Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତ
Blank space

ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ:

0

* ବିରୋଧୀଙ୍କ ଗୁଜବ ଏବଂ ମିଥ୍ୟା ପ୍ରଚାରରୁ ଦୂରରେ ରହି ସିଏଏକୁ ସମର୍ଥନ କରନ୍ତୁ :ବସନ୍ତ ପଣ୍ଡା…
* ସିଏଏ ଦ୍ୱାରା କାହାରି ନାଗରିକତା ଯିବନି ବୋଲି ସଂସଦରେ ଗୃହମନ୍ତ୍ରୀ କହିଛନ୍ତି :ନିତେଶ ଗଙ୍ଗଦେବ…
* ପାକିସ୍ତାନରେ ୨୩ ପ୍ରତିଶତ ଅଳ୍ପସଂଖ୍ୟକ ଏବେ ୩ ପ୍ରତିଶତରେ ପହଂଚିଛି :ସୁରେଶ ପୂଜାରୀ..

ସମ୍ବଲପୁର/ଭୁବନେଶ୍ୱର/ନିରପେକ୍ଷ ଖବର:ତା.୧୧/୦୧: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି ବୋଲି କେନ୍ଦ୍ର ମତ୍ସ୍ୟ, ପଶୁସଂପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ ସମ୍ବଲପୁରଠାରେ ଆୟୋଜିତ ଏକ ବିଶ।।ଳ ଜନସାମବେଶରେ ସମ୍ଭୋଧିତ କରିଛନ୍ତି । ଶ୍ରୀ ସିଂହ କହିଛନ୍ତି ଯେ, ଆଜି ଦେଶରେ ଅରାଜକତାର ବାତାବରଣ ସୃଷ୍ଟି କରିବା ପାଇଁ ଟୁକଡେ ଟୁକୁଡେ ଗ୍ୟାଙ୍ଗ ଅପପ୍ରୟାସ ଚଲାଇଛି ।

Blank space
Advertising:

ଭାରତ ବିଭାଜନ ପରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପରସ୍ପରଙ୍କ ଦେଶରେ ଥିବା ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ‘ନେହରୁ- ଲିଆକତ’ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ଉଭୟ ଦେଶ ନିଜ ନିଜ ଦେଶରେ ରହୁଥିବା ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ପ୍ରଦାନ କରିବେ ବୋଲି ଚୁକ୍ତି କରିଥିଲେ । କିନ୍ତୁ ପାକିସ୍ତାନ ତାହା ନକରି ସେଠାରେ ଥିବା ହିନ୍ଦୁ ସମେତ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଧର୍ମଉତ୍ପୀଡନ କରି ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା । ଯଦି ଏହି ଚୁକ୍ତିକୁ ପାକିସ୍ତାନ ପାଳନ କରିଥାନ୍ତା, ତେବେ ଆଜି ଏହି ନିୟମ ଆଣିବାର କୌଣସି ଆବଶ୍ୟକତା ନଥିଲା ବୋଲି ଶ୍ରୀ ସିଂହ କହିଛନ୍ତି । ସ୍ୱାଧୀନତା ପରେ ଦୀର୍ଘ ୭୦ ବର୍ଷ ଧରି ପାକିସ୍ତାନ ଆମ ଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଏବଂ ପାର୍ସୀ ଧର୍ମର ଲୋକଙ୍କୁ ଅତ୍ୟାଚାର କରି ଧର୍ମ ପରିବର୍ତନ କରାଇଛି । ଧର୍ମ ପରିବର୍ତନର କରିନଥିବା ହିନ୍ଦୁମାନଙ୍କୁ ପାକିସ୍ତାନ ହତ୍ୟା କରିଛି । ଏବେ ନାଗରିକତା ସଂଶୋଧନ ଆଇନ ଦ୍ୱାରା ଏବେ ପଡୋଶୀ ଦେଶର ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ମିଳିପାରିବ । ଦେଶରେ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଦେବା ଏବଂ ପଡୋଶୀ ଦେଶର ସଂଖ୍ୟାଲଘୁମାନଙ୍କୁ ଭାରତରେ ଆଶ୍ରୟ ଦେବା ପାଇଁ ଭାରତ ବିଭାଜନ ପରେ ସେତେବେଳେ ମହାତ୍ମା ଗାନ୍ଧି କହିଥିଲେ । କଂଗ୍ରେସ ସରକାର ସମୟରେ ଉଗାଣ୍ଡା ଏବଂ ଶ୍ରୀଲଙ୍କାରେ ଥିବା ଭାରତୀୟଙ୍କୁ ନାଗରିକତା ପ୍ରଦାନ କରାଯାଇଛି । ଏବେ କୌଣସି ପ୍ରସଙ୍ଗ ନଥିବା କାରଣରୁ ନାଗରିକତା ସଂଶୋଧନ ଆଇନର ମିଥ୍ୟା ପ୍ରଚାର କରି କଂଗ୍ରେସ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛି ବୋଲି ଶ୍ରୀ ସିଂହ କହିଛନ୍ତି । ନାଗରିକତା ସଂଶୋଧନ ଆଇନ କେବଳ ଶରଣାର୍ଥୀମାନଙ୍କୁ ନାଗରକିତା ଦେବା ପାଇଁ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହା ଏହା ସଂସଦରେ ସ୍ପଷ୍ଟ ଭାବେ କହିଛନ୍ତି । କିନ୍ତୁ ବିରୋଧୀ ଦଳମାନେ ଏହା ବିରୁଦ୍ଧରେ କୁପ୍ରଚାର କରିଚାଲିଛନ୍ତି । ଏହି ଆଇନକୁ ସମସ୍ତେ ସମର୍ଥନ ଦେବା ଦରକାର ବୋଲି ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ କହିଛନ୍ତି । ନାଗରକିତା ସଂଶୋଧନ ଆଇନ ବିରୁଦ୍ଧରେ ବିରୋଧୀଙ୍କ ଗୁଜବ ଏବଂ ମିଥ୍ୟା ପ୍ରଚାରରୁ ଦୂରରେ ରହି ସିଏଏକୁ ସମର୍ଥନ କରନ୍ତୁ ବୋଲି ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା କହିଛନ୍ତି । ମୋଦି ସରକାର ଦେଶ ହିତରେ ଅନେକ ଐତିହାସିକ ଏବଂ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ବିଭାଜନ ସମୟରେ ପାକିସ୍ତାନରେ ୨୩ ପ୍ରତିଶତ ଅଳ୍ପସଂଖ୍ୟକ ଥିଲେ ଏବେ ଏହା ୩ ପ୍ରତିଶତରେ ପହଂଚିଛି । ଏବେ ସେମାନଙ୍କୁ ନାଗରିକତା ପ୍ରଦାନ କରିବାର ସମୟ ଆସିଛି ବୋଲି ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି । ସିଏଏ ସମର୍ଥନରେ ସମ୍ବଲପୁରର ବାଲିବନ୍ଧା, ଲକ୍ଷ୍ମୀ ଟକିଜ ଛକ, ଭୂତାପଡା ଛକରୁ ପୃଥକ ଭାବେ ୩ଟି ଶୋଭାଯାତ୍ରା ବାହରି ଗଙ୍ଗାଧର ମଣ୍ଡପ ଠାରେ ପହଂଚିଥିଲା । ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା, ସାଂସଦ ନିତେଶ ଗଙ୍ଗଦେବ, ସାଂସଦ ସୁରେଶ ପୂଜାରୀଙ୍କ ସମେତ ବିଧାୟକ ଜୟ ନାରାୟଣ ମିଶ୍ର ଓ ନାଉରୀ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ପୂର୍ବତନ ବିଧାୟକ ରବି ନାୟକ, ରାଧାରାଣୀ ପଣ୍ଡା, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ରାଜ୍ୟ ପ୍ରବକ୍ତା ଗୋବିନ୍ଦ ଅଗ୍ରୱାଲ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ଜିଲ୍ଲା ସଭାପତି ଗିରିଶ ପଟେଲ, ରାମଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ସମାବେଶରେ ସ୍ଥାନୀୟ ଅଂଚଳର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନ ସାମିଲ ହୋଇଥଲେ ।

Mo sapath

Leave A Reply

Your email address will not be published.

kmaa26.com | 500: Internal server error

Internal server error Error code 500

Visit cloudflare.com for more information.
2025-11-18 12:45:21 UTC
You

Browser

Working
Paris

Cloudflare

Error
kmaa26.com

Host

Working

What happened?

There is an internal server error on Cloudflare's network.

What can I do?

Please try again in a few minutes.