Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଜାତୀୟ ରାଜପଥ ମଝି ରାସ୍ତାରେ ଲାଗିଥିବା ଡିଭାଇଡର ରେଲିଂ ପାଲଟିଛି ମରଣଯନ୍ତା

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୩୧/୦୭ ପଳାଶୁଣି ହାଟ ସମ୍ମୁଖସ୍ଥ ଜାତୀୟ ରାଜପଥ ରେ ମଝିରାସ୍ତାରେ ଲାଗିଥିବା ଲୁହା ବାଡ଼ ବର୍ତ୍ତମାନ ସ୍ଥାନୀୟ ଜନସାଧାରଣ ଙ୍କ ପାଇଁ ମରଣ ଯନ୍ତା ପାଲଟିଛି। କିଛିଦିନ ତଳେ ୨୬ ଜୁନ ରେ ଜଣେ ଲୋକ ସେଇବାଟ ଦେଇ ରାସ୍ତା ପାର ହେଉଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିଲା। ସେତେବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଥିଲା, କିନ୍ତୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଖାମଖିଆଲି ଭାବେ ମରାମତି କରି ଚାଲିଯାଇଥିଲେ।
ସ୍ଥାନୀୟ ଲୋକ ଏହି ମରାମତି କାର୍ଯ୍ୟ କୁ ବିରୋଧ କରି ଏହାର ସ୍ଥାୟୀ ସମାଧାନ କରିବାକୁ ଉପସ୍ଥିତ କର୍ମଚାରୀ ଙ୍କୁ ଦାବି କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରିନଥିଲେ। ଫଳ ସ୍ୱରୂପ ଗତ କାଲି ରାତିରେ ମଧ୍ୟ ଜଣେ ପଥଚାରୀ ସେଇ ସମାନ ଜାଗାରେ ବିଦ୍ୟୁତ ଆଘାତ ପାଇ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲ ଯାଇଛନ୍ତି। ସ୍ଥାନୀୟ ଜନସାଧାରଣ ଙ୍କ ସୂତ୍ରରୁ ପ୍ରକାଶ କିଛିଦିନ ତଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନୂଆ ଲୁହା ରେଲିଂ ଲଗାଇଥିଲେ, ଉକ୍ତ କାମ ନେଇଥିବା ଠିକାଦାର ଙ୍କ କର୍ମଚାରୀ ଙ୍କ ଦ୍ଵାରା କେଉଁଏକ ଜାଗାରେ ମେଡିଆନ ତଳେ ଯାଇଥିବା ବିଦ୍ୟୁତ କେବୁଲସହ ଏହି ଲୁହା ରେଲିଂ ସଂଯୋଗ ହୋଇଛି ଯାହା କାରଣରୁ ସନ୍ଧ୍ୟାରେ ଷ୍ଟ୍ରିଟ ଲାଇଟ ଜଳିବା ମାତ୍ରେ ଲୁହା ରେଲିଂ ଗୁଡିକ ରେ ବିଦ୍ୟୁତ ଚାର୍ଜ ହୋଇଯାଉଛି ଓ ଏ ବିଷୟରେ ଅବଗତ ନଥିବା ପଥଚାରୀ ମୃତ୍ୟୁ ମୁଖରେ ପଡୁଛି। ଗତ କାଲି ରାତିର ଘଟଣା ମଧ୍ୟ ସ୍ଥାନୀୟ ସାମାଜିକ କର୍ମୀ ଙ୍କ ଦ୍ଵାରା ଟ୍ୱିଟ ମାଧ୍ୟମରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କୁ ଜଣାଯାଇ ଥିଲା ଏବଂ ଆଜି ସକାଳୁ କିଛି ବିଦ୍ୟୁତ କର୍ମଚାରୀ ଆସି ଉପର ଠାଉରିଆ ଭାବେ ସେଇଯାଗାରେ ସାଧାରଣ ମରାମତି କରି ଫେରିଯାଇଥିଲେ ଏ ନେଇ ସ୍ଥାନୀୟ ସ୍ୱେଚ୍ଛାସେବୀ ସୁଶୀଲକାନ୍ତ ପ୍ରଧାନ, ନାରାୟଣ ପୃଷ୍ଟି ଓ ସର୍ବେଶ୍ୱର ସାହୁ ପ୍ରମୁଖ ସେମାନଙ୍କୁ ବିରୋଧ କରିଥିଲେ ଏବଂ ଏହାର ସ୍ଥାୟୀ ମରାମତି କରିବାପାଇଁ ଅନୁରୋଧ ମଧ୍ୟ କରିଥିଲେ,କିନ୍ତୁ ସେମାନେ ଏହାକୁ କର୍ଣ୍ଣପାତ କରି ନଥିଲେ। ଏହି ଘଟଣାକ୍ରମ କୁ ଆଜି ସ୍ଥାନୀୟ ଅଞ୍ଚଳର ଯୁବ ସମାଜସେବୀ ସଦାଶିବ ଜେନା ପୁନର୍ବାର ଟ୍ୱିଟ ମାଧ୍ୟମରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, କମିଶନରେଟ ପୋଲିସ ଏବଂ ବି ଏମ୍ ସି କୁ ଜଣାଇଛନ୍ତି ଏବଂ କହିଛନ୍ତି ପ୍ରତ୍ୟେକ ସାଧାରଣ ନାଗରିକ ର ଜୀବନ ଆମ ପାଇଁ ମୂଲ୍ୟବାନ, ଯଦି ତୁରନ୍ତ ଏହାର ସମାଧାନ ନ କରାଯାଏ ତେବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ କରି ଘଟଣାର ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ।

Mo sapath

Leave A Reply

Your email address will not be published.