Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ରାୟଗଡ଼ା ଆଇଆଇଡି ସେଣ୍ଟରଠାରେ ନିର୍ମାଣ ହେବ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ

ଆସନ୍ତା ୧୯ ତାରିଖରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାୟଗଡ଼ାଠାରେ ଏହି ବଟ୍ଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

0

ଭୁବନେଶ୍ୱର,  ନିରପେକ୍ଷ ଖବର  ୧୫ା୨ା୨୦୧୯: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧିନ ନବରତ୍ନ ପିଏସ୍ୟୁ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (ଏଚ୍ପିସିଏଲ୍) ଓଡ଼ିଶାର ରାୟଗଡ଼ା ଜିଲାସ୍ଥିତ ଆଇଆଇଡି ସେଣ୍ଟରଠାରେ ଏକ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛି ।
ରାୟଗଡ଼ାଠାରେ ଏଚ୍ପିସିଏଲ୍ ର  ଏହି ନୂତନ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଥିବା ଓଡ଼ିଶାରେ ଏଚ୍ପିସିଏଲ୍ ର  ଦ୍ୱିତୀୟ ବଟ୍ଲିଂ ପ୍ଲାଣ୍ଟ ଅଟେ ।
ଅନ୍ୟାନ୍ୟ ତୈଳ ବିପଣନ କମ୍ପାନୀଗୁଡ଼ିକର ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ବାଲେଶ୍ୱର, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ଜଟଣୀଠାରେ ରହିଅଛି ।
ଏହି ୪ଟି ବଟ୍ଲିଂ ପ୍ଲାଣ୍ଟଗୁଡ଼ିକର ବାର୍ଷିକ କ୍ଷମତା ୨.୮୦ କୋଟି ସିଲିଣ୍ଡର ରହିଛି । ରାୟଗଡ଼ାଠାରେ ଏହି ପ୍ରସ୍ତାବିତ ଏଲ୍ପିଜି
ବଟ୍ଲିଂ ପ୍ଲାଣ୍ଟ ସହିତ ତୈଳ ବିପଣନ କମ୍ପାନୀଗୁଡ଼ିକ ଭୁବନେଶ୍ୱର ଏବଂ ବଲାଙ୍ଗୀରଠାରେ ନୂତନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା
ରଖିଛନ୍ତି । ଏହି ନୂତନ ବଟ୍ଲିଂ ପ୍ଲାଣ୍ଟ ନିର୍ମାଣ ହେବା ପରେ ଓଡ଼ିଶାରେ ସର୍ବମୋଟ ୭ଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । ଏହି ୭ଟି ବଟ୍ଲିଂ ପ୍ଲାଣ୍ଟର କ୍ଷମତା ବାର୍ଷିକ ୪.୦୬ କୋଟି ସିଲିଣ୍ଡର ରହିବ ।
ଆଜି ଭୁବନେଶ୍ୱରଠାରେ ଏଚ୍ପିସିଏଲ୍ ଏବଂ ଇଷ୍ଟକୋଷ୍ଟ ରେଲ୍ୱେ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ
ଏହି ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଧର୍ମେନ୍ଦ୍ର ବେହୁରା, ଡେପୁଟୀ ଜେନେରାଲ ମ୍ୟାନେଜର, ଏଲ୍ପିଜି
ରିଜିଅନ୍, ଭୁବନେଶ୍ୱର, ଏଚ୍ପିସିଏଲ୍, ଶ୍ରୀ ଅନିଲ କୁମାର ତ୍ରିପାଠୀ, ଚିଫ୍ ପ୍ଲାଣ୍ଟ ମ୍ୟାନେଜର, ଜଟଣୀ, ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ, ଏଚ୍ପିସିଏଲ୍, ଶ୍ରୀ ତୃପ୍ତି ରଞ୍ଜନ ସାହୁ, ସିନିୟର ମ୍ୟାନେଜର (ମାର୍କେଟିଂ), ଏଚ୍ପିସିଏଲ୍ ଏବଂ ଶ୍ରୀ ନିରାକାର ଦାସ, ସିନିୟର ପବ୍ଲିକ
ରିଲେସନସ୍ ଅଫିସର, ଇଷ୍ଟକୋଷ୍ଟ ରେଲ୍ୱେ ପ୍ରମୁଖ    ଉପସ୍ଥିତ ଥିଲେ । ଆସନ୍ତା ୧୯ ତାରିଖରେ ମାନ୍ୟବର କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ଲୋକସଭା ସାଂସଦ, କୋରାପୁଟ ଶ୍ରୀଯୁକ୍ତ ଝୀନ୍ନ ହିକକା ଏବଂ ମାନ୍ୟବର ବିଧାୟକ, ରାୟଗଡ଼ା, ଶ୍ରୀଯୁକ୍ତ ଲାଲ ବିହାରୀ ହିମିରିକାଙ୍କ ସଦୟ ଉପସ୍ଥିତିରେ ରାୟଗଡ଼ାଠାରେ ଏହି ବଟ୍ଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଓଡ଼ିଶାରେ ଏଲ୍ପିଜି ଉପଭୋକ୍ତାଙ୍କ ସଂଖ୍ୟା ୨୦୧୪ ମସିହା ଜୁନ ମାସ ୧ ତାରିଖ ସୁଦ୍ଧା ୨୦.୨୨ଲକ୍ଷ ଥିବା ବେଳେ ଏହା ୨୦୧୯ ମସିହା ଫେବୃୟାରୀ ମାସ ୧ ତାରିଖ ସୁଦ୍ଧା ୨୭୯.୧% ବୃଦ୍ଧି ଘଟି ୭୬.୬୫ ଲକ୍ଷରେ ପହଞ୍ଚିଛି । ଗତବର୍ଷ ଓଡ଼ିଶାରେ ପ୍ୟାକ୍ଡ଼ ଏଲ୍ପିଜି ର ଚାହିଦା ୩.୨କୋଟି ଥିବା ବେଳେ ଏହା ୨୦୨୦ ସୁଦ୍ଧା ୪.୩ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି । ୨୦୧୯ ମସିହା ଫେବୃୟାରୀ ୧ ତାରିଖ ସୁଦ୍ଧା ଏଚ୍ପିସିଏଲ୍ ର ୨୬.୬୪ ଲକ୍ଷ ଉପଭୋକ୍ତା ଥିବାବେଳେ ବାର୍ଷିକ ପ୍ରାୟ ୧.୩ କୋଟି ସିଲିଣ୍ଡର ବ୍ୟବହାର କରୁଛନ୍ତି । ୨୦୨୦ ମସିହା ସୁଦ୍ଧା ଏହି ସିଲିଣ୍ଡର ବ୍ୟବହାର ସଂଖ୍ୟା ୧.୬ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି । ରାଜ୍ୟରେ, ବିଶେଷ କରି ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ଏଲ୍ପିଜିର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଏକ ନୂତନ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟର ଆବଶ୍ୟକତାକୁ ଅନୁଭବ କରାଗଲା ଏବଂ ଏଥିପାଇଁ ଭୌଗୋଳିକ ଅବସ୍ଥିତି ଏବଂ ଗମନାଗମନର ସୁବିଧାକୁ ଦୃଷ୍ଟିରେ ଐତିହାସିକ ରାୟଗଡ଼ା ସହରକୁ ଚୟନ କରାଯାଇଛି । ରାୟଗଡ଼ା ରେଳଷ୍ଟେଶନ ଠାରୁ ହାରାହାରି ୫ କିମି ଦୂରରେ ଅବସ୍ଥିତ ଆଇଆଇଡି ସେଣ୍ଟରଠାରେ ଏହି ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ନିର୍ମାଣ କରାଯିବ । ଏହି ପ୍ଲାଣ୍ଟ ୨୧ ଏକର ପରିସୀମାରେ ପରିବ୍ୟାପ୍ତ ଏବଂ ଏହାର ବାର୍ଷିକ ସିଲିଣ୍ଡର ଫିଲିଂ କ୍ଷମତା ୪୨ ଲକ୍ଷ ସିଲିଣ୍ଡର ରହିବ । ୨୦୨୦ ମସିହା ସେପ୍ଟେମ୍ବର ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି ।
ରାୟଗଡ଼ାଠାରେ ଏହି ବଟ୍ଲିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କୋରାପୁଟ,
ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଗଜପତି, କନ୍ଧମାଳ, ରାୟଗଡ଼ା ଏବଂ ନୂଆପଡ଼ା ଆଦି ୧୧ଟି ଜିଲାର ଉପଭୋକ୍ତାଙ୍କୁ ଏଲ୍ପିଜି  ସିଲିଣ୍ଡର ଯୋଗାଣ କରାଯିବ । ୨୦୧୪ ମସିହାରେ ଥିବା ମାସିକ ୧.୦୬ ଲକ୍ଷ ରୁ ୨୦୧୯ ସୁଦ୍ଧା ମାସିକ ୨.୦୬ ଲକ୍ଷ ଏଲ୍ପିଜି
ଚାହିଦାକୁ ପୂରଣ କରିବା ନିମନ୍ତେ ଏହି ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ୧୧ଟି ଜିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

Mo sapath

Leave A Reply

Your email address will not be published.