିଁ।ବାଦ୍ଧକ୍ୟ ଅବସ୍ଥାରେ ବାପା ଓ ମାଆମାନେ ପୁଅ ବୋହୁ ଓ ଝିଅ ପାଖରୁ ଅନେକ କିଛି ଆସା ରଖିଥାନ୍ତି। ବୟସର ଅପରାହ୍ନରେ ତାଙ୍କ ପାଖରୁ ଟିକେ ସେବା ଯତ୍ନ ନେବାକୁ ଚାହିଁ ବସିଥାନ୍ତି। ହେଲେ ଘରେ ପୁଅ ବୋହୁ, ନାତି ନାତୁଣୀ, ଝିଅ ଜ୍ଵାଇଁ ସବୁ ଥାଇ ବି ମାଆମାନେ କେମିତି ବାରିପଦା ବୃଦ୍ଧାଶ୍ରମରେ ଜୀବନ ବିତାଉଛନ୍ତି ତାକୁ ନେଇ ବିଶ୍ଵ ମାତୃତ୍ବ ଦିବସରେ ଆମର ସ୍ବତନ୍ତ୍ର ଉପସ୍ଥାପନା।

Blank space

ଲକ୍ ଡାଉନ୍ ସମୟରେ ବାରିପଦା ବୃଦ୍ଧାଶ୍ରମରେ ମାଆମାନେ କେମିତି ଜୀବନ ବିତାଉଛନ୍ତି, ତାକୁ ପରଖିବା ପାଇଁ ଆମ ପ୍ରତିନିଧି ସେଠାରେ ପହଁଚିଥିଲେ। ଏଠାରେ ୩୭ ଜଣ ମାଆ ଓ ୧୯ ଜଣ ବୃଦ୍ଧ ରହୁଥିବା ବେଳେ ୧୦ ମାସ ୧୦ ଦିନ ଗର୍ଭ ଯନ୍ତ୍ରଣା ସହି ମାଆ ଜନ୍ମ ଦେଇଥିବା ପୁଅ ଝିଅମାନେ କିପରି ପୂର୍ବ କଥା ସବୁକିଛି ଭୁଲି ଯାଉଛନ୍ତି। ଯେଉଁ ମାଆ ଦିନେ ପଣତ କାନିରେ ପୁଅ, ଝିଅକୁ ଡାକି ସବୁ ବିପଦ ଆପଦରୁ ରକ୍ଷା କରୁଥିଲା, ସେ ପୁଅ ଆଜି ତାର ବାଦ୍ଧକ୍ୟ ଅବସ୍ଥାରେ ଶତ୍ରୁ ସାଜିଛି। ମାଡ ଗାଳି ସବୁ ସହି ପୁଅକୁ ଦୁନିଆ ଦେଖାଇ ଆଶା ବାନ୍ଧିଥିଲା ବାଦ୍ଧକ୍ୟ ଅବସ୍ଥାରେ ଟିକେ ଶାନ୍ତି ଦେବ ସାହାରା ହେବ। ହେଲେ ଆଖିର ଲୁହ ଶୁଖିବା ବଦଳରେ ମାଆ ତାକୁ ପାଟିରେ ପିଇ ଯାଉଛି। ବାରିପଦା ବୃଦ୍ଧାଶ୍ରମରେ ଏମିତି କେବଳ ଜଣେ ମାଆ ନୁହେଁ ଅନେକ ମାଆଙ୍କର ବୟସ ଗଡିଯିବା ପରେ ପୁଅ ଝିଅ ଓ ସମ୍ପକୀୟଙ୍କଠାରୁ ଅଲୋଡା ହୋଇ ଏଠାରେ ଜୀବନ ଜିଉଁବାର ରାହା ଖୋଜୁଛନ୍ତି ।

କିଏ ପୁଅ ବହୁର ଅତ୍ୟାଚାର ଓ ଯନ୍ତ୍ରଣା ସହି ନ ପାରି ଏଠାରେ ଆଶ୍ରୟ ନେଇଛି ତ ଆଉ କିଏ ପରିବାର ଠାରୁ ତାଡନା ଖାଇ ବୃଦ୍ଧାଶ୍ରମରେ ରହିବାକୁ ବାଧ୍ୟ ହୋଇଛି। ଆଉ କିଏ ସ୍ବାମୀର ଦେହାନ୍ତ ହେବାପରେ ତାର ମଦୁଆ ପୁଅର ମାଡ ସହି ନ ପାରି ଏଠାରେ ଆଶ୍ରୟ ନେଇଛନ୍ତି। ପୁଣି କାହାର ତିନି ତିନିଟା ଭେଣ୍ଡିଆ ପୁଅ ଥାଇ ବି ସେ ବୃଦ୍ଧାଶ୍ରମରେ ମୁଣ୍ଡ ଗୁଞ୍ଜିଛି।

କରୋନା ଭାଇରସ, ବୟସ୍କ ଲୋକମାନଙ୍କୁ ଅଧିକ ସଂକ୍ରମଣ ହେଉଥିବାରୁ ସେମାନଙ୍କୁ ବାହାର ଲୋକଙ୍କ ସହ ମିଳାମିଶା କରିବାକୁ ଦିଆଯାଉନି। କିଏ ଲୁଡୁ ଖେଳି ସମୟ କାଟୁଛି ତ ଆଉ କିଏ ପିଲାଙ୍କ ଗୋଡି ଖେଳକୁ ଆପଣେଇ ନେଇଛି। ଆଉ କିଏ ପୁଣି ଗୁମସୁମ ହୋଇ କାନ୍ଦୁଛି। ବିଶ୍ୱ ମାତୃତ୍ବ ଦିବସରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ମାଆମାନଙ୍କ ପୂଜା ଅର୍ଚ୍ଚନା କରାଯାଇଥାଏ। ମାତ୍ର ଚଳିତ ବର୍ଷ କରୋନାର ଭୟାବହତା ପାଇଁ ଏସବୁକୁ ରୋକ ଲଗାଯାଇଛି। ଆଜି ଭଳି ଦିନରେ ଘରେ ଘରେ ମାଆମାନଙ୍କୁ ପୂଜା ଅର୍ଚ୍ଚନା କରାଯାଉ ଥିବାବେଳେ ଲକ୍ ଡାଉନ୍ ପାଇଁ ପୁଅ ଝିଅମାନେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ମାଆମାନେ ନିଜେ ପୂଜା ପାଇବା ବଦଳରେ କରୋନା ପାଇଁ ବିଦେଶରେ ଥିବା ପୁଅ ଝିଅଙ୍କର ଫେରିବାକୁ ବାଟକୁ ଚାହିଁ ବସିଛନ୍ତି।

ଅବଶ୍ୟକତା ଠାରୁ ଅଧିକ ବସ୍ତୁବାଦୀ ହେବା ଫଳରେ ଭାରତୀୟ ସମାଜରେ ସାମାଜିକ ମୂଲ୍ୟବୋଧ ବୋଲି କିଛି ନାହିଁ, ଅଧିକାଂଶ ଘର ବୟସ୍କ ବୟସ୍କା ମାନେ ସେମାନଙ୍କ ଗୁରୁତ୍ୱ ହରାଇଛନ୍ତି ଉପେକ୍ଷିତ ହେଉଛନ୍ତି, ନିର୍ଯାତିତ ହେଉଛନ୍ତି,  Senior Citizen Care and protection Act-2007 ମସିହାରେ କେନ୍ଦ୍ର ସରକାର ପ୍ରଣୟନ କରିଛନ୍ତି,ଏହି ଆଇନ କେବଳ ନିର୍ଯାତିନା ହେଉଥିବା ବେଳେ ମା ମନ କିନ୍ତୁ ବୁଝୁନାହିଁ,ରାଜି ହେଉନାହିଁ ନିଜ ପିଲାଙ୍କ ନାମରେ ମାମଲା ରୁଜୁ ପାଇଁ, ପିଲା ମାନେ ସିନା ବୁଝିଲେ ନାହିଁ କିନ୍ତୁ ସେ ତ ମା କରୁଣାମୟୀ।

Mo sapath

Leave A Reply

Your email address will not be published.