Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତ
Blank space

ରାମ ମନ୍ଦିର ନିର୍ମାଣକୁ ନେଇ ମୋଦି ସରକାରଙ୍କ ଐତିହାସିକ ଘୋଷଣା….

ରାମ ମନ୍ଦିର ନିର୍ମାଣ ଲାଗି “ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’’ ନାମରେ ଏକ ଟ୍ରଷ୍ଟ ଗଠନ ନେଇ ମୋଦି ସରକାରଙ୍କ ବଡ଼ ଘୋଷଣା ।

0

*ସମଗ୍ର ଓଡିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବିଜେପି।

ଭୁବନେଶ୍ୱର,ନିରପେକ୍ଷ ଖବର:୦୫/୦୨: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ରରେ ମୋଦି ସରକାର ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି “ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’’ ନାମରେ ଏକ ଟ୍ରଷ୍ଟ ଗଠନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଏହି ଘୋଷଣା କରି ଭାରତ ବର୍ଷର ଆସ୍ଥା ଏବଂ ଅତୁଟ ଶ୍ରଦ୍ଧାର ପ୍ରତୀକ ,ପ୍ରଭୃ ଶ୍ରୀରାମ ମନ୍ଦିର ପ୍ରତି ତାଙ୍କର ପ୍ରତିବଦ୍ଧତା ପ୍ରମାଣିତ କରିଛନ୍ତି । ମୋଦି ସରକାର ଏଭଳି ଏକ ଐତିହାସିକ ନିଷ୍ପତି ନେଇଥିବା ପାଇଁ ତାଙ୍କୁ କୋଟି କୋଟି ଅଭିନନ୍ଦନ । ଆଜିର ଏହି ଦିନଟି ସମଗ୍ର ଭାରତ ପାଇଁ ଅତ୍ୟନ୍ତ ଉତ୍ସାହ ଓ ଗୌରବର ଦିନ ।

Blank space
Advertising:

ଏହି ପରିପ୍ରେକ୍ଷୀରେ ସମଗ୍ର ଓଡିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ବହୁ ଦିନରୁ ଅପେକ୍ଷା କରିଥିବା କୋଟି କୋଟି ଲୋକଙ୍କ ସ୍ୱପ୍ନ ଖୁବ ଶୀଘ୍ର ପୂରଣ ହେବ ଏବଂ ସେମାନେ ରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିରର ଦର୍ଶନ କରିବେ । ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ ଏବଂ ବର୍ତମାନ ଓ ଭବିଷ୍ୟତରେ ରାମଲଲା ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ନଜରରେ ରଖି ମୋଦି ସରକାର ଅନ୍ୟ ଏକ ନିଷ୍ପତି ନେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୬୭.୦୭ ଏକର ଜମି ଟ୍ରଷ୍ଟକୁ ଟ୍ରାନ୍ସଫର କରାଯିବ, ଯେଉଁଥିରେ ଭିତର ଏବଂ ବାହାର ମନ୍ଦିର ପରିସର ଅନ୍ତର୍ଭୃକ୍ତ ରହିଛି । ରାମଲଲା ବିରାଜମାନ ହୋଇଥିବା ଜମି ବି ଟ୍ରଷ୍ଟକୁ ମିଳିବ । ଏହି ଟ୍ରଷ୍ଟ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ ଉପରେ ନିଷ୍ପତି ନେବ । ଆଗାମୀ ଦିନରେ ରାମ ମନ୍ଦିର ସମଗ୍ର ବିଶ୍ୱରେ ଏକ ପ୍ରମୁଖ ତୀର୍ଥକ୍ଷେତ୍ର ଭାବେ ପରିଗଣିତ ହେବ । ଏହି ଘୋଷଣା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ‘ସର୍ବେ ଭବନ୍ତୁ ସୁଖିନଃ’ ଓ ‘ବସୁଧୈବ କୁଟୁମ୍ବକମ’ର ବାର୍ତା ସମଗ୍ର ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ରଖିଛନ୍ତି । ଆମ ସଂସ୍କୃତି, ଆମ ପଂରପଂରା ବସୁଧୈବ କୁଟୁମ୍ବକମର ଦର୍ଶନ ଆମକୁ ଆଗଯିବା ପାଇଁ ପ୍ରେରଣା ଯୋଗାଏ । ଭାରତରେ ହିନ୍ଦୁ, ମୁସିଲିମ, ଶିଖ, ଖ୍ରୀଷ୍ଟିଆନ, ବୌଦ୍ଧ, ପାର୍ସୀ ଅବା ଯେ କୌଣସି ଧର୍ମର ବ୍ୟକ୍ତି ହେଉ ନା କାହିଁକି ଆମେ ସବୁ ଗୋଟିଏ ପରିବାରର ସଦସ୍ୟ । ଏହି ପରିବାରର ସମସ୍ତ ସଦସ୍ୟଙ୍କ ବିକାଶ ହେଉ, ସମସ୍ତ ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ଦେଶର ବିକାଶ ହେଉ ଏହି ଭାବନାକୁ ନେଇ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ସବକା ସାଥ- ସବକା ବିକାଶ ଓ ସବକା ବିଶ୍ୱାସ ମନ୍ତ୍ର ନେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.

kmaa26.com | 500: Internal server error

Internal server error Error code 500

Visit cloudflare.com for more information.
2025-11-18 12:45:16 UTC
You

Browser

Working
Paris

Cloudflare

Error
kmaa26.com

Host

Working

What happened?

There is an internal server error on Cloudflare's network.

What can I do?

Please try again in a few minutes.