Blank space
Blank space
Breaking News/ମୁଖ୍ୟ ଖବର:
ପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
Blank space

ଓଡ଼ିଶାର ‘ଫନି’ ପ୍ରଭାବିତ ଅଞ୍ଚଳରେ ଶକ୍ତି ପୁନଃରୁଦ୍ଧାର ନିମନ୍ତେ ସହଯୋଗର ହାତ ବଢାଇଛି ପାୱାରଗ୍ରୀଡ…

0

ନୂଆଦିଲ୍ଲୀ : ଚଳିତ ମାସ ୩ ତାରିଖରେ ଓଡ଼ିଶାରେ ହୋଇଥିବା ବାତ୍ୟା ‘ଫନି’ରେ ପ୍ରଭାବିତ ହୋଇଥିବା ଅଞ୍ଚଳରେ ବିଦ୍ୟୁତ ଯୋଗାଣ ନିମନ୍ତେ ତୁରନ୍ତ ଶକ୍ତି ପୁନଃରୁଦ୍ଧାର କାର୍ଯ୍ୟରେ ପାୱାରଗ୍ରୀଡ଼ କର୍ପୋରେସନ ଅଫ୍ ଇଣ୍ଡିଆ ଲିଃ (ପାୱାରଗ୍ରୀଡ଼) ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳରେ ଏହା ଥିଲା ସବୁଠାରୁ ଶକ୍ତିଶାଳୀ ବାତ୍ୟା, ଏହାର ପ୍ରଭାବ ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳରେ ବିପୁଳ କ୍ଷୟକ୍ଷତି ଘଟା ଭିତ୍ତିଭୂମିକୁ ନଷ୍ଟ କରି ଲକ୍ଷ ଲକ୍ଷ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିଯିବା ସହ, ଟ୍ରାନ୍ସଫର୍ମର ଏବଂ ବିଦ୍ୟୁତ୍ ଖୁଣ୍ଟଗୁଡ଼ିକ ଅଚଳ ହୋଇଯାଇଛି ।

Blank space

ଉତ୍ତପ୍ତ ଏବଂ ଆର୍ଦ୍ର ଜଳବାୟୁ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ନିମନ୍ତେ ଅଧିକ ସମସ୍ୟା ସୃଷ୍ଟି କରିଛି, ଏଥିସହିତ ପ୍ରତି ଘରକୁ ବିଦ୍ୟୁତ ଯୋଗାଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତି ଏହା ଏକ ବଡ଼ ଆହ୍ୱାନ ରୂପେ ଉଭା ହୋଇଛି । ପରିସ୍ଥିତିରେ ସୁଧାର ଆଣିବା ଓ ଏହି ସମସ୍ୟାର ଶୀଘ୍ର ସମାଧାନ ଦିଗରେ ନିଜସ୍ୱ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରି ଖୁବ କମ୍
ସମୟ ମଧ୍ୟରେ ସଫଳତାର ସହ ଇଆର୍ଏସ୍ (ତୁରନ୍ତ ପୁର୍ନରୁଦ୍ଧାର ପଦ୍ଧତି) ଦ୍ୱାରା ବିଦ୍ୟୁତ୍ ଯୋଗାଣ ନିମନ୍ତେ ପାୱାରଗ୍ରୀଡ଼ ସହଯୋଗର ହାତ ବଢାଇଛି, ସୁସଙ୍ଗଠିତ ପରିଚାଳନା ଦାୟିତ୍ୱ ଏବଂ ଓପିଟିସିଏଲ୍ (ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ଼) ଏବଂ ସେସୁ (ସେଣ୍ଟ୍ରାଲ ଇଲେକ୍ଟିସିଟୀ ସପ୍ଲାଏ ୟୁଟିଲିଟୀ)କୁ ସହଯୋଗ କରିବା ପାଇଁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଏହାର ପ୍ରାୟ ୧୦୦୦ କୁଶଳୀ ମାନବ ସମ୍ବଳଙ୍କୁ ନିୟୋଜିତ କରିପାରିଥିବାରୁ ଏହି ପୁନଃରୁଦ୍ଧାର କାର୍ଯ୍ୟକୁ ତୀବ୍ର କରିବା ସମ୍ଭବ ହୋଇପାରିଛି । ରାଜ୍ୟର ପ୍ରଭାବିତ
ଅଞ୍ଚଳରେ ବିଦ୍ୟୁତ୍ ପୁନଃରୁଦ୍ଧାର ନିମନ୍ତେ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଇଛି । ପାୱାରଗ୍ରୀଡ଼ ସଂଚାର ନେଟୱର୍କର ପୁନଃରୁଦ୍ଧାର ନିମନ୍ତେ ମଧ୍ୟ ସହାୟତା ପ୍ରଦାନ କରିଛି, ଯାହା ରାଜ୍ୟର ପରିସ୍ଥିତିରେ ସୁଧାର ଆଣିବାରେ ସହାୟକ ହୋଇପାରିଛି । ପାୱାରଗ୍ରୀଡ଼ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୨୪×୭ ନିୟନ୍ତ୍ରଣ କକ୍ଷ ନିର୍ମାଣ କରିଛି ଏବଂ ଏହାର କର୍ମଚାରୀମାନେ ବିଭିନ୍ନ ରାଜ୍ୟର ଏଜେନ୍ସୀ ମଧ୍ୟରେ ସମନ୍ୱୟ ରକ୍ଷା ନିମନ୍ତେ ଦିନ-ରାତି କାର୍ଯ୍ୟ କରୁଛନ୍ତି, ଯାହା ସମୟ ସମୟରେ ନିଜର ଦଳ ଏବଂ ରାଜ୍ୟ ସଂସ୍ଥାକୁ ତୃଣମୂଳସ୍ତରରେ ସହାୟତା ଏବଂ ପ୍ରତିକ୍ରିୟା ପ୍ରଦାନ କରୁଛନ୍ତି । ସଠିକ୍ ସମୟରେ କାର୍ଯ୍ୟ ଭୁବନେଶ୍ୱର, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତ୍ସିଂହପୁର ଆଦି ସ୍ଥାନରେ ଥିବା ସେସୁ କେନ୍ଦ୍ରଗୁଡ଼ିକୁ ତୁରନ୍ତ ବିଦ୍ୟୁତ୍ ଯୋଗାଣ ନିମନ୍ତେ, ବିପର୍ଯ୍ୟୟ ପରିଚାଳନା ଏବଂ ଉଚିତ ପଦକ୍ଷେପ ଗ୍ରହଣ ସ୍ୱରୂପ ପାୱାରଗ୍ରୀଡ଼ ତିନୋଟି ଉଚ୍ଚ ଶକ୍ତିସମ୍ପନ୍ନ ଡିଜି ସେଟ୍, ଅଧିକ ସଂଖ୍ୟକ ବିଦ୍ୟୁତ୍ ଖୁଣ୍ଟି, କଣ୍ଡକ୍ଟର ଏବଂ ଇନ୍ସୁଲେଟର ତଥା ଅନ୍ୟାନ୍ୟ ଆନୁଷଙ୍ଗିକ
ଉପକରଣ ଆଦି ଯୋଗାଇ ଦେଇଛି । ଏତଦ୍ବ୍ୟତୀତ ପାଣ୍ଡିଆବିଲି ଏବଂ ଅନୁଗୁଳ ସବ୍-ଷ୍ଟେସନରୁ ବିଦ୍ୟୁତ୍ ଯୋଗାଣର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଟ୍ରାନ୍ସଫର୍ମର ପାଇଁ ଆବଶ୍ୟକ ଇନ୍ଧନ ଏବଂ ଇନ୍ଧନ ବିଶୋଧନ ଯନ୍ତ୍ର ଆଦି ପାୱାରଗ୍ରୀଡ଼ ଦ୍ୱାରା ଯୋଗାଇ ଦିଆଯାଇଛି । ନିରନ୍ତର ବିକାଶ ପୁରୀ ଜିଲାରେ ଇଆର୍ଏସ୍ ମାଧ୍ୟମରେ ବିଦ୍ୟୁତ୍ ଯୋଗାଣ କରିବା ନିମନ୍ତେ ୧୩୨ କେଭି ଲାଇନର ପୁନଃରୁଦ୍ଧାର କରିବା ପାଇଁ ଓପିଟିସିଏଲ୍କୁ ପାୱାରଗ୍ରୀଡ଼ ମଧ୍ୟ ସହଯୋଗ କରୁଛି ଯାହାକି ଦିନେ ଦୁଇ ଦିନ ମଧ୍ୟରେ ବିଦ୍ୟୁତ ଯୋଗାଣକୁ ନିୟମିତ କରିବ ବୋଲି ଆଶା କରାଯାଉଛି । ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅନ୍ତର୍ଗତ ଏକ ନବରତ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ବିଶ୍ୱର ଅନ୍ୟତମ
ବୃହତ୍ତ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା, ପାୱାରଗ୍ରୀଡ଼ ନିଜର ଅଭିଜ୍ଞତାକୁ ଭିତ୍ତି କରି ବିଦ୍ୟୁତ୍ ଯୋଗାଣର ପୁନଃରୁଦ୍ଧାର କାର୍ଯ୍ୟରେ ତୀବ୍ରତା ଆଣିବାରେ ସକ୍ଷମ ହୋଇଛି ଏବଂ ମାନବସମ୍ବଳ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇବା ସହିତ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ଏକ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଛି ।

 

Mo sapath

Leave A Reply

Your email address will not be published.