Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…
Blank space

ମୟୁରଭଞ୍ଜରେ ବନ୍ୟା କ୍ଷତିଗ୍ରସ୍ତଙ୍କ ନିକଟରେ ପହଁଚିଲା ଏ.ଆଇ.ସି.ସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳ

0

ବାରିପଦା,ନିରପେକ୍ଷ ଖବର: ତା ୦୭.୦୯.୨୦- ମୟୁରଭଞ୍ଜରେ ବନ୍ୟା କ୍ଷତିଗ୍ରସ୍ତଙ୍କ ନିକଟରେ ପହଁଚିଲା ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳ। ଆଜି ମୟୁରଭଞ୍ଜ ବନ୍ୟାଂଚଳ ପରିଦର୍ଶନ କରିବା ସହିତ କ୍ଷୟକ୍ଷତିର ଆକଳନ କରିଛି ଏହି ଟିମ। ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ଜିଲ୍ଲା ସଭାପତି ହେମନ୍ତ ଦାସ ଓ କଂଗ୍ରେସ କମିଟିର କର୍ମକତା ନେତୃମଣ୍ଡଳୀଙ୍କ ସହ ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟି ଓ ବୈଶାଙ୍ଗୀ ବ୍ଲକର ବନ୍ୟାଂଚଳ ବୁଲି ଦେଖିଥିଲେ । ପ୍ରଭାବିତ ଲୋକମାନଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହିତ ଚାଷ ଜମିର କ୍ଷୟକ୍ଷତି ବିଷୟରେ ଅନୁଧ୍ୟାନ କରିଥିଲେ । ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଁଚି ଏବାବାଦରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ପ୍ରାକ୍ତନ ସାଂସଦ ସୁଶ୍ରୀ ସୁଶିଳା ତିରିଆ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ବାରିପଦା ସହରର ତଳି ଅଂଚଳ ୱାଡ଼ ନଂ ୭,୮ ଓ ୯ ନମ୍ବର ବୁଲି ଦେଖିବା ସହିତ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ଅପରାହ୍ନରେ ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ବର୍ଷିଛନ୍ତି। ସମ୍ମିଳନୀରେ ଶ୍ରୀ ଜେନା ମୟୁରଭଞ୍ଜ ଜିଲ୍ଳାରେ ବନ୍ୟାପ୍ରଭାବିତ ଲୋକଙ୍କୁ ରାଜ୍ୟ ସରକାର ଘୋଷଣା କରିଥିବା ୫୦ କେଜି ଚାଉଳ ଓ ୫୦୦ ଟଙ୍କା ଅନୁଦାର ବଂଚିତ ହୋଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଏବଂ ଏହାକୁ ପାତର ଅନ୍ତର ନୀତି ବୋଲି କହିଥିଲେ। ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଭାଙ୍ଗିଯାଇଥିବା ଘରଗୁଡ଼ିକୁ ନିର୍ମାଣ ପାଇ ଆର୍ଥିକ ସାହାଯ୍ୟ ତୁରନ୍ତ ଯୋଗାଇ ଦେବାକୁ ଦାବୀ କରିଥିଲେ । ଗତ ଫାଇଲିନ୍ ସମୟରେ ବାରିପଦା ବାସୀଙ୍କୁ “ଆଡ଼ିବନ୍ଧ”ର ସ୍ୱପ୍ନ ଦେଖାଇ ରାଜ୍ୟ ସରକାର ଭୋଟ ନେବାପରେ ଭୂଲିଯାଇଥିବାରୁ ଶ୍ରୀ ତାରା ପ୍ରସାଦ ବାହିନୀପତି କ୍ଷୋଭପ୍ରକାଶ କରିଥିଲେ । ଆଡ଼ିବନ୍ଧ ହେଲେ ବାରିପଦା ସହର ସୁରକ୍ଷିତ ରହିବ ଓ ସହରକୁ ବନ୍ୟାଜଳ ପ୍ରବେଶ କରିପାରିବ ନାହିଁ । କଂଗ୍ରେସ ସମୟରେ ହୋଇଥିବା ୟୁନିଭରସିଟିରେ ଅଧ୍ୟପକ ଓ ମେଡିକାଲ କଲେଜର ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ନାହାନ୍ତି ଏବଂ ମୟୁରଭଞ୍ଜ ଜିଲ୍ଲାପାଳ ବନ୍ୟା କ୍ଷୟକ୍ଷତିର ସଠିକ୍ ରିପୋର୍ଟ ନଦେଇ ସାହାର୍ଯ୍ୟ ନେଇ ବିଜେଡ଼ି ସଭାପତି ଭଳି କାର୍ଯ୍ୟକରୁଥିବାର ସମାଲୋଚନା କରିଥିଲେ । ଯଦି ମୟୁରଭଞ୍ଜର କ୍ଷୟକ୍ଷତିର ଠିକ ଆକଳନ ନ କରନ୍ତି ଏବଂ ୫୦କିଲୋ ଚାଉଳ ଓ ୫୦୦ ଟଙ୍କା ଦିଆ ନ ଯାଏ ତେବେ ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ଆନ୍ଦୋଳନ କରାଯିବା ସହିତ ଏକଥା ବିଧାନସଭାରେ ଉଠାଇବେ ବୋଲି ପ୍ରକାଶ କରିଥିଲେ । ସୁଶ୍ରୀ ସୁଶିଳାତିରିଆ ମଧ୍ୟ ଏଭଳି ପକ୍ଷପାତ ନିଷ୍ପତିର ପୁର୍ନବିଚାର ଓ ଆଡିବନ୍ଧ ଦାବୀ କରିଥିଲେ ।ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ପ୍ରଦୀପ ରଥ, ବରିଷ୍ଠ କଂଗ୍ରେସ ନେତା ବିଜନ କୁମାର ଦାସ, ବାରିପଦା ପ୍ରାକ୍ତନ ପ୍ରାର୍ଥୀ ଦଶରଥସିଂ ରାଜ୍ୟ ସଂପାଦକ ଯୋଗେଶ ଅଗ୍ରୱାଲା ପ୍ରାକ୍ତନ ଉପସଭାପତି, ଅରବିନ୍ଦ ଦାସ, ପୂର୍ବତନ ମନ୍ତ୍ରୀ ସରସ୍ୱତି ହେମ୍ବ୍ରମ, ଜ୍ୟୋତିପ୍ରକାଶ ରଥ ପ୍ରଦୀପ ମିକା, ମହିଳା ସଭାନେତ୍ରୀ, ସୁସ୍ମିତା ଘୋଷାଲ, ଇନ୍ଦୁମହାନ୍ତି, ଇତିଶ୍ରୀ ମିରା, ସାଧାରଣ ସଂପାଦକ ମୀନକେତନ ବେହେରା, ତୁଷାରକାନ୍ତ ବେହେରା, ଜୀବନ କୁମାର ବାରିକ୍ , ଦୀପକ ଦାସ, ନିର୍ମଳା ପ୍ରଧାନ, ଶେକ୍ ମୁସ୍ତାଫା ଓ କୋଭିଡ-୧୯ ଜିଲ୍ଲଶ ସଂଯୋଜକ ଶ୍ରୀ ସାନ୍ତନୁପାଲ ପ୍ରମୁଖ ଉପସ୍ଥିତ ଥିଲେ।

Mo sapath

Leave A Reply

Your email address will not be published.