Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା କଲେ ମିଳେ କୋଟି ପୁଣ୍ୟ।

0

ବାରିପଦା(ନିରପେକ୍ଷ ଖବର)ତା-୫/ଜାନୁଆରୀ/୨୦୨୦-ହିନ୍ଦୁ ପରମ୍ପରା ଅବର୍ଣ୍ଣନୀୟ ଆଉ ତାଠାରୁ ଓଡିଶା ରେ ୧୨ ମାସ ରେ ୧୩ ଯାତ୍ରା ସତେ ଅନେକ ସୁନ୍ଦର । ସେହି ଆଧାର ରେ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତି ର ଆଧାର, ସୂର୍ଯ୍ୟ ଦେବତା ଙ୍କ ରଥାରୁଢ ପ୍ରତିମୂତି କୁ ସାମ୍ବଦଶମୀ ରେ ପୁଜା କଲେ କୋଟି ଜନ୍ମ ର ପୂଣ୍ୟ ମିଳେ। ଏହି ଆଧାର ରେ ଆଜି ବାରିପଦା ରେ ମଣ୍ଡପ ରେ ପୂଜା ପାଇଛନ୍ତି ସୂର୍ଯ୍ୟ ଦେବତା । ପୂଜା ଚଳିତଥର ୫୧ ବର୍ଷ ପୁର୍ତି ପାଳନ କରାଯାଉଥିବା ବେଳେ ଓଡିଶା ର ଏହା ଏକ ଅନନ୍ୟ ପୂଜା ମଣ୍ଡପ । ୭ ଘୋଡା ସାରଥୀ ଙ୍କ ସହ ସଭା ପାଉଛନ୍ତି ସୂର୍ଯ୍ୟ ଦେବତା । ଭଗବାନ ନାରାୟଣ ଙ୍କ ର ମଣିୟ ପ୍ରତିମା ଅନ୍ୟ ରୂପ ରେ ରଥାରୂଢ଼ ସୂର୍ଯ୍ୟଦେବତା ସଭା ପାଉଛନ୍ତି ବାରିପଦା ବାଘଡାରୋଡ ର ସୂର୍ଯ୍ୟପୂଜା ପ୍ୟାଣ୍ଡେଲ ରେ । ପବିତ୍ର ସାମ୍ବ ଦଶମୀ ତିଥି ରେ ଭଗବାନ ସୂର୍ଯ୍ୟଙ୍କର ଏହି ପୂଜା କରାଯାଉଥିବା ବେଳେ ଶତାଧିକ ମହିଳା ସେମାନଙ୍କର ମାନସିକ ପୂଜା କରିଛନ୍ତି । ପୁରାଣ ବର୍ଣ୍ଣନା ଅନୁସାରେ ଶ୍ରୀକୃଷ୍ଣ ନିଜ ପୁତ୍ର ଶାମ୍ବ କୁ କୁଷ୍ଠ ରୋଗ ରୁ ମୁକ୍ତି ଲାଗି ସୂର୍ଯ୍ୟ ଙ୍କୁ ଆରଧନା କରିବା ପାଇଁ ପରାମର୍ଶ ଦେଇଥିଲେ । ଶାମ୍ବ ସୂର୍ଯ୍ୟ ଦେବତା ଙ୍କ ଆରାଧନା କରି ରୋଗମୁକ୍ତ ହୋଇଥିବାର ପୁରାଣ ରେ ବର୍ଣ୍ଣନା କରାଯାଇଛି । ପରମ୍ପରା ଅନୁସାରେ ଶାମ୍ବ ଦଶମୀ ଅବସରରେ ଭକ୍ତ ନିଜ ପୁତ୍ର ତଥା ନିଜ ପରିବାର ର ଉତ୍ତରତର ଉନ୍ନତି ପାଇଁ ଭଗବାନ କ ପାଖରେ ମାନସିକ ପୂଜା କରିବା ସହ ଖିରି, ପୁରି କରି ଭଗବାନ ଙ୍କ ନାମରେ ଅର୍ପଣ କରିଥାନ୍ତି । ଏହି ଅବସରରେ ଭକ୍ତ ଭଗବାନ ଙ୍କ ଅପୁର୍ବ ମିଳନ ଦେଖିବାକୁ ମିଳିଥିଲା ଏହି ପୂଜା ମଣ୍ଡପ ରେ ।ବାରିପଦା ର ଏହି ପୂଜା ମଣ୍ଡପ ୫୧ ବର୍ଷ ଧରି ପୂଜା ପାଳନ କରି ଆସୁଥିବା ବେଳେ ଶତାଧିକ ମହିଳା, ମାନସିକଧାରୀ ବୁଢାବଳଙ୍ଗ ନଦୀ ର ତ୍ରୀବେଣୀ ସଂଗମ ରୁ ଘଟ ଆଣି ପୂଜା କରିଥିଲେ ।

Advertising:
Blank space

ଘଣ୍ଟ, ଘଣ୍ଟା, ଶଙ୍ଖ, ହୁଳହୁଳି ସହ ହୋମଯଜ୍ଞ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବା ବେଳେ ପୂଜା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା।ରଥାରୂଢ଼ ସୂର୍ଯ୍ୟ ଦେବତାଙ୍କ ପୂଜା ବାରିପଦା ର ଏକମାତ୍ର ପୂଜା ହୋଇଥିବା ବେଳେ ଏହା ଓଡିଶା ର ଏକମାତ୍ର ଅନନ୍ୟ ପରମ୍ପରା ସୃଷ୍ଟି କରିଛି ।

Mo sapath

Leave A Reply

Your email address will not be published.