Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

କର୍କଟ ପିଡ଼ିତଙ୍କ ନିମନ୍ତେ ପାଣ୍ଠି ସଂଗ୍ରହ ଓ ସଂସ୍କୃତିକ କାର୍ଯ୍ୟକ୍ରମ…

0

ଭୂବନେଶ୍ୱର,ନିରପେକ୍ଷ ଖବର:– ଭୂବନେଶ୍ୱର,ନିରପେକ୍ଷ ଖବର:– ରେଡ଼୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶଖା, ସମ୍ପଲି କେୟାର କ୍ଲିନିକ୍ ଓ ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ କର୍କଟ ପିଡ଼ିତଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ରେଡ଼୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶଖାର ସଭାପତି ଶ୍ରୀ ବିଜୟ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ଓ ଚେୟାରମ୍ୟାନ(ମୋ କଲେଜ) ଶ୍ରୀ ଆକାଶ ଦାସ ନାୟକ, ଅଭିନେତ୍ରୀ ଭୂମିକା ଦାସ, ହାସ୍ୟ କଳାକାର ସ୍ମୃତି ରଞ୍ଜନ (ନଟିଆ) ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀ ନାୟକ ଅନୁଷ୍ଠାନମାନଙ୍କର ଏହି ପ୍ରୟାସ ମାଧ୍ୟମରେ ବହୁ ପିଡ଼ିତ ଲାଭବାନ ହେବା ସହ ଅନୁଷ୍ଠାନର ଏହି ନିଆରା କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ ଏବଂ ଅନ୍ୟମାନେ ଏହିପରି ମହତ୍ ପ୍ରୟାସ ଆପଣେଇବା ପାଇଁ ଅହ୍ୱାନ ଦେଇଥିଲେ ।

Advertising:
Blank space

ରେଡ଼୍‌ସ୍ୱସ୍ତିକ୍ ସୋସାଇଟିର ଦୀର୍ଘ ୧୮ବର୍ଷ ଧରି କ୍ୟାନ୍‌ସର ପିଡ଼ିତ ଓ ଭିନ୍ନକ୍ଷମମାନଙ୍କ ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିଆସୁଛି ଓ ଆଗାମୀ ଦିନରେ ଏହି ପ୍ରୟାସ ଜାରି ରହିବ ବୋଲି ଅନୁଷ୍ଠାନର ସଭାପତି ଶ୍ରୀ ଆଚାର୍ଯ୍ୟ ମତ ପ୍ରକାଶ କରିଥିଲେ । ଅନ୍ୟ ଅତିଥି ଭାବରେ ପୋଲିସ୍ ଗୃହ ନିଗମର ନିର୍ଦ୍ଦେଶକ ଡ଼ଃ. ଲଳିତ୍ ଦାସ, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ସଂଙ୍ଗୀତା ଗୋସାଇଁ, ଗ୍ୟାଷ୍ଟୋଲୋଜିଷ୍ଟ ଡ଼ାଃ. ମନୋଜ୍ କୁମାର ସାହୁ, ବରିଷ୍ଠ ଅନକୋଲୋଜିିଷ୍ଟ୍ ଡ଼ାଃ. ଘନଶ୍ୟାମ ବିଶ୍ୱାସ, ଚାଟାର୍ଡ଼ ଆକାଉଟାଣ୍ଟ ଏସ୍‌.ସି.ଭଦ୍ରା, ମେଟ୍ରୋଗ୍ରୁପ୍‌ର ମ୍ୟାନେଜିଙ୍ଗ ପାର୍ଟନର ଇଂ ପିୟୁଷ ମହାନ୍ତି, କଣ୍ଠଶିଳ୍ପୀ ଅନିନ୍ଦିତା ଦାସ, ଆୟକର ବିଭାଗର ପୂର୍ବତନ ସଚିବ ଶ୍ରୀ ଶରତ ଦାସ, ସିମ୍ପଲି କେୟାର କ୍ଲିନିକର କାର୍ଯ୍ୟ ନିବାହୀ ଅଧିକାରୀ ଡା଼ଃ. ନିମାଇଁ ଚରଣ ପରିଜା, ସିମ୍ପଲି କେୟାର କ୍ଲିନିକ୍‌ର ଉପଦେଷ୍ଠା ଡ଼ାଃ. ସ୍ମରଜିତ୍ ପଟ୍ଟନାୟକ, ଲାୟନ ମିନତୀ ବେହେରା କ୍ୟାନ୍‌ସର ଫାଉଣ୍ଡେସନ୍‌ର ସମ୍ପାଦିକା ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ରେଡ଼୍ ସ୍ୱସ୍ତିକ୍ ସୋସାଇଟି କୋଷାଧ୍ୟକ୍ଷ ଓ ସମ୍ପାଦକ ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିଲେ । ଏହି ଅବସରରେ ସାଜ୍ ଓ ଆୱାଜ୍ ତରଫରୁ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍‌ଙ୍କର ଲୋକପ୍ରିୟ ସଙ୍ଗୀତମାନ ପରିବେଷଣ କରାଯାଇଥିଲା ।ରେଡ଼୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶଖା, ସମ୍ପଲି କେୟାର କ୍ଲିନିକ୍ ଓ ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ କର୍କଟ ପିଡ଼ିତଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ରେଡ଼୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶଖାର ସଭାପତି ଶ୍ରୀ ବିଜୟ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ଓ ଚେୟାରମ୍ୟାନ(ମୋ କଲେଜ) ଶ୍ରୀ ଆକାଶ ଦାସ ନାୟକ, ଅଭିନେତ୍ରୀ ଭୂମିକା ଦାସ, ହାସ୍ୟ କଳାକାର ସ୍ମୃତି ରଞ୍ଜନ (ନଟିଆ) ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀ ନାୟକ ଅନୁଷ୍ଠାନମାନଙ୍କର ଏହି ପ୍ରୟାସ ମାଧ୍ୟମରେ ବହୁ ପିଡ଼ିତ ଲାଭବାନ ହେବା ସହ ଅନୁଷ୍ଠାନର ଏହି ନିଆରା କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ ଏବଂ ଅନ୍ୟମାନେ ଏହିପରି ମହତ୍ ପ୍ରୟାସ ଆପଣେଇବା ପାଇଁ ଅହ୍ୱାନ ଦେଇଥିଲେ । ରେଡ଼୍‌ସ୍ୱସ୍ତିକ୍ ସୋସାଇଟିର ଦୀର୍ଘ ୧୮ବର୍ଷ ଧରି କ୍ୟାନ୍‌ସର ପିଡ଼ିତ ଓ ଭିନ୍ନକ୍ଷମମାନଙ୍କ ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିଆସୁଛି ଓ ଆଗାମୀ ଦିନରେ ଏହି ପ୍ରୟାସ ଜାରି ରହିବ ବୋଲି ଅନୁଷ୍ଠାନର ସଭାପତି ଶ୍ରୀ ଆଚାର୍ଯ୍ୟ ମତ ପ୍ରକାଶ କରିଥିଲେ । ଅନ୍ୟ ଅତିଥି ଭାବରେ ପୋଲିସ୍ ଗୃହ ନିଗମର ନିର୍ଦ୍ଦେଶକ ଡ଼ଃ. ଲଳିତ୍ ଦାସ, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ସଂଙ୍ଗୀତା ଗୋସାଇଁ, ଗ୍ୟାଷ୍ଟୋଲୋଜିଷ୍ଟ ଡ଼ାଃ. ମନୋଜ୍ କୁମାର ସାହୁ, ବରିଷ୍ଠ ଅନକୋଲୋଜିିଷ୍ଟ୍ ଡ଼ାଃ. ଘନଶ୍ୟାମ ବିଶ୍ୱାସ, ଚାଟାର୍ଡ଼ ଆକାଉଟାଣ୍ଟ ଏସ୍‌.ସି.ଭଦ୍ରା, ମେଟ୍ରୋଗ୍ରୁପ୍‌ର ମ୍ୟାନେଜିଙ୍ଗ ପାର୍ଟନର ଇଂ ପିୟୁଷ ମହାନ୍ତି, କଣ୍ଠଶିଳ୍ପୀ ଅନିନ୍ଦିତା ଦାସ, ଆୟକର ବିଭାଗର ପୂର୍ବତନ ସଚିବ ଶ୍ରୀ ଶରତ ଦାସ, ସିମ୍ପଲି କେୟାର କ୍ଲିନିକର କାର୍ଯ୍ୟ ନିବାହୀ ଅଧିକାରୀ ଡା଼ଃ. ନିମାଇଁ ଚରଣ ପରିଜା, ସିମ୍ପଲି କେୟାର କ୍ଲିନିକ୍‌ର ଉପଦେଷ୍ଠା ଡ଼ାଃ. ସ୍ମରଜିତ୍ ପଟ୍ଟନାୟକ, ଲାୟନ ମିନତୀ ବେହେରା କ୍ୟାନ୍‌ସର ଫାଉଣ୍ଡେସନ୍‌ର ସମ୍ପାଦିକା ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ରେଡ଼୍ ସ୍ୱସ୍ତିକ୍ ସୋସାଇଟି କୋଷାଧ୍ୟକ୍ଷ ଓ ସମ୍ପାଦକ ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିଲେ । ଏହି ଅବସରରେ ସାଜ୍ ଓ ଆୱାଜ୍ ତରଫରୁ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍‌ଙ୍କର ଲୋକପ୍ରିୟ ସଙ୍ଗୀତମାନ ପରିବେଷଣ କରାଯାଇଥିଲା ।

Mo sapath

Leave A Reply

Your email address will not be published.