Blank space
Blank space
Breaking News/ମୁଖ୍ୟ ଖବର:
ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ
Blank space

ଭିନ୍ନକ୍ଷମ ସପ୍ତାହ ଅବସରରେ ରେଡ଼୍ ସ୍ୱସ୍ତିକ୍ ପକ୍ଷରୁ ଆମ୍ବୁଲାନ୍ସ ସେବା ଲୋକାର୍ପିତ

0

* ୧୦ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ୧୫ ଜଣ ଶ୍ରବଣ ବାଧିତଙ୍କୁ ନିଶୁଳ୍କ ଶ୍ରବଣ ଯନ୍ତ୍ର ପ୍ରଦାନ ।

* ସଚେତନତାର ବାର୍ତ୍ତା ବାଣ୍ଟିଲେ ବାଇକର୍ସ ଆସୋସିଏସନ୍ ଓ ଏକାମ୍ର କାନନ ୱାଲ୍‌କର୍ସ କ୍ଲବ ।

Blank space

ଭୁବନେଶ୍ୱର,ନିରପେକ୍ଷ ଖବର:୧୨/୧୨ ଦେଶର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାପକ୍ଷରୁ ଭିନ୍ନକ୍ଷମ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଅତିଥିଭାବେ ମାନ୍ୟବରଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଦ୍ୱୈତ ନଗରୀ ପୋଲିସ୍ କମିଶନର ସୌମେନ୍ଦ୍ର
ପ୍ରିୟଦର୍ଶୀ, ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଜିନ୍ଦଲ୍‌ର ଉପସଭାପତି ବିଭୁପ୍ରସାଦ ମିଶ୍ର, ଚର୍ଟାଡ଼୍ ଆକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ଭଦ୍ରା, ଏଲ୍‌.ଆଇ.ସିର ସିନିଅର୍‌ ଡ଼ିଭିଜିନାଲ୍ ମ୍ୟାନେଜର୍ ପ୍ରଫୁଲ୍ଲ କୁମାର ମହାନ୍ତି, ଏଲ୍‌.ଆଇ.ସିର ମାର୍କେଟିଂ ମ୍ୟାାନେଜର୍‌ ଅଶୋକ କୁମାର ଭୂୟାଁ, ଏଲ୍‌.ଆଇ.ସିର ମ୍ୟାନେଜର୍ ସେଲ୍‌ସ୍ ଶ୍ରୀ ପ୍ରମୋଦ କୁମାର ପ୍ରଧାନଙ୍କ ସହ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ସଭାପତି ବିଜୟ ଆଚାର୍ଯ୍ୟ ଓ ସଚିବ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା
ଶାଖା ତରଫରୁ ଏଲ୍‌.ଆଇ.ସି ଗୋଲ୍‌ଡ଼େନ୍ ଜୁବ୍‌ଲି ଫାଉଣ୍ଡେସନ୍‌ର ସହଯୋଗରେ ଦାରିଦ୍ର ସୀମାରେଖା ତଳେ ଥିବା ଜନସାଧାରଣଙ୍କର ସେବା ନିମନ୍ତେ ନିଶୁଳ୍କ ଆମ୍ବୁଲାନ୍ସ ସେବା ଲୋକାର୍ପଣ କରାଯାଇଛି । ଏତତ୍ ସହିତ ଡ଼ି.ଏମ୍ ସ୍କୁଲ୍ ଆଲୁମୁନି ଫାଉଣ୍ଡେସନ୍ ସହଯୋଗରେ ୧୦ ଜଣ ଦିବ୍ୟାଙ୍ଗଙ୍କ ନିମନ୍ତେ ହ୍ୱିଲ୍ ଚେୟାର, କମ୍ବଳ ଓ ଜିନ୍ଦଲ୍‌ର ସହଯୋଗରେ ୧୫ ଜଣଶ୍ରବଣ ବାଧିତଙ୍କ ନିମନ୍ତେ ନିଶୁଳ୍କ ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଛି । ପ୍ରମୁଖ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ସର୍ବଦା ଜନସାଧାରଣଙ୍କ ନିମନ୍ତେ ନିରନ୍ତର ସେବା ଯୋଗାଇ ଆସୁଛି । ଆଗାମୀ ଦିନରେ ୩୦୩ ଜଣ ଭିନ୍ନକ୍ଷମଙ୍କ ନିମନ୍ତେ ଏସ୍‌.ବି.ଆଇ ଓ ଜିନ୍ଦଲ ସହାୟତାରେ କୃତିମ ଅଙ୍ଗ ପ୍ରଦାନ କରାଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ବାଇକର୍ସ ଆସୋସିଏସନ୍ ଓ ଏକାମ୍ର କାନନ ୱାକଲ୍‌ର୍ସ କ୍ଲବ୍ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.