Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ସାମାଜିକ କର୍ମୀ…

0

ଭୁବନେଶ୍ୱର,ନିରପେକ୍ଷ ଖବର:,ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ସାମାଜିକ କର୍ମୀ ତଥା ସମର୍ପିତ ଓ ସେବା ସୋସିଆଲ ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦାଶିବ ଜେନା।ପ୍ରଥମେ କୁନି କୁନି ଶିଶୁ ମାନଙ୍କ ମଧ୍ୟରେ ପୁଷ୍ଟିକର ଖାଦ୍ୟ ବଣ୍ଟନ ରୁ ଆରମ୍ଭ କରିଥିଲେ ନିଜର ଜନ୍ମଦିନ।ଏହି ଅବସରରେ ସମର୍ପିତ ଓ ସେବା ଫାଉଣ୍ଡେସନ ଦ୍ୱାରା କମିଶନରେଟ ପୋଲିସ ସହଭାଗିତାରେ, ଆରାଇଜ ୟୁଥ ୟୁନିଅନ ସହ ନିଳାଦ୍ରୀବିହାର ରେ ରକ୍ତଦାନ ଶିବିର ଓ କମିଶନରେଟ ପୋଲିସ ସହଭାଗିତାରେ ପଳାଶୁଣି ରେ ରକ୍ତଦାନ ଶିବିର, ଏବଂ କଳମ ଛୁଇଁ, ଅନୁଗୁଳ ରେ ଜୀବନସାଥୀ ଫାଉଣ୍ଡେସନ ର ସହଭାଗିତାରେ ଆୟୋଜିତ ହୋଇଥିଲା ରକ୍ତଦାନ ଶିବିର।ଭୁବନେଶ୍ୱର ର ଦୁଇ ଶିବିର କୁ କମିଶନରେଟ ପୋଲିସ ଏସିପି ତଥା ରେଡ଼କ୍ରସ ସୋସାଇଟି ଓଡିଶା ଶାଖାର ଯୁଗ୍ମ ସମ୍ପାଦକ ଶ୍ରୀ ଲଳିତେନ୍ଦୁ ମହାନ୍ତି, ଓଡିଶା ମୋ ପରିବାର, ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଡ଼. ପ୍ରକାଶ ତ୍ରିପାଠୀ ଏବଂ ଆରାଇଜ ୟୁଥ ୟୁନିଅନ ର ପ୍ରତିଷ୍ଠାତା ଜିତେନ୍ଦ୍ରିୟ ସଢଙ୍ଗୀ, ମେଟ୍ରୋ ଟିଭି ର ସମ୍ପାଦକ ଶ୍ରୀ ପ୍ରକାଶ ରଥ ଉଦ୍ଘାଟନ କରିଥିଲେ।ସେହିପରି ଅନୁଗୁଳ ଶିବିରକୁ ଉଦଘାଟନ କରିଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦୀନବନ୍ଧୁ ସାହୁ ଓ ଜୀବନ ସାଥି ଫାଉଣ୍ଡେସନ ର ଅଧ୍ୟକ୍ଷ ଶ୍ରୀ ଯୋଗେନ୍ଦ୍ର ସାହୁ ଉଦ୍ଘାଟନ କରିଥିଲେ।କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଭୁବନେଶ୍ୱର ଓ ବି ଏମ୍ ସି ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ଭୁବନେଶ୍ୱର ର ଦୁଇଟି ଶିବିରରୁ ଏବଂ ଅନୁଗୁଳ ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ଅନୁଗୁଳ ଶିବିରରୁ ରକ୍ତ ସଂଗୃହୀତ ହୋଇଥିଲା।ସମସ୍ତ ରକ୍ତଦାତା ଙ୍କୁ ସଦାଶିବ ଜେନା ଉପସ୍ଥିତ ରହି କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ।ସମର୍ପିତ ଓ ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ର ସଦସ୍ୟ ସଦସ୍ୟା ମାନେ ଶିବିର ପରିଚାଳନା କରିଥିଲେ।କରୋନା ମହାମାରୀ ସମୟରେ ଏହା ସମର୍ପିତ ଓ ସେବା ଫାଉଣ୍ଡେସନ ର ୩୧ ତମ ଓ କମିଶନରେଟ ପୋଲିସ ସହଭାଗିତାରେ ୧୦ ମ ରକ୍ତଦାନ ଶିବିର ଅଟେ।

Mo sapath

Leave A Reply

Your email address will not be published.