Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୭/୦୭ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ଥର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ଏଥିରେ ୧୦ଜଣଙ୍କୁ ପ୍ରମୋଶନ ମିଳିଥିବା ବେଳେ ୩୩ ନୂଆ ମୁହଁ ସାମିଲ ହୋଇଛନ୍ତି। ବିଶେଷ କରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଓଡିଶାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବାଦ ଦିଆଯାଇଥିବା ବେଳେ ଦୁଇ ନୂଆ ଚେହେରାକୁ ସାମିଲ କରିଛନ୍ତି ମୋଦି ସରକାର। ଅଶ୍ୱିନୀ ବୈଷ୍ଣବଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ବିଶ୍ବେଶ୍ବର ଟୁଡୁଙ୍କୁ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଦିଆଯାଇଛି।
ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଉପସ୍ଥିତିରେ ଆଜି ମୋଟ ୪୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ନୂତନ ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମନ୍ତ୍ରିମଣ୍ଡଳରେ ୧୫ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବ ବେଳେ ରାଷ୍ଟ୍ରମନ୍ତ୍ରୀ ଭାବେ ୨୮ ଜଣ  ଶପଥ ନେଇଛନ୍ତି। ୧୫ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ମନ୍ତ୍ରୀମାନେ ହେଲେ, ଅନୁରାଗ ସିଂ ଠାକୁର,  ଗଙ୍ଗାପୁରମ କିଶନ ରେଡ୍ଡୀ,  ପୁରୁଷୋତ୍ତମ ରୁପାଲା,  ଭୂପେନ୍ଦ୍ର ଯାଦବ, ମନସୁଖ ମାଣ୍ଡବୀୟ, ହରଦୀପ ସିଂ ପୁରୀ, ରାଜକୁମାର ସିଂ, କିରଣ ରିଜ୍ଜିଜୁ, ପଶୁପତି କୁମାର ପାରସ, ଅଶ୍ୱିନୀ ବୈଷ୍ଣବ, ରାମଚନ୍ଦ୍ର ପ୍ରସାଦ ସିଂ, ଜ୍ୟୋତିରାଦିତ୍ୟ ମାଧବ ରାଓ ସିନ୍ଧିଆ, ଡଃ ବୀରେନ୍ଦ୍ର କୁମାର, ସର୍ବାନନ୍ଦ ସୋନଓ୍ୱାଲ ଓ ନାରାୟଣ ରାଣେ।
ରାଷ୍ଟ୍ରମନ୍ତ୍ରୀ ଭାବେ ୨୮ ଜଣ  ଶପଥ ନେଇଥିବା ମନ୍ତ୍ରୀମାନେ ହେଲେ,   ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ମୀନାକ୍ଷୀ ଲେଖୀ, ଅଜୟ ଭଟ୍ଟ, ପଙ୍କଜ ଚୌଧୁରୀ,  ସତ୍ଯପାଲ୍ ସିଂ ବାଘେଲା , ରାଜୀବ ଚନ୍ଦ୍ରଶେଖର, ଶୁଶ୍ରୀ ଶୋଭା, ଭାନୁ ପ୍ରତାପ ସିଂ ବର୍ମା, ଦର୍ଶନା ବିକ୍ରମ ଜାରଦୋସ୍ ,ଅନ୍ନପୂର୍ଣ୍ଣା ଦେବୀ, ଏ.ନାରୟଣସ୍ବାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବି. ଏଲ ବର୍ମା, ଅଜୟ କୁମାର, ଚୌହାନ ଦେବୁସିଂହ, ଭଗୱନ୍ତ ଖୁବା, କପିଲ ମୋରେଶ୍ବର ପାଟିଲ, ପ୍ରତିମା ଭୌମିକ, ସୁବସ ସରକାର, ଭଗୱନ୍ତ କିଷାନ, ରାଜକୁମାର ରଞ୍ଜନ ସିଂହ, ଭାରତୀ ପରବୀନ ପାୱାର, ବିଶ୍ବେଶ୍ବର ଟୁଡୁ, ଶାନ୍ତୁନୁ ଠାକୁର, ଡ଼ ମୁଞ୍ଜାପରା ମହେନ୍ଦ୍ରଭାଇ , ଜନ ବାର୍ଲା, ଡ. ଏଲ ମୁର୍ଗାନ,  ନିଶିତ ପ୍ରାମାଣିକ । ଶପଥ ଗ୍ରହଣ ଉତ୍ସବରେ ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

Mo sapath

Leave A Reply

Your email address will not be published.