[pj-news-ticker]

ହୋଲି ଖେଳ ହେଲା କାଳ

0

ବାରିପଦା(ନିରପେକ୍ଷ ଖବର)ତା-୧୦/୦୩/୨୦୨୦-ରଙ୍ଗର ଉତ୍ସବ ହୋଲି ଖେଳରେ ସବୁଠି ମସଗୁଲ ଥିବା ବେଳେ ଘଟି ଯାଇଛି ଅଘଟଣ।ହୋଲି ଖେଳ କାଳ ସାବ୍ୟସ୍ତ ହେଲା।ହୋଲି ଖେଳି ସାରି ଗାଧୋଉଥିବା ବେଳେ ପ୍ରଖର ସୁଅରେ ଭାସିଯାଇ ଯୁବକ ମୃତ ହୋଇଛି। ମୃତକ ଜଣକ ବାରିପଦା ସହର ଅନ୍ତର୍ଗତ କାଳିମନ୍ଦିର ସାହିର ଶିବୁନ୍ ମହାନ୍ତି। ଆଜି ଦିନ ପ୍ରାୟ ସାଢେ ୧୨ଟା ବେଳେ ହୋଲି ଖେଳ ସାରି ନିଜ ବନ୍ଧୁଙ୍କ ସହିତ ବାରିପଦା ସହର ଠାରୁ ୧୭ କି.ମି. ଦୂର ଥିବା ଜମ୍ଭୀରା ଡ୍ୟାମ୍ ରେ ଗାଧୋଇବାକୁ ଯାଇଥିଲେ। ତେବେ ସେଠାରେ ପ୍ରଖର ସୁଅରେ ୨ ବନ୍ଧୁ ଭାସି ଯାଇଥିଲେ। କିଛି ସମୟ ପରେ ୨ ବନ୍ଧୁଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପାଣିରୁ ଉଦ୍ଧାର କରିଥିଲେ ସ୍ଥାନୀୟ ବାସିନ୍ଦା। ତେବେ ବହୁ ଚେଷ୍ଟା କରିବା ପରେ ରବିଙ୍କର ଚେତା ଫେରିଥିବା ବେଳେ ଶିପୁନ୍ ଙ୍କର ଚେତା ଫେରି ନଥିଲା। ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କୁ ଅଣା ଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Leave A Reply

Your email address will not be published.