Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ‘ଖୁସିୟୋଁ କା ତ୍ୟୋହାର’ ପୁରସ୍କାର ବିତରଣ ଉତ୍ସବ

* ନିରୋଜ ନାୟକଙ୍କୁ ହିରୋ ପ୍ଳେଜର ପୁରସ୍କାର

0

ଭୁବନେଶ୍ୱର,ନିରପେକ୍ଷ ଖବର :ତା ୦୭/୧୧ ପାର୍ବଣ ଅବସରରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଏବଂ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ମଲ୍ ପରିସରରେ ଆରମ୍ଭ ହୋଇଥିବା ‘ଖୁସିୟୋଁ କା ତ୍ୟୋହାର’ ଶେଷ ହୋଇଛି । ‘ଖୁସିୟୋଁ କା ତ୍ୟୋହାର’ରେ ଅଂଶ ଗ୍ରହଣ କରିଥିବା ଗ୍ରାହକମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଛି । ମୁଖ୍ୟ ଅତିଥି ଭାବେ ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାୟକ ଯୋଗଦେଇ ବିଜେତା ଗ୍ରାହକମାନଙ୍କୁ ପୁରସ୍କୃତ କରିଛନ୍ତି ।
ମଲ୍ ପକ୍ଷରୁ ନିରୋଜ ନାୟକଙ୍କୁ ପ୍ରଥମ ପୁରସ୍କାର ହିରୋ ପ୍ଳେଜର ପ୍ରଦାନ କରାଯାଇଛି । ସେହିପରି ଅମିତ୍ କୁମାର ସାହୁଙ୍କୁ ଜେ ଆଣ୍ଡ ଟି ଜ୍ୱେଲର୍ସ ପକ୍ଷରୁ ସୁନା କାନ ଫୁଲ, ରାଜଦିପ୍ ଖଟୁଆଙ୍କୁ ଏଲଇଡ଼ି ଟିଭି, ଦେବାଶିଷ ନାୟକଙ୍କୁ ଫ୍ରିଜ୍ କୁମାର ଶତୃଘନଙ୍କୁ ୱାସିଂ ମେସିନ୍ ଓ ସଞ୍ଚିତା ସୁବୁଦ୍ଧିଙ୍କୁ ମାଇକ୍ରୋୱେଭ୍ ସହ ଅନ୍ୟମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କେବଳ ସେତିକି ନୁହେଁ ଜେ ଆଣ୍ଡ ଟି ଜୁଏଲର୍ସ ତରଫରୁ ୧୫ ଗ୍ରାହକଙ୍କୁ ୧ ଗ୍ରାମର ସୁନା ମୁଦ୍ରା ଏବଂ ୪୫ ଜଣଙ୍କୁ ୫ ଗ୍ରାମର ରୂପା ମୁଦ୍ରା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଲ୍‌ଡର ପ୍ରତିଷ୍ଠାତା ସୁବାସ ଭୁରା, ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ ଲବଂ ନିର୍ଦ୍ଦେଶକ ଅମିତ୍ ବୈଦ, ଉତ୍କଳ କନିକା ଗ୍ୟାଲେରିଆ ମଲ ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦ, ଜେନେରାଲ ମ୍ୟାନେଜର କ୍ରିଷ୍ଣେନ୍ଦୁ ପଣ୍ଡିତ, ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ ଓଡ଼ିଶାର ଭାଇସ୍ ପ୍ରେସିଡ଼େଣ୍ଟ୍ ଅନନ୍ତ ପଟ୍ଟନାୟକ, ଜେ ଆଣ୍ଡ ଟି ଜୁଏଲର୍ସର ନିର୍ଦ୍ଦେଶକ ସୁରେଶ ଚୌଧୁରୀ ଓ ମଧୁଶ୍ରୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ମଲର ମାର୍କେଟିଂ ମୁଖ୍ୟ ଦୁଲାଲ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ । ଏଥିରେ ଉତ୍କଳ କନିକା କ୍ୟାଲେରିଆ ମଲ୍ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ଗତ ସେପ୍ଟେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଖୁସିୟୋଁ କୋ ତ୍ୟୋହାର ଅକ୍ଟୋବର ୨୬ ପର୍ଯ୍ୟନ୍ତ ଚାଲିଥିଲା । ପ୍ରାୟ ୧୨ ହଜାର ଗ୍ରାହକ ଲକି ଡ଼୍ରରେ ଅଂଶଗ୍ରହଣ କରିଥିବା ବେଳେ ୬୯ ଜଣଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଛି।

Mo sapath

Leave A Reply

Your email address will not be published.