Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତ
Blank space

ରାଜ୍ୟ ସଭାପତି ଭାବେ ଦାୟୀତ୍ୱ ଗ୍ରହଣ କଲେ ସମୀର ମହାନ୍ତି…

0

* ଓଡିଶାକୁ ଭାରତବର୍ଷରେ ୧ ନମ୍ବର ରାଜ୍ୟ କରିବାକୁ ପଡିବ :ଧର୍ମେନ୍ଦ୍ର ପ୍ରଧାନ
* ଓଡିଶାରେ ସରକାର ନହେବା ପର୍ଯ୍ୟନ୍ତ ଆମକୁ କଠିନ ପରିଶ୍ରମ କରିବାକୁ ପଡିବ : ପ୍ରତାପ ଷଡଙ୍ଗୀ
* ସାଢେ ୪ କୋଟି ଓଡିଆଙ୍କ ସମସ୍ୟାରେ ଛିଡା ହେବେ ବିଜେପି କାର୍ଯ୍ୟକର୍ତା : ବସନ୍ତ ପଣ୍ଡା
* ଆଗାମୀ ଦିନରେ ସମୀର ମହାନ୍ତିଙ୍କ ନେତୃତ୍ୱରେ ଓଡିଶାରେ ବିଜେପି ସରକାର ଗଠନ ହେବ : ପ୍ରଦୀପ୍ତ ନାଏକ
* ପୂରା ବିଜେପି ଟିମ୍ ଓଡିଶାକୁ ଏକ ନମ୍ବର କରାଇବ : ବୈଜୟନ୍ତ ପଣ୍ଡା
* ବିଜେପି ହିଁ ଏକମାତ୍ର ଦଳ ଯାହା ଜଣେ ସାମାନ୍ୟ କର୍ପୋରେଟରକୁ ସଭାପତି ବନାଇପାରେ : ସମୀର ମହାନ୍ତି
* ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ତୃଣମୂଳସ୍ତରରେ ପହଂଚାଇବା ହେବ
ମୁଖ୍ୟ ଲକ୍ଷ୍ୟ
* ମୋଦିଙ୍କ ଶାସନରେ ଓଡିଶା ସମ୍ମାନିତ ହୋଇଛି
* ୩୭ ହଜାର ବୁଥ ସଙ୍ଗଠନକୁ ମଜବୁତ କରି ଆଗମୀ ଦିନରେ ରାଜ୍ୟରେ ଏକ ମଜବୁତ ସରକାର ଗଠନ ହେବ
* ବାଜା, ବାଣ ଓ ରୋଷଣୀରେ ଶ୍ରୀ ମହାନ୍ତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା
ଭୁବନେଶ୍ୱର ,ନିରପେକ୍ଷ ଖବର:ଓଡ଼ିଶାର ଜନତାଙ୍କ ସେବା ଏବଂ ୩୭ ହଜାର ବୁଥ ସଙ୍ଗଠନକୁ ମଜବୁତ କରିବା ମୋର
ପ୍ରାଥମିକତା ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ତୃଣମୂଳସ୍ତରରେ ପହଂଚାଇବା ଆମର ମୁଖ୍ୟ ଲକ୍ଷ୍ୟ । ୩୭ ହଜାର ବୁଥର କର୍ମକର୍ତମାନେ ଏହାର ଦାୟୀତ୍ୱ ନେବେ । ମୋଦି ସରକାର ଓଡିଶାବାସୀଙ୍କ ବିକାଶ ପାଇଁ ପଠାଉଥିବା ଅନୁଦାନର ଖର୍ଚ୍ଚ କିପରି ବାଟମାରଣ ନହୋଇ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚିବ ତାହାକୁ ତଦାରଖ କରିବେ । ଦୃଢ ସଙ୍ଗଠନ, ଲୋକଙ୍କ ସ୍ୱାର୍ଥ ପାଇଁ ସଂଘର୍ଷ ଏବଂ ଲୋକଙ୍କ ବିଶ୍ୱାସକୁ ଆଧାର କରି ଦଳ ମଜବୁତ ହେବ । ସାମୁହିକ ନେତୃତ୍ୱ, ଜନ ବିଶ୍ୱାସ, କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଆଧାର ହେବ ଦଳର ମୁଳମନ୍ତ୍ର । ବୋଲି ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ ପରେ କହିଛନ୍ତି ସମୀର ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟ ବିଜେପି ଶାଖାର ସଭାପତି ନୁହେଁ ମୁଁ ଆମ ଦଳର ଜଣେ ସାଧାରଣ କାର୍ଯ୍ୟକର୍ତା । ମୋତେ ସର୍ବସମ୍ମତି କ୍ରମେ ସଭାପତିର ପଦ ନୁହେଁ ଜଣେ କାର୍ଯ୍ୟକର୍ତା ଭାବେ ସଭାପତିର ଦାୟିତ୍ୱ ପାଳନ କରିବା ପାଇଁ ଆପଣମାନେ ନିର୍ଦ୍ଦେଶ ଦେଇଛନ୍ତି । ସଭାପତି ଭାବରେ ଦଳର ସଂଗଠନ ଓ ଜନଆକାଂକ୍ଷାର ପ୍ରତିନିଧିତ୍ୱ ପାଇଁ ଜଣେ ସଂଯୋଜକ ବା ଫାସିଲିଟେଟରର ଦାୟିତ୍ୱରେ ରହି କାମ କରିବା ପାଇଁ ମୁଁ
ସଂକଳ୍ପବଦ୍ଧ । ଏହି ଅବସରରେ ବିଜେପିର ୩୭ ହଜାର ବୁଥ ସ୍ତରରୁ ନେଇ ସବୁ ସ୍ଥାନରେ କାମ କରୁଥିବା ଲକ୍ଷ ଲକ୍ଷ ନିଷ୍ଠାପର କାର୍ଯ୍ୟକର୍ତାଙ୍କୁ ହୃଦୟରୁ ଅଭିନନ୍ଦନ ଓ ଧନ୍ୟବାଦ ଦେଉଛି ।
ଓଡିଶାର ଲକ୍ଷ ଲକ୍ଷ କାର୍ଯ୍ୟକର୍ତାମାନଙ୍କ ଉପରେ ମୋର ଆଶା ଓ ବିଶ୍ୱାସ ରହିଛି । ସେହିମାନେ ହିଁ ଦଳକୁ ମଜବୁତ୍ କରିବେ ।
ଓଡିଶାବାସୀ ଆମକୁ ବିରେଧୀ ଦଳର ମାନ୍ୟତା ଦେଇଛନ୍ତି । ବିଧାନସଭାରେ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ସେମାନଙ୍କ ସ୍ୱରକୁ ଶାଣିତ କରିବା ପାଇଁ ଆମ ପାଖରେ ବିରୋଧୀ ଦଳ ନେତା ଏବଂ ଅଭିଜ୍ଞ ଓ ଉଚ୍ଚଶିକ୍ଷିତ ବିଧାୟକ ମାନେ ଅଛନ୍ତି । ସେହିପରି ବିଜେପିର ୮ ଜଣ ସାଂସଦ ଓଡିଶାବାସୀଙ୍କ ସମସ୍ୟାକୁ ସଂସଦରେ ଉଠାଇବେ । ଏହା ସହ ୨ ଜଣ କେନ୍ଦ୍ରମନ୍ତ୍ରୀ ଓଡିଶାର ବିକାଶ ପାଇଁ ଆପ୍ରାଣ ଉଦ୍ୟମ ଚଲାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପୂର୍ବଦୋୟ ବିକାଶର ସ୍ୱପ୍ନରେ ଓଡିଶାରେ ମଧ୍ୟ ଭତିଭୂମିର ବିକାଶ ହୋଇଛି । ମୋଦି ଓଡିଶାକୁ ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା କରିଛନ୍ତି ।

Advertising:
Blank space

ପୂର୍ବୋଦୟକୁ ମନ୍ତ୍ର କରି ଓଡିଶା ଭଳି ରାଜ୍ୟକୁ ବିକାଶ ଯୋଜନାର ପ୍ରାଥମିକତା ବୋଲି କହିଛନ୍ତି । ମୋଦିଙ୍କ ବାର୍ତାକୁ
ଲୋକଙ୍କ ପାଖକୁ ନେବାକୁ ପଡିବ । ମୋଦି ଦେଉଥିବା ଭରପୁର ଆର୍ଥିକ ସହାୟତା ସଠିକ୍ ଯୋଗ୍ୟ ହିତାଧିକାରୀ ପାଖରେ ସଠିକ୍ ସମୟରେ ପହଁଚିବ ଏହା ମୋଦିଙ୍କ ସୈନିକ ଭାବରେ ଆମର ଦାୟିତ୍ୱ । ଯେଉଁଠି ମୋଦିଙ୍କ ଅର୍ଥର କାଣିଚାଏ ବି ଜନସ୍ୱାର୍ଥ ବଦଳରେ ଶାସକ ଦଳର ପଶାପାଲିରେ ଫସିବ ଆମେ ଜନ ସଂଘର୍ଷ କରିବୁ ଓ ଏଥିପାଇଁ ଜନବିଶ୍ୱାସ ପ୍ରାପ୍ତ କରିବୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଓଡିଶାକୁ ଭାରତବର୍ଷରେ ୧ ନମ୍ବର ରାଜ୍ୟ କରିବାକୁ ପଡିବ । ଏହି ଦୃଢତା ଓ ସଂକଳ୍ପ ବିଜେପିର କାର୍ଯ୍ୟକର୍ତାଙ୍କୁ ନେବାର ଆବଶ୍ୟକତା
ରହିଛି । ସେ କହିଛନ୍ତି ଯେ ସରକାର ଗଢିବା କିମ୍ବା ଲୋକସଭା ଆସନରେ ବିଜୟ ପାଇଁ ନୁହେଁ ବରଂ ଦୀର୍ଘ ୭୦ ବର୍ଷ ଧରି ଓଡିଆ ଲୋକ ଯେଉଁ ନିଜ ହକ୍‌ରୁ ବଂଚିତ ଅଛି ତାହାକୁ ବିଜେପି ପ୍ରଶାସନ ଓ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିବା ପାଇଁ ପ୍ରୟାସ କରୁଛି । ବିଜେପିକୁ ୩୭ ହଜାର ବୁଥରେ ମଜବୁତ୍ କରିବାକୁ ପଡିବ । ରାଜ୍ୟରେ ଏକ ସଶକ୍ତ ବିରୋଧୀ ଦଳ ଭାବେ କାମ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସାଢେ ୪ କୋଟି ଓଡିଆଙ୍କ ସମସ୍ୟାରେ ଛିଡା ହେବେ ବିଜେପି କାର୍ଯ୍ୟକର୍ତା । ଏହା ସହ ନବନିର୍ବାଚିତ ସମୀର ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇ ପୂର୍ବତନ ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା ତାଙ୍କ ବିଦାୟୀ ଭାଷଣରେ ଭାବବିହ୍ୱଳ ହୋଇ କହିଥିଲେ ଯେ ‘ମୁଁ ସଭାପତି ଥିବା ସମୟରେ ଯଦି କାହା ମନରେ କଷ୍ଟ ଦେଇଛି ତେବେ ମତେ କ୍ଷମା କରିବେ ।ସବୁଠୁ ବଡ ଦଳର ସଭାପତି ନିର୍ବାଚନ କେତେ ସହଜରେ ଏବଂ ସହମତିରେ ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ବିଜେପି । ବିଶ୍ୱର ସବୁଠୁ ପ୍ରଭାବୀ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଚକ୍ଷଣ କୁଟନୀତିଜ୍ଞ ହେଉଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଓଡିଶାରେ ଆମ ସମସ୍ତଙ୍କୁ ଏକଜୁଟ ହୋଇ ଲଢେଇ ଜାରି ରଖିବାକୁ ପଡିବ । ଓଡିଶାରେ ସରକାର ନହେବା ପର୍ଯ୍ୟନ୍ତ ଆମକୁ କଠିନ ପରିଶ୍ରମ କରିବାକୁ ପଡିବ । ଦେଶରୁ ଟ୍ରିପଲ ଟଲାକ ହଟାଇବା, ୩୦୭ ଓ ୩୫(କ) ଉଛେଦ କରିବା, ନାଗରିକ ସଂଶୋଧନ ଆଇନ ଲାଗୁ କରିବା କେବଳ ମୋଦି ସରକାରରେ ସମ୍ଭବ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି । ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ନବନିର୍ବାଚିତ ଶ୍ରୀ ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସମୀର ମହାନ୍ତିଙ୍କ ନେତୃତ୍ୱରେ ଓଡିଶାରେ ବିଜେପି ସରକାର ଗଠନ ହେବ ବୋଲି କହିଛନ୍ତି । ଆଗାମୀ ଦିନରେ ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳ ଆହୁରି ଆଗକୁ ଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେମିତି ଭାରତରେ ବିଜେପିକୁ ଆଗକୁ ନେଇଛନ୍ତି ଠିକ୍ ସେହିପରି ସମୀର ମହାନ୍ତି ଏବଂ ପୂରା ବିଜେପି ଟିମ୍ ଓଡିଶାକୁ ଏକ ନମ୍ବର କରାଇବେ ବୋଲି କହିଛନ୍ତି ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ରାଜ୍ୟ ସଭାପତି ଭାବେ ସମୀର ମହାନ୍ତିଙ୍କ ନାଁ ଘୋଷଣା ହେବା ପରେ ପୂର୍ବତନ ସଭାପତି ?ଓ ସାଂସଦ ଶ୍ରୀ ବସନ୍ତ ପଣ୍ଡା ନବନିର୍ବାଚିତ ଶ୍ରୀ ମହାନ୍ତିଙ୍କୁ ଦାୟୀତ୍ୱ ଭାର ପ୍ରଦାନ କରିଥିଲେ । ଏହା ପରେ ରାଷ୍ଟ୍ରୀୟ ସହ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ସୌଦାନ ସିଂ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ଓଡିଶା ପ୍ରଭାରୀ ସାଂସଦ ଶ୍ରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ,ବିଶେଶ୍ୱର ଟୁଡୁ, ନିତେଶ ଗଙ୍ଗଦେବ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ନେତା ମନମୋହନ ସାମଲ,
କେ.ଭି ସିଂହଦେଓ, ସୁରମା ପାଢୀ, ରାଜ୍ୟ ନିର୍ବାଚନ ଅଧିକାରୀ ରଂଜନ ପଟେଲ, ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ, ବିଧାୟକ ମୋହନ ମାଝୀ, ଜୟ ନାରାୟଣ ମିଶ୍ର, ଭବାନୀ ଭୋଇ, କୁସୁମ ଟେଟେ, ନାଉରୀ ନାଏକ, ଭାସ୍କର ମଢେଇ, ନବଚରଣ ମାଝୀ, ଡ.ବୁଧାନ ମୁର୍ମୁ, ମୁକେଶ ମହାଲିଙ୍ଗ, ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡଙ୍ଗୀ, ପ୍ରକାଶ ସୋରେନ, ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଉପସ୍ଥିତ ରହିବା ସହ ନୂତନ ରାଜ୍ୟ ସଭାପତିଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ପରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଅନନ୍ତ ନାୟକ, କାଳନ୍ଦୀ ସାମଲ, ଦିଲୀପ ମଲ୍ଲକ, ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର, ଦିଲୀପ ମହାନ୍ତି, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ମହିଳା ମୋର୍ଚ୍ଚା
ସଭାନେତ୍ରୀ ପ୍ରଭାତୀ ପରିଡା, ଏସଟି ମୋର୍ଚ୍ଚା ରାଜ୍ୟ ସଭାପତି ସୁଶାନ୍ତ ମଲ୍ଲିକ, ପୂର୍ବତନ ବିଧାୟକ ରବି ନାଏକ, ପ୍ରଦୀପ ପୁରୋହିତ, ଜଗନ୍ନାଥ ପ୍ରଧାନ, ବାବୁ ସିଂହ,ହରେକୃଷ୍ନ ଖୁଂଟିଆ, ସମସ୍ତ ୩୬ଟି ସାଂଗଠନିକ ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ରାଜ୍ୟ ପଦାଧିକାରୀ, ଦଳର ବିଭିନ୍ନ ମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ନବନିର୍ବାଚିତ ସଭାପତିଙ୍କୁ ଫୁଲ ତୋଡା ପ୍ରଦାନ କରି ସମ୍ବର୍ଦ୍ଧନା ଦେବା ସହ ଅଭିନନ୍ଦନ ଜଣାଇଥିଲେ ।

Mo sapath

Leave A Reply

Your email address will not be published.

kmaa26.com | 500: Internal server error

Internal server error Error code 500

Visit cloudflare.com for more information.
2025-11-18 12:44:01 UTC
You

Browser

Working
Paris

Cloudflare

Error
kmaa26.com

Host

Working

What happened?

There is an internal server error on Cloudflare's network.

What can I do?

Please try again in a few minutes.