Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ଜାତିଗତ ଜନଗଣନାକୁ ସ୍ୱାଗତ…

ତେଲି ସମାଜ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୨/୦୧/୨୦    ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ ହୋଇଛି । ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ତେଲି ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଛୁଆବର୍ଗର ବିକାଶ ପାଇଁ ଏଭଳି ଦୃଢ ପଦକ୍ଷେପ ନେଇଥିବାରୁ ସୋମବାର ତେଲି ସମାଜର ରାଜ୍ୟ ସଭାପତି ରଘୁନାଥ ସାହୁଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ତେଲିମାନେ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଓଡିଶାରେ ଥିବା ୭୦ ଲକ୍ଷ ତେଲିମାନଙ୍କୁ ନେଇ ଏହା ଏକ ପ୍ରମୁଖ ପଛୁଆବର୍ଗ ଜାତି ଭାବେ ଜଣାଯାଏ । ଜାତିଗତ ଜନଗଣନା କରାଗଲେ ବିଭିନ୍ନ ଜାତିର ସାମାଜିକ, ଅର୍ଥନୈତିକ ଓ ଶିକ୍ଷାଗତ ଆଦି ସୂଚନା ମିଳିପାରିବ । ବିଶେଷକରି ତେଲି ଜାତି ଭବିଷ୍ୟତରେ ଏହି ସବୁ କ୍ଷେତ୍ରରେ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଜାତିଗତ ଜନଗଣନା ସହାୟକ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ସମାଜ ପକ୍ଷରୁ ପ୍ରଶଂସା କରାଯାଇଛି ଓ ବହୁ ସଂଖ୍ୟାରେ ତେଲିମାନେ ନବିନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଶୋଭାଯାତ୍ରରେ ରାଜ୍ୟ ସଭାପତି ଓ ପୂର୍ବତନ ବିଧାୟକ, ଚିଲିକା, ରଘୁନାଥ ସାହୁ, ବିଶ୍ୱନାଥ ସୁବୁଦ୍ଧି, ସଭାପତି, ସ୍ନେହି ସମାଜ, ଭୁବନେଶ୍ୱର, କୃଷ୍ଣଚନ୍ଦ୍ର ପୃଷ୍ଟି, କଟକ, ଡଃ ଅନନ୍ତ ଚରଣ ସାହୁ, ଡଃ ସୂର୍ଯ୍ୟନାରାୟଣ ବେହେରା, ବିପ୍ରବର ସାହୁ, ଢେଙ୍କାନାଳ, ସରୋଜ କୁମାର ସାହୁ, ବାରଙ୍ଗ, ବନ୍ଦନା ସାହୁ, ଶ୍ରୀମତୀ ବିଣାପାନୀ ସାହୁ, ଗୁରୁକିଙ୍କର ଜେଠୀ, କାର୍ତୀକ ସାହୁ, ରାକେଶ ସାହୁ, ସରୋଜ କୁମାର ସାହୁ, କଟକ, ନିଧି ସାହୁ, ହୃଷିକେଶ ସାହୁ, ଜାଜପୁର, ରବିନ୍ଦ୍ର କୁମାର ସାହୁ, ବଡମ୍ବା, ଦେବାଶିଷ ସାହୁ, ଉପେନ୍ଦ୍ର ସାହୁ, ବେଗୁନିଆ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Mo sapath

Leave A Reply

Your email address will not be published.