Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…
Blank space

ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ଟସର ବସ୍ତ୍ର

0

ଭୁବନେଶ୍ୱର ,ନିରପେକ୍ଷ ଖବର: ୨୮/୦୧/୨୦୨୦
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ‘ବୟନିକା’ ଦ୍ୱାରା ଜାନୁଆରୀ ୨୬ ତାରିଖଠାରୁ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା-୨୦୨୦ ଆରମ୍ଭ ହୋଇଛି । ଏହି ମେଳାରେ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ତଥା ଓଡ଼ିଶାର ପ୍ରତ୍ୟେକ ଉତ୍ପାଦକୁ ମାନ୍ୟତା ପ୍ରଦାନ ପାଇଁ ମେଳାରେ ଟସର ଦିବସ, ବୋମକାଇ ଦିବସ, କୋଟପାଡ ଦିବସ ଆଦି ପାଳିତ ହେଉଛି । ଜାନୁଆରୀ ୨୭ ତାରିଖ ଦିନ ଟସର ଦିବସ ଓ ଜାନୁଆରୀ ୨୮ ତାରିଖ ଦିନ ରେଶମ ଚାଷୀ ଦିବସ ପାଳିତ ହୋଇଛି । ଆମ ଦେଶ ଭାରତରେ ଚାରି ପ୍ରକାରର ସିá ବା ରେଶମ୍‌ ଉତ୍ପାଦନ ହୋଇଥାଏ । ସେହିଗୁଡ଼ିକ ହେଉଛନ୍ତି ମଲ୍‌ବେରି (ପାଟ), ଟସର (ମଠା), ଏରି (ଏଣ୍ଡି) ଓ ମୁଗା । ଟସର ମଧ୍ୟପ୍ରଦେଶ, ବିହାର ତଥା ଓଡ଼ିଶା ଜଙ୍ଗଲରେ ହେଉଥିବା ଟସର କୋଷାରୁ ଉତ୍ପାଦନ କରାଯାଇଥାଏ । ଏହା ଓଡ଼ିଶାର ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼ ଜିଲ୍ଲାରେ ମୁଖ୍ୟତଃ ମିଳିଥାଏ । ଟସର ପୋକ ଶାଳ, ଅସନ ଓ ଅର୍ଜୁନ ଭଳି ଗଛର ପତ୍ର ଖାଇ ବଂଚେ ଓ ଟସର କୋଷା ପ୍ରସ୍ତୁତ କରେ । ଏହା ଜଙ୍ଗଲରେ ହେଉଥିବାରୁ ଏହାକୁ ବନ୍ୟ ରେଶମ କୁହାଯାଏ । ଟସର କୋଷ ଜଙ୍ଗଲରୁ ଆଦାୟ କାମରେ ସାଧାରଣତଃ ଜନଜାତିମାନେ ନିୟୋଜିତ ହୋଇଥାନ୍ତି । ଟସରର ସ୍ୱତନ୍ତ୍ର ହଳଦିଆ ରଙ୍ଗ ବିଶେଷ ଭାବରେ ଆଦୃତ ହେଉଥିବାରୁ ବିଭିନ୍ନ ପାରମ୍ପରିକ କାର୍ଯ୍ୟକ୍ରମରେ ଯଥା ବିବାହ ଓ
ପୂଜାରେ ଏହି ବସ୍ତ୍ରକୁ ବ୍ୟବହାର କରାଯାଏ । ଏହାକୁ ଅମ୍ଳାନ ବସ୍ତ୍ର ବୋଲି କୁହନ୍ତି । ଏହି ବସ୍ତ୍ର ପରିଧାନ କଲେ ଏକ ଜନଗହଳି ମଧ୍ୟରେ ସ୍ୱତନ୍ତ୍ର ଭାବରେ ବାରି ହୋଇଯାଏ । ପୁରୁଷମାନେ ବିବାହ ତଥା ପୂଜାରେ ଏହାକୁ ଜୋଡ଼ ତଥା ଧୋତି ଆକାରରେ ବ୍ୟବହାର କରନ୍ତି ଓ ମହିଳାମାନେ ବିଭିନ୍ନ ପର୍ବପର୍ବାଣିରେ ପରିଧାନ କରିବା ପାଇଁ ପସନ୍ଦ କରିଥାନ୍ତି । ନୂତନ ପିଢ଼ିର ମହିଳାମାନେ ପ୍ରିଣ୍ଟିଂ, ଏମ୍ବ୍ରୋଡରି, ବାନ୍ଧ ଓ ବୁଟି ସଜା ଶାଢ଼ି ବ୍ୟବହାର କରିଥାନ୍ତି । ଟସର କୋଷାରୁ ଟସର ସୂତା ବାହାରିବା ସଙ୍ଗେ ସଙ୍ଗେ ଏଥିରୁ ମଧ୍ୟ ଘିଚା, କାଣ୍ଟିଆ ଓ ରୁଢ଼ି ପ୍ରଭୂତି ସୁତା ବାହାର କରି
ଶାଢ଼ି, ଚଦର, ସ୍କାର୍ଭସ୍‌, ଷ୍ଟୋଲ୍‌ ଆଦି ସେଥିରୁ ପ୍ରସ୍ତୁତ କରାଯାଇପାରୁଅଛି । ସେହିପରି ଏହି ସୂତାକୁ ବ୍ୟବହାର କରି ଫର୍ଣିସିଙ୍ଗ୍‌ (ଲମ୍ବା ଥାନ) ପ୍ରସ୍ତୁତ କରାଯାଏ । ଟସର ବସ୍ତ୍ରକୁ ସାଧାରଣତଃ ଶୀତ ବସ୍ତ୍ର ଆକାରରେ ବ୍ୟବହାର କରାଯାଇଥାଏ । କାରଣ ଏହା ଦେହକୁ ଗରମ ପ୍ରଦାନ କରି ଶୀତ ଦାଉରୁ ଦେହକୁ ରକ୍ଷା କରେ । ଟସରକୋଷାରୁ ପ୍ରସ୍ତୁତ ଟସର ସୂତା, ଘିଚା, କାଣ୍ଟିଆ ଓ ରୁଢ଼ିରୁ ଶାଢ଼ି, ଜୋଡ, ଧୋତି, ଚାଦର, ଷ୍କାର୍ଭସ, ଷ୍ଟୋଲସ୍‌ମାନଙ୍କର ରାଜ୍ୟ ତଥା ରାଜ୍ୟ ବାହାରେ ବହୁତ ଚାହିଦା ରହିଛି । ଏହି ବସ୍ତ୍ର ସବୁ ଆମ ରାଜ୍ୟର ଯାଜପୁର ଜିଲ୍ଲାର ଗୋପାଳପୁର, ବାଲେଶ୍ୱର ଜିଲ୍ଲାର ମାଙ୍କିଡ଼ିଆ, କେଉଁଝର ଜିଲ୍ଲାର ଡିହାରକୁଳରେ ବୁଣାଯାଏ । ଟସର ବସ୍ତ୍ରକୁ ରାଜ୍ୟର ବିଭିନ୍ନ ଗ୍ରାହକମାନେ ବୁଣାକାର ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ, ସର୍ବୋପରି ବୟନିକା ଓ ସେରିଫେଡ୍‌ରୁ କ୍ରୟ କରିବାର ସୁବିଧା ପାଇଥାନ୍ତି । ଟସର ବସ୍ତ୍ର ବିକି୍ର ଦ୍ୱାରା ବୁଣାକାରମାନେ ନିୟମିତ କର୍ମଯୋଗାଣ ପାଇବା ସଙ୍ଗେ ସଙ୍ଗେ ଆଦିବାସୀ ଚାଷୀମାନେ ଚାଷ କରି ରୋଜଗାରକ୍ଷମ ହୋଇପାରୁଛନ୍ତି । ଏହାର ପ୍ରଚାରପ୍ରସାର ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରିଆସୁଛନ୍ତି । ଟସର ବସ୍ତ୍ରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଟସର ବସ୍ତ୍ରକୁ କ୍ୟାଲେଣ୍ଡରିଂ ଓ ପ୍ରିଣ୍ଟିଂଗ୍  ପରେ ସରସ ସୁନ୍ଦର କରାଯାଉଛି ।

Advertising:
Blank space

ଏଥି ପାଇଁ ରାଜ୍ୟ ସରକାର ବିଭିନ୍ନ ବୁଣାକାର ସମବାୟ ସମିତିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଜାତୀୟ ସ୍ତରୀୟ ହସ୍ତତନ୍ତ୍ର ମେଳା ଫେବୃଆରୀ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟହ ଦିନ ୧୧ଟା ୩୦ରୁ ରାତି ୯.୩୦ ମିନିଟ୍‌ ପର୍ଯ୍ୟନ୍ତ ମେଳା ଖୋଲା ରହୁଛି ।

Mo sapath

Leave A Reply

Your email address will not be published.