ଭୁବନେଶ୍ୱର, ନିରପେକ୍ଷ ଖବର: ତା ୨୯/୦୫ : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ କି ଓଡ଼ିଶା
ମାଟିରୁ ଠିକା ନିଯୁକ୍ତି ଭଳି କୁତ୍ସିତ ପ୍ରଥା ସବୁଦିନ ପାଇଁ ଉଚ୍ଛେଦ କରାଗଲା । କିନ୍ତୁ ଏବେ ମଧ୍ୟ ଜାତୀୟ ସ୍ଵାସ୍ଥ୍ୟ ମିଶନ ଓଡ଼ିଶା ଅଧ୍ଵନରେ
୧୨୭ ୨ଜଣ ଆର୍.ବି.ଏସ୍.କେ ଆୟୁଷ ଡାକ୍ତର ସେହି କୁତ୍ସିତ ପ୍ରଥା ତଥା ଠିକା ନିଯୁକ୍ତି ଓ ସ୍ଵଚ୍ଛ ଦରମାରେ କାର୍ଯ୍ୟ କରୁଅଛନ୍ତି ।
ଶନିବାରଦିନ ଭୁବନେଶ୍ଵର ରେଡକ୍ରସ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ ଆରବିଏସ୍ ଆୟୁଷ ଡାକ୍ତର ସଂଘ, ଓଡ଼ିଶା ତରଫରୁ
ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ୧୨୭୨ ଆର୍ବିଏସ୍ ଆୟୁଷ ଡାକ୍ତରଙ୍କୁ ସେମାନଙ୍କ ପାହ୍ୟା ମାନ୍ୟତାର ଦରମା ପ୍ରଦାନ
ତଥା ସେମାନଙ୍କ ନିଯୁକ୍ତିକୁ ଯଥାଶୀଘ୍ର ନିୟମିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାରଙ୍କୁ ବାର୍ତ୍ତା ଦେବା ଏହି ବୈଠକର ମୁଖ୍ୟ
ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରଭାତ ମହାନ୍ତି, ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ଡା ବିଶ୍ବରଞ୍ଜନ ପ୍ରଧାନ, ଡା ବିଜୟ ସାମଲ,
କାର୍ଯ୍ୟକାରୀ ସଭାପତି ଡା ହିମାଂଶୁ ଶେଖର ମିଶ୍ର, ସାଧାରଣ ସମ୍ପାଦକ ଡା ରବିନ୍ଦ୍ର ସେଠୀ, ଉପସଭାପତି ଡା ଇନ୍ଦିରା ପ୍ରିୟଦର୍ଶିନୀ ଦାସ, ଡା
ଲିଙ୍ଗରାଜ ଦାଶ, ଡା ସ୍ଵାଗତିକା ଦାଶ, ସହ ସମ୍ପାଦକ ଡା ଜୟଶ୍ରୀ ଶ୍ରୀଚନ୍ଦନ, ଡା କୈଳାଶ ମାଝୀ ଏବଂ କୋଷାଧ୍ୟକ୍ଷ ଡା ରାକେଶ କୁମାର ଜେନା,
ଡା ଶୁଭେନ୍ଦୁ ଦାସ ପ୍ରମୁଖ ଯୋଗ ଦେଇଥିଲେ ।
ସାମ୍ପ୍ରତିକି ସ୍ଥିତିରେ ଆୟୁଷ ଚିକିତ୍ସା ପଦ୍ଧତିକୁ କିପରି ଅଧ୍ଵକରୁ ଅଧିକ ଲୋକାଭିମୁଖୀ କରାଯାଇ ପାରିବ, ସେ ସମ୍ପର୍କରେ ବିସ୍ତୃତ
ଆଲୋଚନା ହୋଇଥିଲା । ଆରବିଏସ୍ ଆୟୁଷ ଡାକ୍ତରମାନଙ୍କ ଦ୍ବାରା ଦୀର୍ଘ ୧୦ ବର୍ଷ ଧରି ସମଗ୍ର ଓଡ଼ିଶାର କୋଣ ଅନୁକୋଣରେ କିପରି
ଅଙ୍ଗନଓ୍ବାଡ଼ି ଓ ବିଦ୍ୟାଳୟସ୍ତରୀୟ ପିଲାମାନଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ତାହାର ଏକ ବିସ୍ତୃତ ବିବରଣୀ ଦିଆଯାଇଥିଲା । ଆଗାମୀ
ଦିନରେ ଭୁବନେଶ୍ଵର ସଂଘ ପକ୍ଷରୁ ଆବିଏସ୍ କାର୍ଯ୍ୟପ୍ରଣାଳୀକୁ ନେଇ ଏକ ଦୁଇଦିନିଆ ସେମିନାର ଓ ବିଶାଳ ରକ୍ତଦାନ ଶିବିର ଆୟୋଜନ
କରିବାକୁ ସର୍ବସମ୍ମତିକ୍ରମେ ସ୍ଥିରୀକୃତ ହୋଇଛି । ଆରବିଏସ୍ ଆୟୁଷ ଡାକ୍ତରମାନଙ୍କୁ ଓଡ଼ିଶା ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନକୁ
ନେବା ସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ଅଧ୍ଵନରେ କାର୍ଯ୍ୟରତ ସମସ୍ତ ଠିକା କର୍ମଋରୀମାନଙ୍କର ନିଯୁକ୍ତିକୁ ଯଥାଶୀଘ୍ର ସ୍ଥାୟୀ କରାନଗଲେ
ସମସ୍ତ ଆରବିଏସ୍ ଆୟୁଷ ଡାକ୍ତରମାନେ ଏସ୍ମାକୁ ଖାତିର ନକରି ଆନ୍ଦୋଳନ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘର
ସଭାପତି ପ୍ରଭାତ ମହାନ୍ତି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧୁମାନଙ୍କ ଦ୍ବାରା ଓଡ଼ିଶା ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି |
ଆଗାମୀ ଦିନରେ ବରିଷ୍ଠ ସଦସ୍ୟ ତଥା ରାଜ୍ୟ ଉପଦେଷ୍ଟା ଡା ବିଶ୍ବରଞ୍ଜନ ପ୍ରଧାନ ଓ ଡା ବିଜୟ ସାମଲଙ୍କ ତତ୍ତ୍ଵାବଧାନରେ ସଂଘ ତାର ଭବିଷ୍ୟତ
କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରି ଆଗକୁ ବଢିବ ବୋଲି ସର୍ବସମ୍ମତିରେ ଘୋଷଣା କରାଯାଇଛି ।
