Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଗ୍ରାମାଞ୍ଚଳରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି

ଆଗାମୀ କିଛି ମାସ ମଧ୍ୟରେ ରାଜ୍ୟରେ ଗ୍ରାମ ଜଳଯୋଗାଣ ଭିତ୍ତିଭୂମିରେ ଆଖିଦୃଶିଆ ପରିବର୍ତ୍ତନ ହେବାକୁ ଯାଉଛି ....

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା.୧୬/୦୨/୨୦୧୯ରିଖ
ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଉପରେ ଅଗ୍ରାଧିକାର ଦେଉଛନ୍ତି । ଫଳରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସହଜରେ ପର୍ଯ୍ୟାପ୍ତ ପରିମାଣରେ ସୁବିଧାରେ ଅବିରତ ଭାବେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛି । ଏଥି ନିମନ୍ତେ ସରକାର ପଞ୍ଚାୟତିରାଜ ଅନୁଷ୍ଠାନ
ଓ କମୁ୍ୟନିଟି ସଂସ୍ଥାକୁ ସଂପୃକ୍ତ କରିବା ସହ ପାନୀୟ ଜଳଯୋଗାଣ ବ୍ୟବସ୍ଥାକୁ ବିକେନ୍ଦି୍ରତ କରିଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ ୪ ଲକ୍ଷ ୬୦ ହଜାର ଟୁ୍ୟବ୍‌େୱଲ୍‌ ବସାଯାଇଛି । ଏହା ଦ୍ୱାରା ଅଧିକାଂଶ ଜନବସତିକୁ ପାନୀୟ ଜଳ ଯୋଗାଇ ଦିଆଯାଇପାରିଛି । ଅତିରିକ୍ତ ୫୬ ହଜାର ଜନବସତିଙ୍କୁ ସ୍ୱଚ୍ଛ ପାନୀୟ  ଜଳ ଯୋଗାଇଦେବା ନିମନ୍ତେ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହା ଦ୍ୱାରା ଗାଁଗହଳିର
ଏକ କୋଟି ୬୬ ଲକ୍ଷ ହିତାଧିକାରୀ ଉପକୃତ ହେବେ ।
ରାଜ୍ୟରେ ୬୮୦୧ ଗ୍ରାମପଞ୍ଚାୟତ ମଧ୍ୟରୁ ୫୬୮୫ ଗ୍ରାମପଞ୍ଚାୟତ ମୁଖ୍ୟାଳୟର ଗ୍ରାମଗୁଡ଼ିକୁ ପାଇପ୍‌  ଜଳଯୋଗାଣ ପରିସରରେ ଅନ୍ତର୍ଭୁକ୍ତ କରାଯାଇଛି । ଅବଶିଷ୍ଟ ଗ୍ରାମଗୁଡ଼ିକ ନିମନ୍ତେ ପ୍ରକଳ୍ପ ମଞ୍ଜୁର  ହୋଇସାରିଛି ଏବଂ ଅତିଶୀଘ୍ର ଏହା କାର୍ଯ୍ୟକାରୀ ହେବ । ସେହିପରି ୫୬୯୦ ଗ୍ରାମପଞ୍ଚାୟତର  ଗ୍ରାମଗୁଡ଼ିକରେ ଏକ ବା ତଦୂଦ୍ଧ୍ୱର୍ ପାଇପ ଜଳଯୋଗାଣ ହେଉଛି । ସଂପ୍ରତି ରାଜ୍ୟରେ ୧୦ ହଜାର ୯୧୮  କୋଟି ୬ ଲକ୍ଷ ଅର୍ଥ ବ୍ୟୟରେ ପ୍ରାୟ ୬୧ଟି ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ପ୍ରାୟ  ୪୨୦୦ ନୂତନ ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ତ୍ୱରିତ ବେଗରେ ଆଗେଇ ଚାଲିଛି । ଆଗାମୀ  କିଛି ମାସ ମଧ୍ୟରେ ରାଜ୍ୟରେ ଗ୍ରାମ ଜଳଯୋଗାଣ ଭିତ୍ତିଭୂମିରେ ଆଖିଦୃଶିଆ ପରିବର୍ତ୍ତନ ହେବାକୁ ଯାଉଛି ।  ଚଳିତ ଆର୍ଥିକ ବର୍ଷରେ ୨୫୧୫ କୋଟି ୭୬ ଲକ୍ଷ ବଜେଟ୍‌ ମଧ୍ୟରୁ ୧୫୪୭ କୋଟି ୧ ଲକ୍ଷ ଅର୍ଥ ବ୍ୟୟ କରାଯାଇଛି । ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ସଚିବାଳୟସ୍ଥ  ପ୍ରକୋଷ୍ଠରେ ରାଜ୍ୟର ଗ୍ରାମୀଣ ଜଳଯୋଗାଣ କାର୍ଯ୍ୟକ୍ରମ ଉପରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ  ମାଝୀ ଏହି ବିଷୟ ପ୍ରକାଶ କରିଛନ୍ତି । ଆଜିର ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ,  ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ,  ବିଭାଗୀୟ ଅତିରିକ୍ତ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.