Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

କ୍ୟାପିଟାଲ ଥାନାରେ ସାଂସଦଙ୍କ ବିରୋଧରେ ଏତଲା ….

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୪/୦୬ କୋଭିଡ-୧୯ କଟକଣା ଉଲଂଘନ କରିଥିବା ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ମାମଲା ରୁଜୁ । ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଥାନାରେ ସାଂସଦଙ୍କ ନାମରେ ଏତଲା ଦିଆଯାଇଛି । ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ସାଂସଦ ବାହାରୁ ଭୁବନେଶ୍ୱର ଆସିବା ପରେ କୋଭିଡ କଟକଣାକୁ ନମାନି କର୍ମୀଙ୍କ ସହ ମିଳାମିଶା କରୁଛନ୍ତି । ସାମାଜିକ ଦୂରତା ପାଳନ ନକରିବା ଓ ମାସ୍କ ନପିନ୍ଧି ଦଳୀୟ କର୍ମୀଙ୍କ ସହ ବିଭିନ୍ନ କାର୍ଯ୍ୟରେ ଯୋଗ ଦେବା ଭଳି କାର୍ଯ୍ୟ ଦେଖିବାକୁ ମିଳିଛି । ଯାହାର ଫଟୋ ସୋସିଆଲ ମିଡିଆରେ ମଧ୍ୟ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏପରିକି ଦଳୀୟ ସଂଗଠନ ସଜାଡିବାକୁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲେ ଅପରାଜିତା ଷଡଙ୍ଗୀ । ହେଲେ ସେଠାରେ ମଧ୍ୟ ସାମାଜିକ ଦୂରତାକୁ ମାନିନଥିଲେ କି ମୁହଁରେ ମାସ୍କ ପିନ୍ଧିନଥିବା ଏତଲାରେ ଦର୍ଶାଯାଇଛି । ସରକାର କରୋନା ମୁକାବିଲା ପାଇଁ ସଚେତନତା କରୁଛନ୍ତି । ହେଲେ ଶାସକ ଦଳର ସାଂସଦଙ୍କ କରୋନା କଟକଣାକୁ ଉଲ୍ଲଂଘନ କରିବା ସମାଜରେ ଭୁଲ ବାର୍ତା ଯାଉଛି । ତେଣୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏତଲା ଦେଇଛନ୍ତି ଅଭିଯୋଗକାରୀ ।   * ଅନ୍ୟପଟେ ସାମାଜିକ ଦୂରତାକୁ ପାଳନ କରିନଥିବାରୁ ନିଜେ ନିଜ ଆଡୁ ୧୦୦ ଟଙ୍କା ଜୋରିମାନା ଦେଇଥିଲେ ସାଂସଦ ଅପରାଜିତା ସଡଙ୍ଗୀ । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ବାସଭାବନକୁ ଏକ ବିଶେଷ ପରିସ୍ଥିତିରେ ଯାଇଥିବା ସମୟରେ ସାମଜିକ ଦୂରତା ନିୟମ ଭଙ୍ଗ ହୋଇଥିବା  ଅନୁଭବ କରିଥିଲେ ଓ ତୁରନ୍ତ ସାଂସଦ ମହୋଦୟା ନିଜେ କୋଭିଡ-୧୯ ନିୟମ ଅନୁଯାଇ ଭୁବନେଶ୍ୱର DCP ଙ୍କ ନିକଟକୁ ୧୦୦ (ଶହେ ଟଙ୍କା ) ଜୋରିମାନା ପଠାଇ ଥିଲେ l ଏହା ସହ ସାଂସଦ ମହୋଦୟା ସମସ୍ତଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ନିୟମ ମାନିବା ସହ ସୁରକ୍ଷିତ ରହିବା ପାଇଁ ଆହ୍ୱାନ ଦେଇଥିଲେ l

Advertisement
Mo sapath

Leave A Reply

Your email address will not be published.