Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଭୁବନେଶ୍ୱରରେ ଖୋଲିଲା “ଇଣ୍ଡଲଜ୍‌” ବ୍ରାଇଡ଼ାଲ୍ ମଲ୍‌

ଗୋଟିଏ ଛାତ ତଳେ ଉପଲବ୍ଧ ହେବ ବିବାହ ଉପଯୋଗୀ ସମସ୍ତ ସେବା...

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୧/୧୧ ଭୁବନେଶ୍ୱର ରୂପାଲି ସ୍କୋୟାରଠାରେ ଭାରତର ପ୍ରଥମ ଇଣ୍ଡଲଜ୍ ବ୍ରାଇଡ଼ାଲ୍ ମଲ୍ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ବଲିଉଡ଼୍ ଅଭିନେତା ଅଫ୍‌ତାବ ସିବଦଶାନୀ ଉଦ୍‌ଘାଟନ କରିଥିଲେ । ଭାରତର ଏହା ହେଉଛି ପ୍ରଥମ ପ୍ରମୁଖ ଷ୍ଟୋର୍ ଯେଉଁଠାରେ ଉଭୟ ବର, କନ୍ୟା ଏବଂ ସେମାନଙ୍କର ପରିବାର ନିମନ୍ତେ ଏକ ସଂପୂର୍ଣ୍ଣ ବିବାହ ସମାଧାନ ସେବା ପ୍ରଦାନ କରାଯାଇ ପାରିବ ବୋଲି ବ୍ରାଇଡ଼ାଲ୍ ମଲ୍‌ର ପ୍ରତିଷ୍ଠାତା ସୁକୀର୍ତ୍ତି ପଟ୍ଟନାୟକ ମତ ପ୍ରକାଶ କରିଥିଲେ । କନ୍ୟା ଏବଂ ତାଙ୍କ ପରିବାର ନିମନ୍ତେ ବିବାହ ଏକ ଚାପଗ୍ରସ୍ତ ବିଷୟ । ଗୋଟିଏ ଛାତ ତଳେ ବିବାହର ସମସ୍ତ ପ୍ରକାର ସେବା ସୁବିଧାରେ ପାଇବାକୁ ସମସ୍ତେ ଚାହାଁନ୍ତି । ସେମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ଷ୍ଟୋରଟି ଖୋଲାଯାଇଛି । ଷ୍ଟୋରରେ ବ୍ରାଇଡ଼ାଲ୍ ପୋଷାକ ଯେପରିକି ଲେହେଙ୍ଗା, ଶାଢୀ, ଅଳଙ୍କାର, ସୌନ୍ଦର୍ଯ୍ୟ ଉପକରଣ ମିଳିବା ସହ ଫଟୋଗ୍ରାଫି, ନିମନ୍ତ୍ରଣ କାର୍ଡ଼, କ୍ୟାଟେରିଙ୍ଗ୍‌, ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ, ମେହେନ୍ଦି, ସେଲୁନ୍‌, ଦନ୍ତ ଚିକିତ୍ସା, ନଖ ସୌନ୍ଦର୍ଯ୍ୟକରଣ, ବିବାହ ସ୍ଥଳୀ ଡ଼ିଜାଇନ୍ ଏବଂ ବିବାହ ଉପକରଣ ଇତ୍ୟାଦିର ପ୍ରମୁଖ ସେବା ଉପଲବ୍ଧ ହେବ । ଏଠାକୁ ଆସୁଥିବା ଗ୍ରାହକମାନେ ଉତ୍ତମ ସେବା ସହ ଆକର୍ଷଣୀୟ ଉତ୍ପାଦ ପାଇପାରିବେ । ଉଦ୍‌ଘାଟନ ପରେ ରନ୍‌ୱେ ସୋ, ବ୍ରାଇଡ଼ାଲ୍ ପୋଷାକ, ଅଳଙ୍କାର ଓ ସୌନ୍ଦର୍ଯ୍ୟ ଉପକରଣମାନ ପ୍ରଦର୍ଶନ କରାଯାଇଥିଲା । ଏହା ସହ ଇଟାଲୀର କଲର୍ ଉତ୍ପାଦ ଲଞ୍ଚ କରାଯାଇଥିଲା । ଏହି ଅବସରରେ ମାଇସନ୍ ଡ଼ି ଅରେନ୍‌ର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ଶ୍ରୀ ଅର୍ପିତ୍ ଜେନ୍ ଏହି ଷ୍ଟୋର୍‌ରେ “ପି.ଏଚ୍‌” ବ୍ରାଣ୍ଡ୍‌କୁ ଲଞ୍ଚ କରିଥିଲେ । ବିଗତ ଦିନମାନଙ୍କରେ ଯେପରି ଇଣ୍ଡଲଜ୍ ଗ୍ରାହକମାନଙ୍କୁ ସେବା ଯୋଗାଇ ଆସିଛି ଏବଂ ହୃଦୟର ନିକଟତର ହୋଇପାରିଛି ଆଗକୁ ସେହିପରି ସେବା ଅଧିକ ଉନ୍ନତ ହେବ ବୋଲି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ବଲିଉଡ଼୍ ଅଭିନେତା ଶ୍ରୀ ଅଫତାବ୍ ସିବଦଶାନୀ କହିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଓଲିଉଡ଼୍ ନାୟିକା ଶୀତଲ୍‌, ଦେବଯାନୀ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସଫଳ ମହିଳାମାନଙ୍କୁ ମୁଖ୍ୟ ଅତିଥି ସମ୍ମାନୀତ କରାଯାଇଥିଲା ।

Mo sapath

Leave A Reply

Your email address will not be published.