Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

କୃଷି ଆପଦକାଳୀନ ପ୍ରସ୍ତୁତ ବୈଠକ ‘ଖରିଫ୍‌-୨୦୧୯’

ରାଜ୍ୟର ୧୦ଟି କୃଷି ପାଣିପାଗ ଅଞ୍ଚଳ ପାଇଁ ଆପଦକାଳୀନ ଯୋଜନା ପ୍ରସ୍ତୁତ କରାଯାଇଛି: ମନ୍ତ୍ରୀ ଡ. ସାହୁ

0

ଭୁବନେଶ୍ୱର, ନିରପେକ୍ଷ ଖବର: ୧୦ ଜୁଲାଇ, ୨୦୧୯ ବନ୍ୟା, ବାତ୍ୟା, ମରୁଡ଼ି, ବିଳମ୍ବ ମୌସୁମୀ ବର୍ଷା ଆଦି ଆପଦକାଳୀନ ପରିସ୍ଥିତିର ସଫଳ ମୁକାବିଲା କରିବା ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରସ୍ତୁତ ରହିଛି । କୃଷି ନିର୍ଦ୍ଦେଶାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ଶୁଷ୍କାଞ୍ଚଳ ଗବେଷଣା ପ୍ରତିଷ୍ଠାନ, ହାଇଦ୍ରାବାଦ ସହଯୋଗରେ ରାଜ୍ୟର
୧୦ଟି କୃଷି ପାଣିପାଗ ଅଞ୍ଚଳ ପାଇଁ ଆପଦକାଳୀନ ଯୋଜନା ପ୍ରସ୍ତୁତ କରାଯାଇଛି, ଯାହାଫଳରେ ପ୍ରାକୃତିକ ବିପର୍ଯ୍ୟୟ ଦାଉରୁ ଫସଲକୁ ରକ୍ଷା କରାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନରେ କେନ୍ଦ୍ରୀୟ ଶୁଷ୍କାଞ୍ଚଳ
ଗବେଷଣା ପ୍ରତିଷ୍ଠାନ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶାଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ କୃଷି ଆପଦକାଳୀନ ପ୍ରସ୍ତୁତ ବୈଠକ ‘ଖରିଫ୍‌-୨୦୧୯’ରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ବିଗତ ବର୍ଷ ରାଜ୍ୟରେ ମରୁଡ଼ି ଭୟଙ୍କର ବାତ୍ୟା ତିତଲି, ଅସମୟ ବର୍ଷା ଏବଂ ରୋଗପୋକ ଯୋଗୁଁ ୬ ଲକ୍ଷ ୩୯
ହଜାର ହେକଫର ଫସଲ ହାନି ହୋଇଛି । ରାଜ୍ୟର ଦୁଇ-ତୃତୀୟାଂଶ ଜମି ବୃଷ୍ଟିପୁଷ୍ଟ, ତେଣୁ ପାଣିପାଗ କୃଷି ଅଭିବୃଦ୍ଧିରେ ଯଥେଷ୍ଟ ଭୂମିକା ଗ୍ରହଣ କରିଥାଏ । ଏହି ପରିପ୍ରେକ୍ଷୀରେ କୃଷି ବିଭାଗ ପକ୍ଷରୁ କୃଷି ସାମଗ୍ରୀ ମହଜୁଦ୍‌ ରଖାଯାଉଛି । ରାଜ୍ୟରେ ସିଡ୍‌ ରିଜର୍ଭ ପଲିସି କାର୍ଯ୍ୟକାରୀ ହେଉଛି । ଏଥିରେ ରାଜ୍ୟ ବିହନ ନିଗମ ୨୦ ହଜାର କ୍ୱିଣ୍ଟାଲ ଛୋଟ ଓ ମଧ୍ୟମ କିସମ୍‌ ଧାନ ବିହନ ସହିତ ଦରକାର ଥିବା ଅଣଧାନ ବିହନର ୫ ଭାଗ ଯଥା ମୁଗ, ବିରି, ସୋରିଷ, ରାଶି ମହଜୁଦ୍‌ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥି ସହିତ ରୋଗପୋକ ପରିଚାଳନା ଯୋଜନା ଇ-ପେଷ୍ଟ ସର୍ଭେଲାନ୍ସ କାର୍ଯ୍ୟକ୍ରମ ଚାଲୁ ରହିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଧାନ, ହରଡ଼, ମକା, ଚିନାବାଦମ, କପା, ମାଣ୍ଡିଆ, ଅଦା, ହଳଦୀକୁ ବୀମାଭୁକ୍ତ କରାଯାଇଛି । ସଂପ୍ରତି ଭୟଙ୍କର ବାତ୍ୟା ଫଳରେ କ୍ଷତିଗ୍ରସ୍ତ ହୋଇଥିବା ୧୪ଟି ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ କରାଯାଇ କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଜଳସେଚିତ ଜମି ପାଇଁ ହେକଫର ପ୍ରତି ୧୩,୫୦୦ ଓ ଅଣଜଳସେଚିତ ଜମି ପାଇଁ ୬,୮୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ସେହିପରି ୨୦ ହଜାର ହେକଫର ଜମିରେ ବିଜିଆର୍‌ଇଆଇ କ୍ଷେତ୍ର ପ୍ରଦର୍ଶନ ଓ ୫ ହଜାର ହେକଫର ଜମିରେ ଆଖୁ କ୍ଷେତ୍ର ପ୍ରଦର୍ଶନ କରାଯିବା ପାଇଁ ସ୍ଥିରୀକୃତ ହୋଇଛି । ସେହିପରି କ୍ଷତିଗ୍ରସ୍ତ ଅଞ୍ଚଳରେ ୫ ହଜାର ପାଣିପମ୍ପ ସେଟ୍‌ ଓ ୧୦ ହଜାର ସ୍ପ୍ରେୟର ୫୦ ଭାଗ ରିହାତିରେ ଯୋଗାଇଦେବା ପାଇଁ ସ୍ଥିର କରାଯାଇଛି ଏବଂ ଉଦ୍ୟାନ କୃଷିରେ
ନଡ଼ିଆ, ପାନ, ଫଳଗଛ, ଛତୁଚାଷ ଇତ୍ୟାଦିର ପୁନରୁଦ୍ଧାର ନିମିତ୍ତ ସ୍ୱତନ୍ତ୍ର ସହାୟତା ଦିଆଯାଉଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ ସୌରଭ ଗର୍ଗ ଏବଂ କେନ୍ଦ୍ରୀୟ ଶୁଷ୍କାଞ୍ଚଳ ଗବେଷଣା ଅନୁଷ୍ଠାନ, ହାଇଦ୍ରାବାଦର ନିର୍ଦ୍ଦେଶକ ଡ. ଜି. ରବୀନ୍ଦ୍ର ଚାରୀ ପ୍ରମୁଖ ଓଡ଼ିଶାରେ ଆଗାମୀ ମୌସୁମୀ ବର୍ଷା, ବିଭିନ୍ନ କୃଷି ସାମଗ୍ରୀର ଆୟୋଜନ, ମଧ୍ୟବର୍ତ୍ତୀ ଆପଦକାଳୀନ ଯୋଜନା ପାଇଁ ପ୍ରସ୍ତୁତି ଓ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ବିଷୟରେ ବିଶଦ ଆଲୋଚନା
କରିଥିଲେ । ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଆପଦକାଳୀନ ପ୍ରସ୍ତୁତି ବୈଠକର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ

Mo sapath

Leave A Reply

Your email address will not be published.