Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

କଟକ:ପରିବା ବଜାରରେ ନିଆଁ

ଚିନ୍ତା ରେ ଖାଉଟି

0

ନିରପେକ୍ଷ ଖବର:(କଟକ):ତା ୩୦/୦୯ କୃଷି ଭିତ୍ତିକ ଜିଲ୍ଲାରେ ଏବେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାର ପ୍ରଭାବ ସିଧା ସଳଖ ଖାଉଟି ଙ୍କ ଉପରେ ପଡିଛି । ଲୋକମାନେ ପରିବା କିଣିବାକୁ ଗଲା ବେଳେ ଏହାର ଦର ଶୁଣି ଏକ ପ୍ରକାର ଛାନିଆଁ ହୋଇଥିବା ଦେଖିବାକୁ ମିଳିଛି ।କୋରନା କଟକଣା କଠୋର ସମୟରେ ପନିପରିବା ଦର ବଢିଥିବା ବେଳେ କଟକଣା କୋହଳ ହେବା ପରେ ପରିବା ଦର ଏକ ପ୍ରକାର ନିୟନ୍ତ୍ରଣ କୁ ଆସିଥିଲା ।କିଛି ଦିନ ହେଲା ଆଳୁ ପିଆଜ ସମେତ ପନି ପରିବା ଦର ହୁ ହୁ ହୋଇ ବଢି ଚାଲିଥିବାରୁ ଖାଉଟି ମୁଣ୍ଡରେ ହାତ ଦେଇକି ବସିଛି । ଏହି ଦର ନିୟନ୍ତ୍ରଣ କରିବା ପାଇଁ ଯୋଗାଣ ବିଭାଗ କିମ୍ବା ନିୟନ୍ତ୍ରିତ ବଜାର କମିଟି କାହାରି ଅଙ୍କୁଶ ରହୁନଥିବାରୁ ଲୋକଙ୍କ ଦୁର୍ଦଶା ଚରମ ସୀମା ରେ ପହଞ୍ଚିଛି । ଲଗାଣ ବର୍ଷା ପୂର୍ବରୁ ପରିବା ଦର ଯାହା ଥିଲା ଲଗାଣ ବର୍ଷା ପରେ ସମଗ୍ର ଜିଲ୍ଲାରେ ଏବେ ପରିବା ଦର ଆକାଶ ଛୁଆଁ ହୋଇ ଯାଇଛି ।ଦର ବୃଦ୍ଧି ଯୋଗୁଁ ସାଧାରଣ ଖାଉଟି ମାନେ ଶୋଷଣ ର ଶିକାର ହେବା ସହିତ ବିଶେଷ କରି ମଧ୍ୟବିତ୍ତ ପରିବାର ର ଲୋକ ମାନଙ୍କୁ ଏହା ଯଥେଷ୍ଟ ଅଡୁଆରେ ପକାଇଛି ।ନିୟନ୍ତ୍ରିତ ବଜାର କମିଟି ଏହି ପରିବା ବୃଦ୍ଧି ଦର କୁ ନିୟନ୍ତ୍ରିତ କରି ପାରୁନଥିବା ଖାଉଟି ମାନେ ଅଭିଯୋଗ କରିଛନ୍ତି ।ପ୍ରତ୍ୟକ ବର୍ଷ ବର୍ଷାଋତୁ ସମୟରେ କଟକ ସହରରେ ପରିବା ଦର ସୁଲଭ ଓ ଶସ୍ତା ହେବାର ନଜିର ଥିବା ବେଳେ ଚଳିତ ବର୍ଷ କିନ୍ତୁ ପରିବା ଚଢା ଦର ରେ ଖାଉଟି ଙ୍କୁ ବ୍ୟତିବ୍ୟସ୍ତ କରିଛି ।କଟକ ବଜାରରେ ବିଗତ ବର୍ଷ ଏହି ସମୟରେ ବିଲାତି କେଜି ୨୦ ଟଙ୍କା ରୁ ୩୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ଏବେ ବିଲାତି କେଜି ୬୦ ରୁ ୭୦ ଟଙ୍କା ରେ ବିକ୍ରି ହେଉଛି ,ବାଇଗଣ କେଜି ୪୦ ରୁ ୫୦,କଲରା କେଜି ୬୦,ବନ୍ଧା କୋବି ୬୦,ଫୁଲ କୋବି ୬୦,କାକୁଡି ୫୦,ଲଙ୍କା ୧୨୦,ବିନ ୧୨୦ ,କ୍ୟାପ୍ସିକମ ୧୩୦,ଭେଣ୍ଡି ୬୦,ପୋଟଳ ୮୦ ରେ ପହଞ୍ଚିଛି ।ସେହିପରି ଆଳୁ ଓ ପିଆଜ ର ମୂଲ୍ୟ ହୁ ହୁ ହୋଇ ବଢି ଚାଲିଛି ,ଏହା ମଧ୍ୟ ସାଧାରଣ ଖାଉଟିଙ୍କ ପକେଟ କୁ ସୁହାଉ ନାହିଁ । ୫ ଶହ ଟଙ୍କା ନେଇ ହାଟକୁ କୁ ଗଲେ ବ୍ୟାଗ ଫୁଲ ହେଉ ନାହିଁ ,ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ଟିଏ ତାର ପଖାଳ କଂସା ସାଙ୍ଗକୁ ୨ ଟା ଆଳୁ,ଖଣ୍ଡେ ପିଆଜ ରେ ଚଳେଇ ଦେଉ ଥିବା ବେଳେ ବର୍ତ୍ତମାନ ପରିସ୍ଥିତି ରେ ଏହାକୁ ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇ ପଡୁଛି । କିଛି ଦିନ ତଳେ ଆଳୁ କିଲୋ ୨୦ରୁ ୨୫ ଟଙ୍କା ରେ ବିକ୍ରି ହେଉ ଥିବା ବେଳେ ବର୍ତ୍ତମାନ ୪୦ ରେ ପହଞ୍ଚିଛି ,ସେହିପରି ପିଆଜ କିଛି ଦିନ ତଳେ ୨୦ ରୁ ୨୨ ଟଙ୍କା ରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ପିଆଜ ବଜାରରେ ନିଆଁ ଲାଗିଛି ,କିଲୋ ପ୍ରତି ଏହା ୫୦ ଟଙ୍କା ରେ ବିକ୍ରି ହେଉଥିବା ଜଣା ଯାଇଛି ।ବିଡମ୍ବନାର ବିଷୟ ଚଳିତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ।ଫାଇଲିନ,ଫନି ,ପରେ ବନ୍ୟା ଆସି ଚାଷୀର ସୁନାର ଫସଲକୁ ଧୋଇ ଦେଇଛି ।ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ଫଳରେ ଧାନ ସହ ପରିବା ଫସଲ ପଚିସଢ଼ି ଧୋଇ ହୋଇ ଚାଷୀର ଦୁଃଖକୁ ବଢ଼ାଇ ଦେଇଛି ।କରଜ ସୁଝି ପାରୁ ନଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇକି ବସିଛି ।ଆବଶ୍ୟକ ପରିବା ନଆସିବାରୁ ଚଢା ଦର ରେ ବାଣ୍ଟିକୁଣ୍ଟି ପରିବା ନେବାକୁ ପଡୁଥିବା କହିଛନ୍ତି ବୁଲା ବିକାଳୀ,ଦୀର୍ଘ ୭ ମାସ ଧରି କରୋନା ପ୍ରଭାବରେ ଜୀବିକା ହରାଇ ଥିବା ବ୍ୟବସାୟୀ ଙ୍କୁ ବନ୍ୟା ପରବର୍ତ୍ତୀ ସମୟରେ ପରିବା ବ୍ୟବସାୟୀଙ୍କ ର ମଜୁରୀ ଉଠୁ ନଥିବା କହିଛନ୍ତି ।ସ୍ଥାନୀୟ କୃଷକର ବିକାଶ ଏବଂ ପୁନଃ କୃଷି କରିବା ପାଇଁ ସରକାରୀ ସାହାଯ୍ୟ ଓ ସହଯୋଗ ମିଳିଲେ ଶୀତଦିନିଆ ପନିପରିବା ଚାଷ ରେ ଚାଷୀ ମନ ଦେଇ ଚାଷ କରିବେ ବୋଲି କୃଷକ ମାନେ କହିଛନ୍ତି ।ବର୍ଷା ଓ ବନ୍ୟା ପାଇଁ ଏପରି ପରିସ୍ଥିତି ଉପୁଜିଛି ,ବାହାର ରାଜ୍ୟ ର ପରିବା ମଣ୍ଡିରେ ମଧ୍ୟ ଦର ଉଚା ରହିଛି ।ବ୍ୟବସାୟୀ ମାନେ ଅଧିକ ମୂଲ୍ୟରେ ପରିବା କିଣୁ ଥିବାରୁ ସିଧାସଳଖ ଖାଉଟିଙ୍କ ଉପରେ ତାର ପ୍ରଭାବ ପଡୁଛି ,ପରବର୍ତ୍ତୀ ଫସଲ ନଉପୁଜିବା ପର୍ଯ୍ୟନ୍ତ ଏପରି ସମସ୍ୟା ଲାଗି ରହିବ ବୋଲି କଟକ ଵ୍ୟଵସାୟୀ ସଂଘ ର ସମ୍ପାଦକ କହିଛନ୍ତି ।ଖାଉଟି ବଜାରର ଏହି ଶୋଚନୀୟ ଅବସ୍ଥା ପାଇଁ କାହାକୁ ଦାୟୀ କରାଯିବ ତାହା ଏବେ ଚିନ୍ତାର କାରଣ ହୋଇଛି ।ପ୍ରଶାସନ ତୁରନ୍ତ ଦର ନିୟନ୍ତ୍ରଣ କରିବାକୁ ଖାଉଟି ଦାବି କରିଛନ୍ତି ।ଆଗାମୀ ଦିନରେ ଯଦି ଏହା ଅଧିକ ବଢେ ତେବେ ଖାଉଟିଙ୍କ ସମସ୍ୟା ସୀମା ଟପିଯିବ ବୋଲି ଆଶଙ୍କା କରାଯାଉଛି ।

Mo sapath

Leave A Reply

Your email address will not be published.