Blank space
Blank space
Breaking News/ମୁଖ୍ୟ ଖବର:
ରେଳ ସୁରକ୍ଷା ଓ ବିକାଶର ଦାୟିତ୍ୱ ଏବେ ଭିକ୍ଟର ଜୋସେଫଙ୍କ କାନ୍ଧରେହଟାତ୍ ଇସ୍ତଫା ଦେଲେ ଭୁବନେଶ୍ୱର DCPOdisha Clinches 20 Medals at 11th Senior National Minigolf Championship 2025-26ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲାଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ପ୍ରଶ୍ନ, ଅନିୟମିତତା ଅଭିଯୋଗଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନସାମ୍ବାଦିକ ସୁରକ୍ଷା ଆଇନ୍ ଓ ପେନସନ ଦାବିକୁ ନେଇ IJU ପକ୍ଷରୁ ଜୋରଦାର ଉଠିଲା ସ୍ୱରବିଜେଡିର କଡା ସମାଲୋଚନା : ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ କଡ଼ା ସୁରକ୍ଷା, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନଇପିଏଫଓର ବଡ଼ ଅପଡେଟ୍। ଏଣିକି ଏଟିଏମ ଓ ୟୁପିଆଇ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଇପାରିବେ !ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀରବୀନ୍ଦ୍ର ମଣ୍ଡପରେ ପାଳିତ ହେଲା ବିଶ୍ୱ ନୃତ୍ୟ ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀଶ୍ରେଷ୍ଠତା ଓ ନବସୃଜନ କ୍ଷେତ୍ରରେ ଓଡ଼ିଶାକୁ ଦୁଇଟି ସମ୍ମାନଜନକ ପୁରସ୍କାରରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍-୨୦୨୬ପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬: ମେ’ ୧ରୁ ରାଜ୍ୟର ୩୭ ଜିଲ୍ଲାରେ ଆରମ୍ଭ ହେବ୭୧ତମ Doctorate! ଇତିହାସ ରଚିଲେ ସାମନ୍ତସରକାର ବଦଳିଲା, ବଦଳିଲା ନାହିଁ ଢାଞ୍ଚାନିର୍ବାଚନ ପାଇଁ AAP ର ପ୍ରସ୍ତୁତି ବୈଠକଭୁବନେଶ୍ୱରରେ KGF ମେଗା କନକ୍ଲେଭଇତିହାସ ରଚିଲେ ମୋଦି
Blank space

ଆନନ୍ଦ ଉତ୍ସାହର ସହ ଶେଷ ହେଲା ପ୍ରଥମ ଭର୍ଚୁଆଲ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ -୨୦୨୧

0

ନୂଆଦିଲ୍ଲୀ,ଭୁବନେଶ୍ୱର, ନିରପେକ୍ଷ ଖବର ୨୮/୦୩: ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ନିମନ୍ତେ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ପ୍ରଥମର ଥର ପାଇଁ ଭର୍ଚୁଆଲ ପ୍ଲାଟଫର୍ମରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଓଡ଼ିଶା ପର୍ବ -୨୦୨୧ ଆଜି ସଫଳତାର ସହ ସମାପ୍ତ ହୋଇଛି । ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଲକ୍ଷାଧିକ ଦର୍ଶକ ଏହି ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ କଳା, ସାହିତ୍ୟ, ସଂସ୍କୃତି, ନୃତ୍ୟ, ସଙ୍ଗୀତକୁ ଏକ ନିଆରା ଢଙ୍ଗରେ ବିଶ୍ୱବ୍ୟାପୀ ଅନୁଭବ କରିବାର ସୁଯୋଗ ପାଇଥିଲେ । ଏହି ଉତ୍ସବର ଦ୍ୱିତୀୟ ତଥା ଉଦ୍‌ଯାପନୀ ସନ୍ଧ୍ୟା ଗୁରୁ ଚନ୍ଦ୍ରକାନ୍ତ ସୂତାର ଏବଂ ତାଙ୍କ ଦଳ ଦ୍ୱାରା ପ୍ରଦର୍ଶିତ ‘ପଂଚ ମହାଭୁତ’ ଫ୍ୟୁଜନ ଛଉ ନୃତ୍ୟ ଦ୍ୱାରା ଆରମ୍ଭ ହୋଇଥିଲା । ଇଣ୍ଡିଆନ୍‌ କାଉନ୍‌ସିଲ ଫର୍ କଲଚରାଲ ରିଲେସନ୍ସର ମହାନିର୍ଦ୍ଦେଶକ ଶ୍ରୀ ଦିନେଶ ପଟ୍ଟନାୟକ ସମୃଦ୍ଧ ଓଡିଆ ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଁଚାଇବାରେ ଓଡିଆ ସମାଜ, ନୂଆଦିଲ୍ଲୀର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ପରେ ପରେ ଓଡ଼ିଆ ସମାଜ ଦ୍ୱାରା ପ୍ରସ୍ତୁତ ବୃତଚ୍ଚିତ୍ର ‘ପାଇକ ବିଦ୍ରୋହ’ ପ୍ରଦର୍ଶନ କରାଯାଇଥିଲା । ଏହାପରେ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ଭର୍ତୃହରି ମହତାବ ନିଜର ବାର୍ତା ମାଧ୍ୟମରେ ଓଡିଆ ସଂସ୍କୃତିକୁ ଲୋକପ୍ରିୟ କରାଇବାରେ ଗତ ଚାରି ବର୍ଷ ଧରି ଓଡିଶା ପର୍ବର ବଳିଷ୍ଠ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ମାଲକାନଗିରିସ୍ଥିତ ବାନ୍ଧଗୁଡ଼ା ବ୍ଲକ ଖଇରପୁଟ ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ପ୍ରାଚୀନ ବଣ୍ଡା ଜନଜାତି ନୃତ୍ୟ ଦର୍ଶକଙ୍କୁ ଦେଇଥିଲା ଭିନ୍ନ ଏକ ଅନୁଭୂତି । ପାରାଅଲମ୍ପିକ୍ ସଟ୍‌ଲର୍ ପ୍ରମୋଦ ଭଗତ ‘ମନର କଥା’ ମାଧ୍ୟମରେ ତାଙ୍କ ଜୀବନଯାତ୍ରାର ଅନୁଭୂତି ବାଂଟିଥିବାବେଳେ ଅଲ୍ ରୁଷିଆ ଓଡ଼ିଆ ସମାଜ, ମସ୍କୋ ଦ୍ୱାରା ପ୍ରଦର୍ଶିିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଥିଲା ସନ୍ଧ୍ୟାର ଅନନ୍ୟ ଆକର୍ଷଣ । ସୁପ୍ରିମକୋର୍ଟ ଆଇନଜୀବୀ ଶ୍ରୀ ସାର୍ଥକ ନାୟକ, ପଦ୍ମଶ୍ରୀ ଡଃ ରମାକାନ୍ତ ପଣ୍ଡା ଓ ଶ୍ରୀମତୀ ପ୍ରିୟମ୍ବଦା ମହାନ୍ତି ହେଜମାଦୀଙ୍କ ସହ ଆଳାପ ଏବଂ ତାଙ୍କ ଜୀବନ କାହାଣୀ ଅନ୍‌ଲାଇନ ଦର୍ଶକଙ୍କ ପାଇଁ ଥିଲା ବେଶ୍ ପ୍ରେରଣାଦାୟୀ । ସ୍ଥାନୀୟ ବୁଣାକାରମାନଙ୍କ କାରୁକାର୍ଯ୍ୟକୁ ବିଭିନ୍ନ ହସ୍ତତନ୍ତ ମାଧ୍ୟମରେ ଆଦୃତ କରାଇବା ପାଇଁ ଲଣ୍ଡନସ୍ଥିତ ଓଡ଼ିଆ ସୋସାଇଟି ଦ୍ୱାରା ଫ୍ୟୁଜନ ନୃତ୍ୟ ପରିବେଷଣ ଥିଲା ସନ୍ଧ୍ୟାର ଅନ୍ୟତମ ଆକର୍ଷଣ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ପାରେଡରେ ଓଡ଼ିଶାର କଳାହାଣ୍ଡିସ୍ଥିତ ‘ବଜାସାଲ’ ସମ୍ପର୍କିତ ଏକ ପ୍ରମାଣିକ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ବିଚିତ୍ରାନନ୍ଦ ସ୍ୱାଇଁ ଏବଂ ତାଙ୍କ ଦଳ (କେବଳ ପୁରୁଷ ନୃତ୍ୟଶିଳ୍ପୀମାନଙ୍କ)ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ନୃତ୍ୟ ‘ତାଳ ତରଙ୍ଗ’ ଦର୍ଶକଙ୍କୁ ଦେଇଥିଲା ଅଦ୍ଭୁଦପୂର୍ବ ମନୋରଞ୍ଜନ । ଇଂଲଣ୍ଡସ୍ଥିତ ସଫ୍ଟବ୍ୟାଙ୍କ ସିଇଓ ଶ୍ରୀ ରାଜୀବ ମିଶ୍ରଙ୍କ ବହୁମୂଲ୍ୟ ଷ୍ଟାଟ୍‌ଅପ୍ ପରାମର୍ଶ ଯୁବ ଉଦ୍ୟୋଗୀମାନଙ୍କୁ ଦେଇଥିଲା ନୂତନ ଦିଗ୍‌ଦର୍ଶନ । କଳାହାଣ୍ଡି ଜିଲାର ରାପର୍ ଦୁଲେ ତାଣ୍ଡି ସନ୍ଧ୍ୟାକୁ କରିଥିଲେ ବେଶ୍ ରଙ୍ଗାୟିତ । ଶ୍ରୀ ଅମରେନ୍ଦ୍ର ସାହୁ, ସହ ପ୍ରତିଷ୍ଠାତା ତଥା ସିଇଓ, ନେଷ୍ଟ ଆୱେ ଟେକ୍ନୋଲୋଜି, ଶ୍ରୀ ବିବେକାନନ୍ଦ ପାଣି, ସହ ପ୍ରତିଷ୍ଠାତା ତଥା ସିଟିଓ, ରିଭେଇରି ଲାଙ୍ଗୁଏଜ୍ ଟେକ୍ନୋଲୋଜୀ, ଶ୍ରୀ ଶ୍ରୀନିବାସନ ନାରାୟଣ, ସହପ୍ରତିଷ୍ଠାତା ତଥା ସିଇଓ, ଗୁଡ୍ ମିଟିଂସ ପ୍ରମୁଖ ଶ୍ରୀ ଦେବାଶିଷ ମିଶ୍ର, ପାର୍ଟନର ଡେଲୋଇଟ୍‌ଙ୍କ ସଂଚାଳନରେ ଟେକ୍ ଟକ୍ କାର୍ଯ୍ୟକ୍ରମରେ ଭାଗନେଇଥିଲେ । ଏହାପରେ ଓଡ଼ିଶାର ବରଗଡ଼ ଜିଲାର ସମ୍ବଲପୁରୀ ଲୋକନୃତ୍ୟ ଏକାଡେମୀର କଳାକାର ଶ୍ରୀ ରବି ରତନ ସାହୁଙ୍କ ଦ୍ୱାରା ଓଡ଼ିଶାର ଲୋକକଳା ବାଦ୍ୟଯନ୍ତ୍ରର ସମନ୍ୱୟ କାର୍ଯ୍ୟକ୍ରମ ‘ଆଦି ଧୁନ’ ଦର୍ଶକଙ୍କୁ ଓଡ଼ିଶାର ସୌନ୍ଦର୍ଯ୍ୟମୟ ପ୍ରାକୃତିକ ପରିବେଶ ସହ ଯୋଡ଼ିବାରେ ସକ୍ଷମ ହୋଇଥିଲା । ପଦ୍ମଶ୍ରୀ ଡଃ ପ୍ରତିଭା ରାୟ ଏବଂ ଡଃ ହରପ୍ରସାଦ ଦାସଙ୍କ କଥୋପକଥନ ‘ଆମ ଭାଷା ଓ ସାହିତ୍ୟ: ଆମ ଗୌରବମୟ ପରିଚୟ’ ଦର୍ଶକଙ୍କୁ ଦେଇଥିଲା ଓଡ଼ିଆ ସାହିତ୍ୟର ଅନନ୍ୟ ଜ୍ଞାନ । ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ସ୍ୱୟଂ ପାଢୀ, ତାରିକ ଅଜିଜ୍ ଏବଂ ସୋହିନୀ ମିଶ୍ରଙ୍କ ଦ୍ୱାରା ପରିବେଷିତ ସଙ୍ଗୀତ ଭିତିକ କାର୍ଯ୍ୟକ୍ରମ ‘ସୂର ଝଙ୍କାର’ ଏବଂ ମୁମ୍ବାଇ ଓଡ଼ିଆ ଗ୍ରୂପ ସୁଜିତ କୁମାରଙ୍କ ମେଡଲୀ ଗୀତ ସହ ଧନ୍ୟବାଦ ଅର୍ପଣ ମାଧ୍ୟମରେ ଚଳିତ ବର୍ଷ ଅନ୍ତର୍ଜାତୀୟ ଓଡ଼ିଶା ପର୍ବ -୨୦୨୧ ସଫଳତାର ସହ ସମାପ୍ତ ହୋଇଥିଲା

Mo sapath

Leave A Reply

Your email address will not be published.

404 Not Found

404

Not Found

The resource requested could not be found on this server!


Proudly powered by LiteSpeed Web Server

Please be advised that LiteSpeed Technologies Inc. is not a web hosting company and, as such, has no control over content found on this site.