Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ବୃଦ୍ଧି ପାଇଥିବା ବିଦ୍ୟୁତ ଦର ପ୍ରତ୍ୟାହାର ନହେଲେ ରାଜରାସ୍ତାରେ ଆନ୍ଦୋଳନ କରିବ କଂଗ୍ରେସ

0

ଭୁବନେଶ୍ୱର,ନିରପେକ୍ଷ ଖବର ତା ୩୦/୦୩ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ବିଜେଡ଼ି ସରକାର ଉପରେ ବର୍ଷିଛନ୍ତି ସେ କହିଛନ୍ତି ୨୦୧୬ର ଅପରିଣାମଦର୍ଶୀ ବିମୁଦ୍ରାୟନ ପରେପରେ କୋଭିଡ-୧୯ର ମାଡ଼ରେ ସବୁବର୍ଗର ଜନସାଧାରଣଙ୍କ ଆର୍ଥିକ ଦୁର୍ଗତିଭିତରକୁ ଠେଲିହୋଇ ଯାଇଛନ୍ତି । ପ୍ରତ୍ୟେକ ପରିବାର ଆୟ କମିଛି । କ୍ଷ୍ୟୁଦ୍ର ମଧ୍ୟମ ଅଣୁଶିଳ୍ପ ସଂସ୍ଥାର ଆର୍ôଥକ ମେରୁଦଣ୍ଡ ଭାଙ୍ଗିଯାଇଛି । ସେମାନେ ଅଂଟାସଳଖ କରି ଛିଡ଼ା ହୋଇ ପାରି ନାହାନ୍ତି । ସେ ସମୟରେ ରାଜ୍ୟରେ ସବୁବର୍ଗର ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ରାଜ୍ୟସରକାରଙ୍କ ସହାୟତାରେ ଓ.ଇ.ଆର.ସି ପାହାର ପରେ ପାହାର ବସାଇ ଚାଲିଛି । ବର୍ଷକ ମଧ୍ୟରେ ଦୁଇ ଦୁଇଥର ବିଦ୍ୟୁତ୍ ଶୁଳ୍କ ବୃଦ୍ଧିପାଇଛି । ଗୋଟିଏ ଥର ୟୁନିଟ୍ ପିଛା ୨୦ ପଇସା ବଢ଼ିଥିଲା ଏବେ ପୁଣି ୩୦ ପଇସା ବଢ଼ିଲା ଯାହାକି ଖାଉଟିଙ୍କ ଉପରେ ବୋଝ ଉପରେ ଲଲିତାବିଡ଼ା ସଦୃଶ ହୋଇଛି । ସରକାର ହୁଅନ୍ତୁ ଅବା ଓ.ଇ.ଆର.ସି ହୁଅନ୍ତୁ ବିତରକ କମ୍ପାନୀମାନଙ୍କ ଉପରେ ନିୟନ୍ତ୍ରଣ ହରାଇଛନ୍ତି । ଅବା କୌଣସି ସ୍ୱାର୍ଥର ସେମାନଙ୍କ ସହିତ ପକ୍ଷଭୁକ୍ତ ହୋଇଛନ୍ତି ଓ ଲୋକ ବିରୋଧି ନିଷ୍ପତି ନେଇଛନ୍ତି । ଲାଗୁଛି ସତେଯେପରି ରାଜ୍ୟ ସରକାର ବିତରକ କମ୍ପାନୀମାନଙ୍କୁ ଲାଭଦେଇ ଦଳୀୟ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ତଥାକଥିତ ଛଙ୍କବଗ୍ଦଷସ ଔଙ୍କୟସମସବକ୍ସଚ୍ଚ ସଂସ୍ଥା କୁହାଯାଉଥିବା ଓ.ଇ.ଆର.ସି କୁ ହାତବାରିସୀ କରିଛନ୍ତି । ନିଜର ଅପାରଗତ ଲୁଚାଇବାକୁ ଏହି ଓ.ଇ.ଆର.ସି ଓ ସରକାର ମିଳିତଭାବେ ଉପଭୋକ୍ତାମାନଙ୍କୁ ଶୋଷି ଚାଲିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି । କୃଷିପାଇଁ ଦରବୃଦ୍ଦି ନ ଘଟିବା ଓ ବି.ପି.ଏଲ ପରିବାର ଉପରେ ଶୁଳ୍କ ବୃଦ୍ଧି ନ ହେବା ସରକାରଙ୍କର ଅନ୍ୟଏକ ପ୍ରତାରଣା । ଆମ ରାଜ୍ୟରେ ଚାଷ ଉଦ୍ଦେଶ୍ୟରେ ବିଦ୍ୟୁତ ବ୍ୟବହାର ଖୁବ କମ୍ ୧.୪୪ % ୫୦ ୟୁନିଟ୍‌୍ ମାସକୁ କମି ବିଦ୍ୟୁତ ବ୍ୟବହାରକାରୀଙ୍କ ସଂଖ୍ୟା ଜମା ନାହିଁ । ସରକାର ବିପିଏଲ ପରିବାରକୁ ଗୋଟିଏ ଲେଖାଏଁ ବ୍ଲବ ଦେଇଥିଲେ ଏବଂ ସେମାନଙ୍କ ଠାରୁ କୌଣସୀ ବିଦ୍ୟୁତ ଦେୟ ଆଦାୟ କରାଯିବନି ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଗତକାଲି ଖୋଦ ଶକ୍ତିମନ୍ତ୍ରୀଙ୍କ ନିଜ ଜିଲ୍ଲା ଭବାନୀ ପାଟଣା ଅର୍ନ୍ତର୍ଗତ କୁଟୁରୁ ଖମାର ଓ କାପସରା ଗରୀବ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗର ଯୋର ଯବରଦସ୍ତି ଓ ମନୋମୁଖି କାର୍ଯ୍ୟକଳାପ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଷୋଦଗାର କରୁଥିଲେ । ଏହି ଘଟଣା ଖାଲି କଳାହାଣ୍ଡିରେ ନୁହେଁ ସାରା ଓଡ଼ିଶାର ୩୦ଟି ଯାକ ଜିଲ୍ଲାର ବିଭିନ୍ନ ଗାଁ ଗଣ୍ଡାର ସ୍ଥିତି ମଧ୍ୟ ସମାନ । ଯେଉଁମାନଙ୍କୁ ଦୁଇଟି ବ୍ଲବ ଦିଆଯାଇଥିଲା ଏବେ ସେମାନଙ୍କୁ ୧୨ ହଜାରୁ ୧୫ ହଜାର ବିଲ ଧରାଇ ଦେଉଛନ୍ତି । ଯଦିଚ ସେମାନେ ଇଲେକ୍ଟ୍ରି ବିଲ ବାବଦରେ ମାସକୁ ୨୦୦-୩୦୦ ଟଙ୍କା ଦେଉଛନ୍ତି ତାହାଲେ ତାଙ୍କର ବିଲ ଏଭଳି ବଢ଼ିଲା କାହିଁକି । ତାଙ୍କର ଲାଇନ ଯୋରଯବରଦସ୍ତ କାଟି ଦିଆଯାଉଛି । ନବୀନ ବାବୁ କଥା କଥାକେ କହନ୍ତି ସାରା ଓଡ଼ିଶା ତାଙ୍କ ପରିବାର ସିଏ କଣ ଏଭଳି ମୁଖ୍ୟ ଯେଉଁଠି ବାହାର ଲୋକମାନେ ଧମକ ଚମକ ଦେବେ ତାଙ୍କ ବିଦ୍ୟୁତ ସଂଯୋଗ ଅନ୍ୟାୟ ଭାବରେ କାଟିଦେଉଛନ୍ତି । ଭାରତର ଇକୋନୋମିକ ସର୍ଭେ ୨୦୨୦-୨୧ ଅନୁସାରେ ସର୍ବଭାରତୀୟ ସ୍ତରରେ ଞକ୍ସବଦ୍ଭଗ୍ଦଜ୍ଞସଗ୍ଦଗ୍ଦସକ୍ଟଦ୍ଭ ବଦ୍ଭୟ ଊସଗ୍ଦଗ୍ଧକ୍ସସଭଙ୍କଗ୍ଧସକ୍ଟଦ୍ଭ ଖକ୍ଟଗ୍ଦଗ୍ଦ” ୮ % ଅଛି । ଭାରତରେ ଯେତେବେଳେ ଏହି କ୍ଷତି ୨୫% ଥିଲା ଓଡ଼ିଶାରେ ସେହି ସମୟରେ ୪୨.୫% କ୍ଷତି ହେଉଥିବା ଜଣାଯାଏ । ଏବେ ଓଡ଼ିଶାରେ କ୍ଷତି ୨୫.୫୦% ଥିବା ଓ.ଇ.ଆର.ସି. ତଥ୍ୟ ଅନୁସାରେ ରଖଯାଇଛି । ବାସ୍ତବରେ କ୍ଷତି ପରିମାଣ ଲୁଚାଯାଇଛି । ଏହା ୩୧% ରୁ ୩୭% ମଧ୍ୟରେ ରହିଛି । ନିଜର ଅପାରଗତା ଘୋଡ଼ାଇବା ପାଇଁ ଉପଭୋକ୍ତାଙ୍କ ଉପରେ ଅଯଥା ମୂଲ୍ୟବୃଦ୍ଦି ଲଦି ଦିଆଯାଉଛି । ରାଜ୍ୟ ସରକାର ଯଦି ବାସ୍ତବରେ ଲୋକଙ୍କ ସ୍ୱାର୍ଥ ଓ ରାଜ୍ୟର ଆର୍ଥିକ ବିକାଶ ଚାହାନ୍ତି “ ବିଦ୍ୟୁତ୍ ପରି ପଣ୍ୟ”କୁ ଶସ୍ତାରଖିବା ଦରକାର । ଓ.ଇ.ଆର.ସି ର ଏହି ନିଷ୍ପତି ବିରୁଦ୍ଧରେ ନିଜେ ଖାଉଟି ହିସାବରେ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟରେ ଅଭିଯୋଗ ଦାଖଲ କରିବା ସହିତ ରହିତାଦେଶ ପ୍ରାର୍ଥନା କରିବାକୁ କଂଗ୍ରେସ ଦାବି କରୁଛି । ଏଥିସହିତ ରାଜ୍ୟ ସରକାର ବିଦ୍ୟୁତ ବ୍ୟବହାରକାରୀ ସମସ୍ତଙ୍କୁ ଅଣୁ-କ୍ଷୁଦ୍ର, ମଧ୍ୟମ ଶିଳ୍ପପାଇଁ ବିଦ୍ୟୁତ ଶୁଳ୍କ ୭୫% ରିହାତି ଘୋଷଣା କରିବାକୁ ଦାବୀ କରୁଛି । ଚାଷୀ ସହିତ ସଂପର୍କରେ ଥିବା ସମସ୍ତ ବିଦ୍ୟୁତ ଦେୟ ଛାଡ଼ କରାଯାଉ ଏବଂ ଏ ବାବଦ ରିହାତି ସରକାର ପୈଠ କରନ୍ତୁ । ସବୁବର୍ଗର ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅନ୍ତତଃ ରିହାତି ଘୋଷଣା କରନ୍ତୁ । ୨୦୦ ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ସରକାର ଅନ୍ତତଃ ବର୍ଦ୍ଧିତ ଦର ବାବଦ ଦେୟ ବହନ କରନ୍ତୁ । ଆସନ୍ତା ସାତଦିନ ଭିତରେ ସରକାର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଲୋକଙ୍କ ଉପରେ ବଢ଼ାଇଥିବା ଆର୍ତିକ ଚାପ ଲାଘବ ନ କଲେ ଦଳ ଗଣତାନ୍ତ୍ରିକ ଉପାୟରେ କଂଗ୍ରେସ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଚେତାବନି ଦେଇଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଦଳ ତରଫରୁ ସବୁ ଜିଲ୍ଲା ହେଡ୍ କ୍ୱାଟର୍ସରେ ଥିବା ବିଦ୍ୟୁତ ଅଫିସ (ଝ.ଋ./ ଋ.ଋ.) ଆଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ୪ ଘଂଟିଆ ଧାରଣା । ସେହିପରି ଦ୍ୱିତୀୟ ଦିନ ପ୍ରତି ବ୍ଲକରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ସାମନାରେ ଦଳ ତରଫରୁ ୪ ଘଂଟିଆ ଧାରଣ ଓ ବିକ୍ଷୋଭ କରାଯିବ ଏବଂ ସେହିପରି ତୃତୀୟ ଦିନ ଭୁବନେଶ୍ୱର ଓ.ଇ. ଆର.ସି. ଆଗରେ ଭୁବନେଶ୍ୱର କଂଗ୍ରେସ କମିଟିର ଧାରଣା ଓ ବିକ୍ଷୋଭ । ଚତୁର୍ଥ ଦିନ ନଗର ଓ ସହର ମାନଙ୍କରେ ମହମବତୀ ଶୋଭାଯାତ୍ରା ଓ ପଂଚମଦିନ ସନ୍ଧ୍ୟା ୭ ଟାରୁ ୭.୩୦ମି ପର୍ଯ୍ୟନ୍ତ ସବୁବର୍ଗର ଉପଭୋକ୍ତମାନେ ସ୍ୱଇଚ୍ଛାରେ ବିଦ୍ୟୁତ କାଟ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେବା ସହ ସବୁବର୍ଗର ଉପଭୋକ୍ତାଙ୍କର ପ୍ରତିବାଦ ସହ ଳୋକଙ୍କ ସହ ପ୍ରତାରଣା କରୁଥିବା ରାଜନୈତିକ ଦଳମାନଙ୍କର ସହଯୋଗ ଲୋଡିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ କ୍ଷେତ୍ରରେ ଜଳ ବିଦ୍ୟୁତ୍ ଉତ୍ପାଦନ ଆମପାଇଁ ବଡ଼ ଆଶୀର୍ବାଦ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ କହିଛନ୍ତି
ପାଖାପାଖି ୧୮୦୦ ମେଗାୱାଟ ଜଳ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଏହାର ହାରାହାରି ୟୁନିଟ୍ ପିଛା ଉତ୍ପାଦନ ଖର୍ଚ୍ଚ ୧ ଟଙ୍କାରୁ କମ୍ । ଏବେ ସୌରରଶ୍ମିରୁ ମଧ୍ୟ ୭୦୦ ମେଗାୱାଟ ଉତ୍ପାଦନ ହେଉଛି । ହାରାହାରି ୟୁନିଟ୍ ପିଛା ୩ ଟଙ୍କାରୁ କମ୍‌ରେ ହେଉଛି । ଏହା ମୋଟ ରାଜ୍ୟର ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନ ୨୫୦୦ ମେଗାୱାଟ ମଧ୍ୟରୁ ଜଳ ବିଦ୍ୟୁତ ୧୫୦୦ ମେଗାୱାଟ ଥାଏ । ତାର ହିସାବ ଦେଖିଲେ ଜଣାଯାଏ- ହିରାକୁଦରୁ ୟୁନିଟ ପିଛା – ୧୩୧.୮୬ ପଇସା ଚିପିଲିମା ୟୁନିଟ ପିଛା – ୭୬.୦୩ ପଇସା ରେଙ୍ଗାଲି ୟୁନିଟ ପିଛା – ୧୨୮.୦୮ ପଇସା
ଅପରକୋଲାବ ୟୁନିଟ ପିଛା – ୭୮.୬୫ ପଇସା
ବାଲିମେଳା ୟୁନିଟ ପିଛା – ୬୨.୮୬ ପଇସା
(ଙଚଐଉ) ୟୁନିଟ ପିଛା – ୮୯.୮୬ ପଇସା
ଇନ୍ଦ୍ରାବତୀ ୟୁନିଟ ପିଛା – ୯୦.୧୨ ପଇସା
ମାଛକୁଣ୍ଡ ୟୁନିଟ ପିଛା – ୬୨.୫୮ ପଇସା
ମୋଟାମୋଟି ୧୫୦୦ ମେଗାୱାଟ ହାରାହାରି ୟୁନିଟ୍ ପିଛା ୯୦ ପଇସାରେ କିଣାଯାଏ । ୟୁନିଟ୍ ପିଛା ୨.୩୦ ପଇସାରେ ସ୍ୱତନ୍ତ୍ର ପାୱାର ପ୍ଲାଂଟ (ଓ.ଚ.ଚ.) ରୁ ୧୦୫୦ ମେଗାୱାଟ କିଣାଯାଏ । ୟୁନିଟ୍ ପିଛା ୩.୫୮ ହିସାବରେ କେନ୍ଦ୍ରୀୟ ଗୀଡ୍‌ରୁ ୧୮୨୦ ମେଗାୱାଟ କିଣାଯାଏ ।
ୟୁନିଟ୍ ପିଛା ୪ ଟଙ୍କା ହାରରେ ସୂର୍ଯ୍ୟ ରଶ୍ମୀରୁ ୨୧୦ ମେଗାୱାଟ କିଣାଯାଏ ୫୫୮୦ ମେଗାୱାଟ ସରକାରଙ୍କ ତଥ୍ୟ ଅନୁସାରେ ୟୁନିଟ୍ ପିଛା ୩୩୩.୮୪ ପଇସା ଅଛି ।
କ୍ରୟ ପରିମାଣ ହାରାହାରି ୫୭୪୮.୨୫ ମିଲିୟନ ୟୁନିଟ୍ । ୨୦୨୦ ମସିହାରେ ରାଜ୍ୟରେ ଆବଶ୍ୟକତା ଥିଲା ୩୨୦୦ ମେଗାୱାଟ ଗ୍ରୀଡ଼କୋ ୪୩୦୦ ମେଗାୱାଟ ସଂଗଠିତ କଲା । ଫଳରେ ବଳାକ ନିଶ୍ଚୟ ବିକ୍ରୀ ହୋଇଛି ସରକାର ଉପରେ ବାକି ଅଛି – ୨୨୦୦ କୋଟି ଟଙ୍କା ସେସୁ ସମେତ ସମସ୍ତ ଫାଂଚାଇଜ୍ ଉପରେ ଦେୟ ୩ ହଜାର କୋଟି ଟଙ୍କା ବିଭିନ୍ନ କମ୍ପାନୀମାନଙ୍କ ଉପରେ ବାକି ଅଛି ୪ ହଜାର କୋଟି ଟଙ୍କା ଏସବୁ ଆଦାୟ ହେଲେ ଗ୍ରୀଡ୍‌କୋର କ୍ଷତି ନ ହୋଇ ଲାଭ ହୁଅନ୍ତା ।
ସରକାରୀ ସଂସ୍ଥା ଉପରେ ୨୨୦୦ କୋଟି ଟଙ୍କା କ୍ଷତି ହୋଇଛି । ସେସୁ ସମେତ ବିତରକ କମ୍ପାନୀ ଓ ଫ୍ରାଂଚାଇଜ ମାନଙ୍କ ଉପରେ ୩ ହଜାର କୋଟି ଟଙ୍କ ଅଛି । ବିଭିନ୍ନ କମ୍ପାନୀ ଉପରେ ପାଖାପାଖି ୧୮୦୦ କୋଟି ଟଙ୍କା ଦେୟ ବାକି ରହିଛି । ଏ ସମସ୍ତ ଆଦାୟ ନ ହୋଇ ଗରୀବ, ମଧ୍ୟବିତ ପରିବାର ଉପରେ ମାଡ଼ ପଡ଼ୁଛି।

Mo sapath

Leave A Reply

Your email address will not be published.