ଭୁବନେଶ୍ୱର, ନିରପେକ୍ଷ ଖବର: ଯାଜପୁର ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ଇରାଶିସ ଆଚାର୍ଯ୍ୟ ଓ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଙ୍କ ଅନୁମତି କ୍ରମେ ଜ୍ୟୋତି ପ୍ରକାଶ ନାୟକ ଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ଯୁବମୋର୍ଚା ପକ୍ଷରୁ ବନ୍ୟା ହୋଇଥିବା ଯାଜପୁର ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳକୁ ଗ୍ରସ୍ଥ କରି ଶୁଖିଲା ଖାଦ୍ୟ, ଦିଆସିଲି, ମଶାତେଲ, ଧୂପ,ପାଉଁରୁଟି, ବିସ୍କୁଟ୍, ଫଳରସ ପ୍ୟାକେଟ୍, ପାଣି ବଟଲ୍, ମସଲା ବଟା ପ୍ୟାକେଟ୍ ପ୍ରଭୃତି ବଣ୍ଟନ କରାଯାଇଥିଲା। କରୋନା ମହାମାରୀ ସମୟରେ କରାଳ ବନ୍ୟା ଏହି ଅଞ୍ଚଳରେ ଜନସାଧାରଣଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି । ଶହ ଶହ ଏକର ଚାଷଜମି ନଷ୍ଟ ହୋଇଯାଇଛି ।ସାଧାରଣ ଲୋକ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି।ତେଣୁ ବିଜେପି ଯୁବମୋର୍ଚା ପକ୍ଷରୁ ସାହାଯ୍ୟର ଏକ ଛୋଟ ମାତ୍ର ପ୍ରୟାସ ଆରମ୍ଭ କରାଯାଇଛି।
![Mo sapath](http://www.nirapakhyakhabar.com/wp-content/uploads/2020/08/1500x500.jpeg)