Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋଭ

ରାହୁଲ ଗାନ୍ଧୀଙ୍କୁ ଉତରପ୍ରଦେଶ ପୋଲିସ୍‌ର ବର୍ବୋରୋଚିତ ଆକ୍ରମଣ ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋଭ

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୨.୧୦ – ରାହୁଲ ଗାନ୍ଧୀଙ୍କୁ ଉତରପ୍ରଦେଶ ପୋଲିସ୍‌ର ବର୍ବର ଆକ୍ରମଣ ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରାକ୍ତନ ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ନେତୃତ୍ୱରେ ଆଜି ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶ୍ରୀ ଚୌଧୁରୀଙ୍କ ସହ ଶତାଧିକ ଜିଲ୍ଲା କଂଗ୍ରେସର ନେତୃବୃନ୍ଦ କଂଗ୍ରେସ ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଂଟିନ ଛକରେ ରାସ୍ତା ଅବରୋଧ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତଳିକା ଦାହ କରିଥିଲେ । ଏହି ପ୍ରସଙ୍ଗରେ ଶ୍ରୀ ଚୌଧୁରୀ କହିଥିଲେ ଯେ ହାଥରସ୍ ଗଣଦୁଷ୍କର୍ମର ଅପରାଧିଙ୍କୁ ପୋଲିସ୍ ଏପର୍ଯ୍ୟନ୍ତ ଗିରଫ କରିପାରିନଥିବା ବେଳେ ମୃତ ପୀଡ଼ିତାର ପରିବାରବର୍ଗଙ୍କୁ ସମବେଦନା ଜଣାଇବା ପାଇଁ ଯାଉଥିବା ବେଳେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଉତରପ୍ରଦେଶ ପୋଲିସ୍ ଦ୍ୱାରା ବର୍ବୋରୋଚିତ ଆକ୍ରମଣ କରାଯାଇଛି । ଏହା ଗଣତନ୍ତ୍ର ଉପରେ ଆକ୍ରମଣ । ଉଭୟ ମୋଦି ଓ ଯୋଗୀ ଉତରପ୍ରଦେଶରେ ନାଜିବାଦ ଶାସନ ଚଳାଇଛନ୍ତି ବୋଲି ଶ୍ରୀ ଚୌଧୁରୀ ଅଭିଯୋଗ କରିଥିଲେ । ପ୍ରଧାନମନ୍ତ୍ରୀ ଏବଂ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲିସ୍ ଏପରି ଅମାନୁଷିକ କାର୍ଯ୍ୟ କରିଛି । ଦେଶରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଏପଟେ ମୃତ ପୀଡ଼ିତାର ପରିବାରକୁ ପୋଲିସ୍ ନିର୍ଯ୍ୟାତନା ଦେଉଛନ୍ତି ଏବଂ ଦେଶବ୍ୟାପି ଆନ୍ଦୋଳନ ପରେ ଏସ୍‌ଆଇଟି ତଦନ୍ତ କରାଯାଉଛି । ମୋଦୀ- ଯୋଗୀଙ୍କ ହାତବାରିସ୍ ସାଜି ପୋଲିସ୍ ଏବେ ଫୋରେନସିକ ରିପୋର୍ଟକୁ ମଧ୍ୟ ବଦଳାଇ ସାରିଲାଣି । କଂଗ୍ରେସ ଗଣତନ୍ତ୍ରର କଣ୍ଠରୋଧ ଏବଂ ଦଳିତ ମହିଳାଙ୍କୁ କ୍ରମବ୍ରର୍ଦ୍ଧିଷ୍ଣୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଦୁର୍ବାର ଆନ୍ଦୋଳନ କରିବ । ଏହି ଘଟଣାରେ ସାଧାରଣ ଜନତା ବିଜେପି ସରକାରକୁ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୋହନ ଜେନା, ସୁବ୍ରତ ମହାପାତ୍ର, ଅଶୋକ ଦାସ, ରସିକ ପଟ୍ଟନାୟକ, ଜୟକୃଷ୍ଣ ସୁବୁଦ୍ଧି, ରାଜୀବ ପଟ୍ଟନାୟକ, ଅକ୍ଷୟ ଦାସ, ପ୍ରଶନ୍ନ ନାୟକ, ରମାକାନ୍ତ ସାହୁ, ୟାସିର ନୱାଜ, ଶ୍ରେୟା ପଣ୍ଡା, କୁସୁମ ପ୍ରଧାନ, ସଂଜୀବ ପୁଜାପଣ୍ଡା, ଦେବରାଜ ମିଶ୍ର, ମନୋଜ ସାହୁ, ନାରଣ ଜେନା, ଆଦିତ୍ୟ ଦାସ, ସଂକୁନା କହଁର, ଲୁଲୁ ଏହମ୍ମଦ, ଶିବନ ମୁସରଫ, ସୌମେନ୍ଦ୍ର ମହାନ୍ତି, ମାନସ ସେଠୀ, ସଂଜୟ ନାୟକ ପ୍ରମୁଖ ଯୋଗଦାନ କରିଥିଲେ ।

Mo sapath

Leave A Reply

Your email address will not be published.