Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ବିଦ୍ୟୁତ୍ କର୍ମଚାରୀଙ୍କର ଜିଲ୍ଲାସ୍ତରୀୟ ବିଶାଳ ସମାବେଶ ।

0

ବାରିପଦା(ନିରପେକ୍ଷ ଖବର)ତା-୨୭/୦୨-ନେସ୍କାବିଦ୍ୟୁତ୍ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶାଳ ସମାବେଶ ଆୟୋଜିତ ହୋଇଥିଲା। ବାରିପଦା ରଘୁନାଥପୁର ଠାରେ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଥିଲା। ସଂଘର ସହସାଧାରଣ ସମ୍ପାଦକ ଶ୍ରୀ ଜ୍ୟୋତିକୃଷ୍ଣ ବେହେରା ସହିତ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ତାରାକାନ୍ତ ପଟ୍ଟନାୟକଙ୍କ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରଦୀପ ପ୍ରଜ୍ଜଳନ,ପ୍ରାରମ୍ଭିକ ସଂଗୀତ ମାଧ୍ୟମରେ ସଭାକାର୍ଯ୍ୟ ପ୍ରାରମ୍ଭ କରାଯାଇଥିଲା।

Advertising:
Blank space

ସଂଘର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁବ୍ରମଣ୍ୟମ ମହାନ୍ତିଙ୍କ ପୌରହିତ୍ୟରେ ସଭା କାର୍ଯ୍ୟ ପରିଚାଳନା ହୋଇଥିଲା। ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଂଘର ବହୁ ବରିଷ୍ଠ ନେତୃବର୍ଗ ଏବଂ କର୍ମଋରୀ ଜିଲ୍ଲାର ବିଦ୍ୟୁତ୍ କ୍ଷେତ୍ରରେ କାର୍ଯ୍ୟରତ ସ୍ଥାୟୀ କର୍ମଗରୀ, ଠିକା ଶ୍ରମିକ ଏବଂ ଗ୍ରାହକ ମାନେ ବର୍ତ୍ତମାନ ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। । ବିଶେଷତଃ ଏ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ମାନଙ୍କର ଘୋର ଅଭାବ ଉତ୍ତମ ଗ୍ରାହକ ସେବା ଯୋଗାଇବାରେ ମୁଖ୍ୟ ପ୍ରତିବନ୍ଧକ ବୋଲି ସଂଘ ପ୍ରକାଶ କରିବା ସହିତ ମରାମତି ସରଞ୍ଜାମ ଆବଶ୍ୟକତା ଅନୁସାରେ ନ ମିଳିବାରୁ ବିଦ୍ୟୁତ୍ ସେବା ଯୋଗାଇବାରେ ବାଧା ସୃଷ୍ଟି ହେଉଥିବାର ପ୍ରକାଶ କରିଥିଲେ ।ମୟୁରଭଂଜ ଏକ ଆଦିବାସୀ ଅଧୁଷିତ ଜିଲ୍ଲା ହୋଇଥିବାରୁ ସରକାର ବିଦ୍ୟୁତ୍ କ୍ଷେତ୍ରରେ ଏ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ସଂଘ ପକ୍ଷରୁ କୁହାଯାଇଛି। ଜିଲ୍ଲାର ସ୍ଥାନ ଗୁଡ଼ିକର ଟ୍ରାନ୍ସଫର୍ମର ଗୁଡ଼ିକ ଆବଦ୍ଧ ନଥିବାରୁ ବହୁ ଧନଜୀବନ ନଷ୍ଟ ହେଉଛି।ତେଣୁ ନେସ୍କୋ କର୍ତ୍ତୁପକ୍ଷ ତୁରନ୍ତ ଏଗୁଡ଼ିକୁ ଆବଦ୍ଧ କରିବା ସହିତ ରାସ୍ତା କଡ଼ ଏବଂ ରାସ୍ତା ଉପରେ ଯାଇଥିବା ସମସ୍ତ ବିଦ୍ୟୁତ୍ ତାର ଗୁଡ଼ିକୁ ଉଚ୍ଚତା ସମ୍ପନ୍ନ କରିବା ପାଇଁ ସଂଘ ଦାବି କରିଛି । ନେସ୍କାରେ ଠିକା କର୍ମଚାରୀ ମାନଙ୍କୁ ଠିକା ସଂସ୍ଥା ଦ୍ୱାରା ବିଭିନ୍ନ ସମୟରେ ବେତନ ନଦେବା, ଇ.ପି.ଏଫ୍, ଇ.ଏସ.ଆଇ. ପୈଠ ନ କରିବା, ସରକାରଙ୍କ ନିୟମ ଉଲଙ୍ଘନ କରି ବେତନ ତାରତମ୍ୟ କରିବା ଉପରେ କର୍ତ୍ତୁପକ୍ଷ ତୁରନ୍ତ କାର୍ଯ୍ୟନୁଷ୍ଠାନ ନବାକୁ ଦାବି କରିଥିଲେ।ଏହି ଭଳି ଦିଆଯାଇଥିବା ୧୦ ଦଫା ଦାବୀ ଗୁଡ଼ିକ ନେସ୍କୋ କର୍ତ୍ତୃପକ୍ଷ ପୂରଣ ନ କଲେ ଆଗାମୀ ଦିନରେ ସଂଘ ଏକ ତୀବ୍ର ଆନ୍ଦୋଳନ କରିବା ସଂଘର ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକ ଚେତାବନୀ ଦେଇଛନ୍ତି । ସଂଘରେ ନୂତନ ଭାବରେ ଯୋଗ ଦେଇଥିବା ସଭ୍ୟ ମାନଙ୍କୁ ସାଧାରଣ ସମ୍ପାଦକଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିବା ସହିତ ନିକଟ ଅତୀତରେ ସଂଘର କିଛି ସଭ୍ୟଙ୍କ ବିୟୋଗହେତୁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସର୍ବଶେଷରେ ସଂଘର ଡିଭିଜନାଲ ସେକ୍ରେଟେରୀ ଚନ୍ଦନ କୁମାର ମହାନ୍ତି ଅତିଥ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ। ଦୁଇଶହରୁ ଉର୍ଦ୍ଧ୍ବ କର୍ମଚାରୀ ଏଥିରେ ଯୋଗଦାନ କରିଥିଲେ।

Mo sapath

Leave A Reply

Your email address will not be published.