ଭଦ୍ରକ:(ନିରପେକ୍ଷ ଖବର) ୨୬/୭/୧୯ : ବୃକ୍ଷ ହିଁ ଜୀବନ। ଗଛ ଲଗାନ୍ତୁ, ସମ୍ମାନୀତ ହୁଅନ୍ତୁ। ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ତିହିଡି ଯୁବ ମଞ୍ଚ ପକ୍ଷରୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ପରିବେଶକୁ ସବୁଜ ସୁନ୍ଦର ଭାବେ ଗଢିତୋଳିବାର ସ୍ୱପ୍ନ ନେଇ ଏକ ସ୍ୱତନ୍ତ୍ର କ୍ୟାମ୍ପେନ ଆରମ୍ଭ ହୋଇଛି। ଜଣେ ଦାୟିତ୍ୱସମ୍ପନ୍ନ ମଣିଷ ଭାବେ ସମସ୍ତେ ଗୋଟିଏ ଗୋଟିଏ ଗଛ ନିଜ ଅଂଚଳରେ ଲଗାଇବାକୁ ଅନୁଷ୍ଠାନ ପକ୍ଷରୁ ଅନୁରାଧ କରାଯାଇଛି। ଯୁବ ସମାଜ ମଧ୍ୟରେ ଜାଗରଣ ସୃଷ୍ଟି କରିବା ପାଇଁ ସେମାନଙ୍କୁ ପୁରସ୍କୃତ ମଧ୍ୟ କରିଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି। ସେଥିପାଇଁ ସଙ୍ଗଠନ ସମସ୍ତଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରୁଛି। ପରିବେଶକୁ ସବୁଜିମାରେ ଭରିଦେବା ପାଇଁ ତିହିଡି ଯୁବ ମଞ୍ଚର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ଏହାକୁ ବୈପ୍ଳବିକ ଆନ୍ଦୋଳନ ବୋଲି ଆଖ୍ୟା ଦିଆଯାଉଛି।
ସମସ୍ତଙ୍କୁ ପରିବେଶ ପ୍ରତି ଯତ୍ନଶୀଳ କରାଇ ଏକ ସୁସ୍ଥ ପରିବେଶ ଗଠନ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି। ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାଗଣାରେ ଚାରା ଯୋଗାଇ ଦିଆଯିବ।
*ସର୍ତ୍ତାବଳୀ* :
ଏହି କାର୍ଯ୍ୟକ୍ରମରେ ସମସ୍ତ ସଂଗଠନ, ବ୍ୟକ୍ତିବିଶେଷ ଭାଗ ନେଇ ପାରିବେ ।
କୌଣସି ନିର୍ଦ୍ଦିଷ୍ଟ ବୟସସୀମା ନାହିଁ ।ଆସନ୍ତା 30 ତାରିଖ ମଧ୍ୟରେ ଆବେଦନ କରିବାର ଶେଷ ତାରଖ ରଖାଯାଇଛି।
*କେମିତି ଓ କେଉଁମାନେ ଆବେଦନ କରିପାରିବେ?*
୧-ଅଂଶଗ୍ରହଣ କରିଥିବା ବ୍ୟକ୍ତି, ସଂଗଠନ ତାଙ୍କର ନାମ, ଠିକଣା ଓ ମୋବାଇଲ ନମ୍ବର ସହ ଏକାଧୂକ ବୃକ୍ଷରୋପଣ କରି ତା’ର ଫଟୋ ଆମ ୱାଟ୍ସଆପ୍ ନମ୍ବରକୁ ପ୍ରଦାନ କରିବେ
*ମୋବାଇଲ ନମ୍ବର-୭୦୦୮୪୮୯୫୧୩*
୨-ବୃକ୍ଷରୋପଣ କରି ତା’ର ସୁରକ୍ଷା ପାଇଁ ବୃକ୍ଷର ଚତୁପାର୍ଶ୍ୱରେ ସୁରକ୍ଷାଘରା ପ୍ରସ୍ତୁତ କରିବା ନିହାତି ଆବଶ୍ୟକ ।
୩- ଏକମାସ ପରେ ଏକ ବିଶେଷ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବ୍ୟକ୍ତି ଓ ସଂଗଠନକୁ ତିହିଡ଼ି ଯୁବମଞ୍ଚ ପକ୍ଷରୁ ପୁରସ୍କୃତ କରାଯିବ ।
୪- ପୁରସ୍କୃତ କରାଯିବା ପୂର୍ବରୁ ବୃକ୍ଷଗୁଡ଼ିକର ଅବସ୍ଥା ଓ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ ପାଇଁ ଲଗାଯାଇଥିବା ବୃକ୍ଷ ଗୁଡ଼ିକର ଫଟୋ ପୁନଃ ପ୍ରଦାନ କରିବା ଆବଶ୍ୟକ ।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Prev Post