Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

‘ସର୍ବସାଧାରଣ’ଖବରକାଗଜ ବାର୍ଷିକ ଉତ୍ସବ….

*ଖବରକାଗଜର ପ୍ରଥମ ପୃଷ୍ଠାରେ ସକରାତ୍ମକ ସମ୍ବାଦ ପ୍ରକାଶ ପାଉ ଯେପରି ଖବରରେ ସାରା ବିଶ୍ୱ ଝଙ୍କୃତ ହେବ ।

0

ଭୁବନେଶ୍ୱର,ନିରପେକ୍ଷ ଖବର:୨୮/୧୧/୨୦୧୯ ଆଜି ‘ସର୍ବସାଧାରଣ’ଖବରକାଗଜର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ର. ଗଣେଶୀଲାଲ ଏପରି ବକ୍ତବ୍ୟ ପ୍ରଦାନ କରିଛନ୍ତି । ‘ସର୍ବସାଧାରଣ’ କାର୍ଯର୍୍ୟାଳୟ ପରିସରରେ ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟପାଳ କହିଛନ୍ତି, ବର୍ତ୍ତମାନ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଖବର ସହିତ ହତ୍ୟା ଓ ଅପରାଧ ଭଳି ଖବର ମୁଖ୍ୟ ଖବର ଭାବେ ସ୍ଥାନ ପାଉଛି । ମାତ୍ର ପ୍ରଥମ ପୃଷ୍ଠାରେ ଦେଶ ପାଇଁ ଜୀବନ ଦେଉଥିବା ସୈନିକର ଖବର ପ୍ରକାଶ ପାଇବା ଆବଶ୍ୟକ । ଅମୃତର ସନ୍ଧାନରେ ପାଗଳ ହୋଇ ତାହାକୁ ଅନ୍ୱେଷଣ କରୁଥିବା ମଣିଷର ଖବର ପ୍ରକାଶ ପାଇବା ଆବଶ୍ୟକ । ସର୍ବୋପରି ଖବରକାଗଜର ପ୍ରଥମ ପୃଷ୍ଠାରେ ସର୍ବସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ ଖବର ପ୍ରକାଶ ପାଇବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି । ‘ସର୍ବସାଧାରଣ’ର ନାମକରଣରୁ ନେଇ ମୋର ମନେ ହୁଏ ଯେ, ଦୀପ ଯେପରି ନିଜର ଆଲୋକ ଦ୍ୱାରା ଅନ୍ଧାରକୁ ଦୂରୀଭୂତ କରିଥାଏ, ସେପରି ସର୍ବସାଧାରଣ ସମାଜର ଅନ୍ଧାକାରକୁ ଦୂର କରିବ । ସମ୍ବାଦପତ୍ରର ବାର୍ତ୍ତା ସାରା ବ୍ରହ୍ମାଣ୍ଡରେ ପ୍ରସାରିତ ହୁଏ । ସେପରି ‘ସର୍ବସାଧାରଣ’ ନିଜର ପୃଷ୍ଠାରେ ଏ ମାଟିର ପ୍ରତିଟି ଧୂଳିକଣାକୁ ଧରି ରଖୁ ବୋଲି ରାଜ୍ୟପାଳ କହିଥିଲେ । ସେ କହିଥିଲେ, ପ୍ରଭୁ ଜଗନ୍ନାଥଙ୍କ ସମ୍ବିଧାନରୁ କୌଣସି କଥା ଅଲଗା ହୋଇନଥାଏ । ଉକ୍ରଳ ଭୂମି କ୍ଷମାମୟ. ବାତ୍ସଲ୍ୟମୟୀ । ଡବ୍ଲ୍ୟୁ, ଡବ୍ଲ୍ୟୁ ହଣ୍ଟର୍ ଏହା କହିଛନ୍ତି । ଓଡ଼ିଶାରେ ଭାଗବତ ଟୁଙ୍ଗୀ ରହିଛି । କବି ଜୟଦେବଙ୍କ ଶ୍ଲୋକ ଆଧାରରେ ଉକ୍ରଳ ପ୍ରଦେଶର ମହାନତା ବର୍ଣ୍ଣନା କରି ରାଜ୍ୟପାଳ ପ୍ର. ଗଣେଶୀଲାଲ୍ ରାଜ୍ୟର ବିକାଶରେ ‘ସର୍ବସାଧାରଣ’ ଖବରକାଗଜ ଭୂମିକା ରହୁ ବୋଲି କାମନା କରିଥିଲେ ।ସମ୍ମାନିତ ଅତିଥି ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମ ହେଉଛି ଚତୁର୍ଥସ୍ତମ୍ବ । ଏଥିରେ କୌଣସି ଲକ୍ଷ୍ମଣରେଖା ନାହିଁ । ଲକ୍ଷ୍ମଣରେଖା ନଥିଲେ ମଧ୍ୟ ଏହା ସବୁଠାରୁ କଠିନ କାର୍ଯ୍ୟ । ସାମାଜିକ ଅଙ୍ଗୀକାରବଦ୍ଧତା ନେଇ ସାମ୍ବାଦିକ କାର୍ଯ୍ୟ କରିବା ଆବଶ୍ୟକ । ୨୦୧୧ରୁ ୨୦୧୯ ମଧ୍ୟରେ ପ୍ରକାଶ ପାଇଁ ପାଠକୀୟ ଆଦୃତି ଲାଭ କରିଥିବା ‘ସର୍ବସାଧାରଣ’ ସମ୍ବାଦପତ୍ର ସାଧାରଣ ଲୋକର ଦୁଃଖ ଓ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି । ସରକାର ଓ ସାଧାରଣ ଜନତାଙ୍କ ମଧ୍ୟରେ ସମନ୍ୱୟ ରଖି ଭବିଷ୍ୟତରେ ଏହା ଆହୁରି ସଫଳତା ଅର୍ଜନ କରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ଆଶା ପ୍ରକାଶ କରିଥିଲେ । ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ କହିଥିଲେ, ଗଣମାଧ୍ୟମର ସ୍ୱାଧୀନତା ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ ହେଉନାହିଁ । ଚତୁର୍ଥ ସ୍ତମ୍ବ ବୋଲି ସ୍ପଷ୍ଟ ଭାବେ କିଛି ଉଲ୍ଲେଖ ନାହିଁ । ପାଠକୀୟ ଶ୍ରଦ୍ଧା ଓ ବିଶ୍ୱସନୀୟତାକୁ ଆଧାର କରି ଖବରକାଗଜଟିଏ ଆଗକୁ ବଢ଼ିଥାଏ । ୨୦୧୯ର ଏକ ସମୀକ୍ଷା ରିପୋର୍ଟ ଅନୁଯାୟୀ, ଗଣମାଧ୍ୟମ ସ୍ୱାଧୀନତା ସୂଚକାଙ୍କରେ ୧୮୦ଟି ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ୧୪୦ରେ ରହିଛି । ଗଣମାଧ୍ୟମର ସହାୟକ ଭୂମିକାରେ ଏବେ ସାମାଜିକ ଗଣମାଧ୍ୟମ ଉଭା ହୋଇଛି । ରାଜଧାନୀରେ ବସି ଆମେ ଯେଉଁ ସମ୍ବାଦ ଲେଖୁଛୁ, ତାହା ଶେଷ ଓ ମୂଳ ସମ୍ବାଦ ନୁହେଁ । ସମାଜର ତଳ ସ୍ତରରୁ ଯେଉଁ ସମ୍ବାଦ ଆସିଥାଏ, ସେଥିରୁ ମୁଖ୍ୟ ସମ୍ବାଦ ସୃଷ୍ଟି ହୋଇଥାଏ । ତେବେ ଗଣମାଧ୍ୟମ କେବେ ପରାସ୍ତ ହୁଏନାହିଁ ଓ ସତ୍ୟର ସନ୍ଧାନରେ ରହିଥାଏ ବୋଲି ‘ସମାଜ’ର ସମ୍ପାଦକ ଶ୍ରୀ ତ୍ରିପାଠୀ କହିଥିଲେ । ‘ସର୍ବସାଧାରଣ’ର ସମ୍ପାଦକ ଡ. ହରପ୍ରସାଦ ପରିଛା ପଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ, ସମ୍ପାଦକର ସ୍ୱପ୍ନ କେବେ ହେଲେ ସାର୍ଥକ ହୁଏ ନାହିଁ । ସତ୍ୟକୁ ନେଇ ସେ ସ୍ଥିତାବସ୍ଥା ପରଖୁଥାଏ । ଆଜି ଯାହା ସତ୍ୟ, କାଲି ତାହା ଭ୍ରମରେ ପରିଣତ ହୋଇଥାଏ । ଆଜିର ଯୁବସମାଜ ଦ୍ୱିଧାଗ୍ରସ୍ତ । ସେ ଯୁବସମାଜ ଉପରେ ସମାଜର ଭରସା ରହିଛି । ସେ ଅନବରତ ସଂଗ୍ରାମ ଜାରି ରଖିଥାଏ ବୋଲି ସମ୍ପାଦକ ଡ. ପଟନାୟକ କହିଥିଲେ ।‘ସର୍ବସାଧାରଣ’ର ପରିଚାଳନା ନିର୍ଦ୍ଦେଶକ ସତ୍ୟପ୍ରିୟ ଜୟସିଂହ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ବାର୍ତ୍ତା ସମ୍ପାଦକ କମଳାକାନ୍ତ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ‘ସର୍ବସାଧାରଣ’ର ଶ୍ରେଷ୍ଠ ସାମ୍ବାଦିକ ଓ ସଫଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Mo sapath

Leave A Reply

Your email address will not be published.