ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୪/୦୬ କୋଭିଡ-୧୯ କଟକଣା ଉଲଂଘନ କରିଥିବା ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ମାମଲା ରୁଜୁ । ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଥାନାରେ ସାଂସଦଙ୍କ ନାମରେ ଏତଲା ଦିଆଯାଇଛି । ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ସାଂସଦ ବାହାରୁ ଭୁବନେଶ୍ୱର ଆସିବା ପରେ କୋଭିଡ କଟକଣାକୁ ନମାନି କର୍ମୀଙ୍କ ସହ ମିଳାମିଶା କରୁଛନ୍ତି । ସାମାଜିକ ଦୂରତା ପାଳନ ନକରିବା ଓ ମାସ୍କ ନପିନ୍ଧି ଦଳୀୟ କର୍ମୀଙ୍କ ସହ ବିଭିନ୍ନ କାର୍ଯ୍ୟରେ ଯୋଗ ଦେବା ଭଳି କାର୍ଯ୍ୟ ଦେଖିବାକୁ ମିଳିଛି । ଯାହାର ଫଟୋ ସୋସିଆଲ ମିଡିଆରେ ମଧ୍ୟ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏପରିକି ଦଳୀୟ ସଂଗଠନ ସଜାଡିବାକୁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲେ ଅପରାଜିତା ଷଡଙ୍ଗୀ । ହେଲେ ସେଠାରେ ମଧ୍ୟ ସାମାଜିକ ଦୂରତାକୁ ମାନିନଥିଲେ କି ମୁହଁରେ ମାସ୍କ ପିନ୍ଧିନଥିବା ଏତଲାରେ ଦର୍ଶାଯାଇଛି । ସରକାର କରୋନା ମୁକାବିଲା ପାଇଁ ସଚେତନତା କରୁଛନ୍ତି । ହେଲେ ଶାସକ ଦଳର ସାଂସଦଙ୍କ କରୋନା କଟକଣାକୁ ଉଲ୍ଲଂଘନ କରିବା ସମାଜରେ ଭୁଲ ବାର୍ତା ଯାଉଛି । ତେଣୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏତଲା ଦେଇଛନ୍ତି ଅଭିଯୋଗକାରୀ । * ଅନ୍ୟପଟେ ସାମାଜିକ ଦୂରତାକୁ ପାଳନ କରିନଥିବାରୁ ନିଜେ ନିଜ ଆଡୁ ୧୦୦ ଟଙ୍କା ଜୋରିମାନା ଦେଇଥିଲେ ସାଂସଦ ଅପରାଜିତା ସଡଙ୍ଗୀ । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ବାସଭାବନକୁ ଏକ ବିଶେଷ ପରିସ୍ଥିତିରେ ଯାଇଥିବା ସମୟରେ ସାମଜିକ ଦୂରତା ନିୟମ ଭଙ୍ଗ ହୋଇଥିବା ଅନୁଭବ କରିଥିଲେ ଓ ତୁରନ୍ତ ସାଂସଦ ମହୋଦୟା ନିଜେ କୋଭିଡ-୧୯ ନିୟମ ଅନୁଯାଇ ଭୁବନେଶ୍ୱର DCP ଙ୍କ ନିକଟକୁ ୧୦୦ (ଶହେ ଟଙ୍କା ) ଜୋରିମାନା ପଠାଇ ଥିଲେ l ଏହା ସହ ସାଂସଦ ମହୋଦୟା ସମସ୍ତଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ନିୟମ ମାନିବା ସହ ସୁରକ୍ଷିତ ରହିବା ପାଇଁ ଆହ୍ୱାନ ଦେଇଥିଲେ l

