Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଫନୀ ପ୍ରଭାବିତ ଅଞ୍ଚଳରେ Banking on wheel କାର୍ଯ୍ୟକ୍ରମ

0

ଭୁବନେଶ୍ୱର: ନିରପେକ୍ଷ ଖବର:୨୦ ମେ ୨୦୧୯- ୨୦୧୯ ମଇ ମାସ ୩ ତାରିଖ ଦିନ ସାମୁଦ୍ରିକ ଝଡ ଫନୀ / ଫଣି ରୂପରେ ପ୍ରକୃତିର କରାଳ ରୂପକୁ ପ୍ରତ୍ୟକ୍ଷ କରିଥିଲା ଆମ ରାଜ୍ୟ ଓଡ଼ିଶା । ସମୁଦାୟ ୧୪ ଗୋଟି ପ୍ରଭାବିତ ଜିଲ୍ଲା ମଧ୍ୟରୁ ସବୁଠାରୁ ବ୍ୟାପକ ଭାବରେ ପ୍ରଭାବିତ ହୋଇଥିଲା ରାଜ୍ୟର ରାଜଧାନୀ ଭୁବନେଶ୍ୱର ତଥା ପୁରୀ ଓ ଖୋର୍ଦ୍ଧା ଜିଲ୍ଳା । ଏହି ଅଂଚଳରେ କାର୍ଯ୍ୟରତ ବ୍ୟାଙ୍କଗୁଡିକ ସ୍ଥାଣୁ ପ୍ରାୟ । ନଗଦ ଟଙ୍କାର ପ୍ରବଳ ଆବଶ୍ୟକତା ବେଳେ ବିଦ୍ୟୁତ ତଥା ଇଂଟରନେଟ୍ ଲିଙ୍କ୍ ବିନା ସମଗ୍ର Digital/ Cash Payment System କାର୍ଯ୍ୟକରିବା ପ୍ରାୟ ବନ୍ଦ କରିଦେଇଛି । ଧ୍ୱଂସ ବିଧ୍ୱଂସ୍ତ ସ୍ତୁପ ମଧ୍ୟରୁ ପ୍ରଚଣ୍ଡ ଖରା, ଭୋକ ତଥା ଶୋଷକୁ ଭୁଲି ସ୍ୱପ୍ନକୁ ସାଉଁଟୁ ଥିବା ଅସହାୟମାନଙ୍କ କିଂଚିତ ସେବା କରିବାର ସାମାନ୍ୟ ସୁଯୋଗକୁ ହାତଛଡା କରିନାହିଁ ସମବାୟ ବ୍ୟବସ୍ଥା । ଏକଦା ରାଜ୍ୟର ୧୧ ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କର କାର୍ଯ୍ୟ ପରିସରରେ ଆଦିବାସୀ ତଥା ଅପାନ୍ତ ଅଂଚଳରେ ସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରଚ୍ଛନ୍ନ ସହାୟତାରେ ତଥା ରାଜ୍ୟ ସମବାୟ ବ୍ୟାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆରମ୍ଭ ହୋଇଥିଲା Banking on wheel କାର୍ଯ୍ୟକ୍ରମ । ଏଥିରୁ ୨୦ ଗୋଟି ଭ୍ରାମ୍ୟମାଣ ଏ.ଟି.ଏମ୍. ଉପରୋକ୍ତ ୧୧ ଗୋଟି ବ୍ୟାଙ୍କର ୧୫ ଗୋଟି ଜିଲ୍ଲାର ଦ୍ୱାରଦେଶରେ ସେବା ଯୋଗାଇବା ପାଇଁ ନିୟୋଜିତ ହୋଇ କାର୍ଯ୍ୟ କରିଆସୁଛନ୍ତି । ଏପରି ବିପଦପୂର୍ଣ୍ଣ ସମୟରେ ରାଜ୍ୟର ଉନ୍ନତ ଅଂଚଳରେ ବାସ କରୁଥିବା ଲୋକଙ୍କ ସେବାରେ ଆସିଛି ସେହି ମୋବାଇଲ ଏ.ଟି.ଏମ୍. ଲୋକଙ୍କ ହାତ ପାହାନ୍ତାରେ ନଗଦ ଟଙ୍କା ଯୋଗାଇବାରେ ରାଜ୍ୟ ସରକାରଙ୍କର ସମବାୟ ବିଭାଗର ଶାସନ ସଚିବ ଡଃ. କ୍ରିଷନ୍ କୁମାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଅଧିକାରୀଙ୍କ ତତ୍ୱାବଧାନରେ ୧୦ ତାରିଖଠାରୁ କୋରାପୁଟ କେନ୍ଦ୍ର ସମବାୟର ୩ଟି, କେନ୍ଦୁଝର , ଅନୁଗୁଳ, ତଥା ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କର ୨ ଗୋଟି ଲେଖାଏଁ ତଥା ଭବାନୀପାଟଣା, ମୟୁରଭଞ, ବ୍ରହ୍ମପୁର ଏବଂ ସମ୍ବଲପୁର ସମବାୟ ବ୍ୟାଙ୍କ ଗୁଡିକର ଗୋଟିଏ ଲେଖାଏଁ ଏପରି ସମୁଦାୟ ୧୩ ଗୋଟି ଭ୍ରାମ୍ୟମାଣ ଏ.ଟି.ଏମ୍ ସେବା ପ୍ରଦାନକାରୀ ବସ୍ ପୁରୀ ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ପୁରୀ ସହର ତଥା ଏହି ଜିଲ୍ଲାର ବିଭିନ୍ନ ଅଂଚଳ, ନିମାପଡା, ଗୋପ ତଥା କୋଣାର୍କ, ପିପିଲି ଓ ସତ୍ୟବାଦୀ ବ୍ଲକରେ ନିୟମିତ ରୂପେ ସେବା ପ୍ରଦାନ କରି ଆସୁଅଛି । ପୁରୀ ଜିଲ୍ଲାର ଜନ ସାଧାରଣଙ୍କ ଏହି ଅସମୟରେ ଲୋକଙ୍କର ଆହୁରି ନିକଟତର ହୋଇପାରିଛି ସମବାୟ ବ୍ୟାଙ୍କ ବ୍ୟବସ୍ଥା ।ରାଜ୍ୟ ସମବାୟ ବ୍ୟାଙ୍କର ଅଧିକାରୀ ତଥା କର୍ମଚାରୀ, ଉପରୋକ୍ତ ୮ ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କର ଅଧିକାରୀ ତଥା ନିୟୋଜିତ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ନିରନ୍ତର ପ୍ରୟାସ ଦ୍ୱାରା ଲୋକଙ୍କ ଦ୍ୱାରରେ ନଗଦ ଟଙ୍କା ଯୋଗାଣ କରି ସେମାନଙ୍କ ଦୁଃଖ ଲାଘବ କରିବାରେ ସହାୟକ ହୋଇପାରିଛନ୍ତି । ଏହି ସମସ୍ତ ଭ୍ରାମ୍ୟମାଣ ଏ.ଟି.ଏମ୍ ଭ୍ୟାନ ଗୁଡିକୁ ନଗଦରାଶି ଯୋଗାଣକାରୀ ପୁରୀ ନିମାପଡା ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିଜେ ପ୍ରଭାବିତ ହୋଇ ମଧ୍ୟ ଏହି ଦୁର୍ଦ୍ଦିନରେ ଲୋକଙ୍କ ସେବା କରିବାରେ ଏକ ବିଶେଷ ଭୂମିକା ଗ୍ରହଣ କରିଅଛି । ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସାଧାରଣ ପରିଚାଳକ ଶ୍ରୀ ଚୌଧୁରୀ ବିନୀତ କୁମାର ଦାଶ ଓ ପୁରୀ ନିମାପଡ଼ା ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ ଶ୍ରୀ ବିଧୁଭୂଷଣ ଦାସ ଏହି ଏ.ଟି.ଏମ୍ ଭ୍ୟାନ ଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଓ ନିୟୋଜିତ କର୍ମଚାରୀଙ୍କର ତତ୍ୱାବଧାନ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ଜନସାଧାରଣ ଓ ପୁରୀକୁ ଆସିଥିବା ପର୍ଯ୍ୟଟକମାନେ ଭ୍ରାମ୍ୟମାଣ ଏ.ଟି.ଏମ୍. ର ସମବାୟ ବ୍ୟାଙ୍କ ସେବାକୁ  ପ୍ରଶଂସା କରୁଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ଏହି ଏ.ଟି.ଏମ୍. ଭ୍ୟାନ ଗୁଡ଼ିକର ନିୟୋଜନ ଓ ନିରାପତା ପାଇଁ ଆବଶ୍ୟକୀୟ  ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ।

Mo sapath

Leave A Reply

Your email address will not be published.